Visa Free Countries:ବୁଲିବାକୁ ପ୍ଲାନ୍ କରୁଛନ୍ତି କି? ବିନା ଭିସାରେ ଆପଣ ବୁଲି ପାରିବେ ଏସବୁ ଦେଶ, ଦେଖନ୍ତୁ ପୂରା ଲିଷ୍ଟ

Country Without Visa: ଯେତେବେଳେ ଏକ ଇଣ୍ଟରନ୍ୟାସନାଲ ଟ୍ରିପ କଥା ମନକୁ ଆସେ, ପାଖରେ ଟଙ୍କା ଥିଲେ ବି ଅନେକ ବାର ପଛଘୁଞ୍ଚା ଦେବାକୁ ପଡି଼ଥାଏ। ଏହାର କାରଣ ହେଉଛି ଭିସା। ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବାପାଇଁ ଜଣେ ବ୍ୟକ୍ତିଙ୍କୁ ସେହି ଦେଶର ଭିସା ଦରକାର ହୋଇଥାଏ। ଆଉ ଏହି ଭିସା କରାଇବା ଟା କେତେ ଯେ ମୁଣ୍ଡବଥାର କାମ, ଯିଏ କରେଇଛି, କେବଳ ସିଏ ହିଁ ଜାଣିଥିବ।

Thu, 09 Feb 2023-7:33 pm,
1/5

ମକାଓ- ଏହି ଦେଶକୁ ଏସିଆ ମହାଦେଶର ଲାସ ଭେଗାସ୍‌ ବୋଲି କୁହାଯାଏ। ଜୁଆର ରାଜଧାନୀ ଭାବେ ଜଣାଯାଉଥିବା ଏହି ଦେଶରେ ବହୁତ ବଡ଼ ବଡ଼ ହୋଟେଲ ଓ ମେଗା କାଶିନୋ ରହିଛି। ତେବେ ଭାରତୀୟ ମାନେ ୩୦ ଦିନ ପର୍ଯ୍ୟନ୍ତ ବିନା ଭିସାରେ ଏହି ଦେଶରେ ରହି ପାରିବେ।

2/5

ନେପାଳ- ଭାରତର ପଡୋ଼ଶୀ ଦେଶ ନେପାଳ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏକ ମନୋରମ ସ୍ଥାନ। ସେଠାକୁ ଯିବାପାଇଁ ଭାରତୀୟ ମାନଙ୍କୁ କୌଣସି ଭିସାର ଆବଶ୍ୟକତା ପଡି଼ ନଥାଏ। ଆପଣ ଯେତେ ଦିନ ଚାହିଁବେ ସେଠାରେ ବିନା ଭିସାରେ ରହି ବୁଲି ପାରିବେ ।

3/5

ଜାମାଇକା- ବହୁ ଆର୍କଷଣୀୟ ଜିନିଷର ନିଆରା ସ୍ଥାନ ହେଉଛି ଜାମାଇକା। କାରିବିଆନ ଅଞ୍ଚଳରେ ଛୁଟି କଟାଇବା ପାଇଁ ଏହା ହେଉଛି ସର୍ବୋତ୍ତମ ସ୍ଥାନ। ତେବେ ଭାରତୀୟ ନାଗରିକ ମାନେ ୩୦ ଦିନ ପର୍ଯ୍ୟନ୍ତ ବିନା ଭିସାରେ ସେଠାରେ ରହି ପାରିବେ।

4/5

ଇଣ୍ଡୋନେସିଆ- ଆପଣ ଜାଣିଛନ୍ତି କି, ଭାରତୀୟ ପାସପୋର୍ଟଧାରୀଙ୍କ ପାଇଁ ଇଣ୍ଡୋନେସିଆ ଯିବାକୁ ହେଲେ ଭିସାର ଆବଶ୍ୟକତା ପଡ଼େନାହିଁ। ଆପଣ ୩୦ ଦିନ ପର୍ଯ୍ୟନ୍ତ ସେଠାରେ ବିନା ଭିସାରେ ରହି ପାରିବେ।

 

5/5

ଭୂଟାନ- ଭାରତ ଓ ଚାଇନା ଉଭୟ ଦେଶର ମଝିରେ ରହିଛି ଭୁଟାନ। ୨ ଆନ୍ତର୍ଜାତିକ ସୀମା ମଧ୍ୟରେ ରହିଥିବା ଏହି ଦେଶକୁ ଶେଷ ହିମାଲୟାନ ସାମ୍ରାଜ୍ୟ ବୋଲି କୁହାଯାଏ। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ଦେଶରେ ଅନେକ ଦର୍ଶନୀୟ ସ୍ଥାନ ରହିଛି। ତେବେ ଭାରତୀୟ ମାନଙ୍କ ପାଇଁ ଏହି ଦେଶରେ ଭିସା କଟକଣା ଲଗାଯାଇ ନାହିଁ। ଆପଣ ବିନା କୌଣସି ଅସୁବିଧାରେ ଭୁଟାନ ଯାଇ ବୁଲି ଆସି ପାରିବେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link