ବିଦେଶରେ ନବୀନଙ୍କ ନୂଆ ରୂପ! ପ୍ରଥମ ଥର ବଦଳାଇଲେ କୁର୍ତ୍ତାର ରଙ୍ଗ, ମସଜିଦ ବି କଲେ ପରିଦର୍ଶନ

ବିଦେଶ ଯାଇ ବଦଳିଗଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଇଫ ଷ୍ଟାଇଲ! ପ୍ରଥମ ଥର ପାଇଁ ସେ ଧଳା କୁର୍ତ୍ତା ବଦଳରେ ଅନ୍ୟ ରଙ୍ଗର କୁର୍ତ୍ତା ପିନ୍ଧିଥିବା ନଜର ଆସିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲା ହେଉଛି। ତେବେ ସେ ଥରେ ନୁହଁ ଦୁଇ ଦୁଇ ଥର ଧଳା ପରିବର୍ତ୍ତେ ଅନ୍ୟ ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି।

Jun 28, 2022, 14:00 PM IST
1/9

ବିଦେଶ ଯାଇ ବଦଳିଗଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଇଫ ଷ୍ଟାଇଲ! ପ୍ରଥମ ଥର ପାଇଁ ସେ ଧଳା କୁର୍ତ୍ତା ବଦଳରେ ଅନ୍ୟ ରଙ୍ଗର କୁର୍ତ୍ତା ପିନ୍ଧିଥିବା ନଜର ଆସିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲା ହେଉଛି। ତେବେ ସେ ଥରେ ନୁହଁ ଦୁଇ ଦୁଇ ଥର ଧଳା ପରିବର୍ତ୍ତେ ଅନ୍ୟ ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି।

2/9

ଜୁନ ୨୦ ଠାରୁ ୧୧ ଦିନିଆ ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ଦଶନ୍ଧି ପରେ ମୁଖ୍ୟମନ୍ତ୍ରୀ ବିଦେଶ ଯାତ୍ରା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ, ୫ଟି ସଚିବ ଓ ଅନ୍ୟ କିଛି ଅଧିକାରୀ ଇଟାଲୀ ଓ ଦୁବାଇ ଯାଇଛନ୍ତି। 

3/9

ଇଟାଲୀର ଭାଟିକାନ ସିଟିରେ ପୋପ୍ ଫ୍ରାନ୍ସିସଙ୍କୁ ଭେଟି ପଟ୍ଟଚିତ୍ର ଉପହାର ଦେଲେ ମୁଖ୍ୟମନ୍ତ୍ରୀ। ପୋପଙ୍କୁ ଭେଟିବାରେ ନବୀନ ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ।

4/9

ରୋମରେ ୟୁରୋପର ବିଭିନ୍ନ ଦେଶରେ ଥିବା ଓଡ଼ିଆଙ୍କ ସହ ମିଶିଲେ ମୁଖ୍ୟମନ୍ତ୍ରୀ। ବ୍ରିଟେନରେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ନେଇ ପ୍ରତିଶ୍ରୁତି ଦେଲେ।

5/9

ଇଟାଲିରେ ଜାତୀସଙ୍ଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟ David Beasleyଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

6/9

ଜାତୀସଙ୍ଘର ଅଧିକାରୀଙ୍କ ସହ ରୋମରେ ଓଡିଶା ମୁଖ୍ୟମନ୍ତ୍ରୀ।

7/9

ଜୁନ ୨୫ରେ ପ୍ରଥମ ଥର ନବୀନ ଧଳା ନୁହଁ ଗୋଲାପି କୁର୍ତ୍ତାରେ ନଜର ଆସିଲେ। ଲାପଟପ ଧରି ବିଦେଶରେ ଡିଜିଟାଲ ମାଧ୍ୟମରେ କାର୍ଯ୍ୟ ସମ୍ପାଦନ କରୁଥିଲେ।

8/9

ପୁଣି ବଦଳିଲା ନବୀନଙ୍କ କୁର୍ତ୍ତାର ରଙ୍ଗ। ଏଥ ନୀଳ ରଙ୍ଗର କୁର୍ତ୍ତା ପିନ୍ଧିଥିଲେ ନବୀନ। ଆବୁଧାବିରେ Sheikh Zayed Mosque ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ।

9/9

ରାଜସ୍ଥାନ ମାକର୍ଣ୍ଣା ଗ୍ରାମର ଶିଳ୍ପୀମାନେ Sheikh Zayed Mosque ତିଆରି କରିଥିବା ନବୀନ କହିଛନ୍ତି। ନବୀନ ନିଜେ ନୀଳକୁର୍ତ୍ତା ପିନ୍ଧି ମସଜିଦ୍ ପରିଦର୍ଶନ କରୁଥିବାର ଭିଡିଓ ଓ ଫଟୋ ସେୟାର କରିଛନ୍ତି। ଜୁନ ୩୦ ତାରିଖରେ ଓଡିଶା ଫେରିବେ ମୁଖ୍ୟମନ୍ତ୍ରୀ ନବୀନ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link