New DGCA FDTL Rules: ଦେଶରେ ବିମାନ ଚାଳକଙ୍କ କାର୍ଯ୍ୟ କରିବାର ସମୟକୁ ବଦଳାଇବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂତନ ଯୋଜନା ପ୍ରସ୍ତୁତ କରାଯାଇଛି। ଯାହାର ଅର୍ଥ ହେଉଛି ବିମାନ ଚାଳକଙ୍କୁ ବିଶ୍ରାମ କରିବା ଲାଗି ପୂର୍ବ ଅପେକ୍ଷା ଆହୁରି ଅଧିକ ସମୟ ମିଳିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ କହିଛନ୍ତି ଯେ ବିମାନ ଚାଳକଙ୍କ ଥକାପଣ ସମସ୍ୟାକୁ ଦୃଷ୍ଟିରେ ରଖି ନୂତନ ନିୟମ ଉପରେ ବିଚାର କରାଯାଉଛି। ଯେଉଁଥିପାଇଁ ସେମାନଙ୍କ କାର୍ଯ୍ୟ କରିବାର ସମୟ ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଜାନୁଆରୀ ୮ ତାରିଖରେ ନୂତନ ବିମାନ ଉଡ଼ାଣ ଡ୍ୟୁଟି ନିୟମ ପ୍ରଣୟନ କରାଯାଇଛି। ଯେଉଁଥିରେ ବିମାନ ଚାଳକଙ୍କ ପାଇଁ ସାପ୍ତାହିକ ବିଶ୍ରାମ ସମୟ ସପ୍ତାହକୁ ୩୬ ଘଣ୍ଟାରୁ ୪୮ ଘଣ୍ଟାକୁ ବୃଦ୍ଧି କରାଯାଇଛି।


COMMERCIAL BREAK
SCROLL TO CONTINUE READING

ସର୍ବାଧିକ ୮ ଘଣ୍ଟା ପାଇଁ ବିମାନ ଉଡ଼ାଇବେ ବିମାନ ଚାଳକ
ରାତି ସମୟରେ ବିମାନ ଉଡ଼ାଣ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (Directorate General of Civil Aviation) ଦିନ ସମୟରେ ସର୍ବାଧିକ ଉଡ଼ାଣ ସମୟକୁ (Flight Hours) ହ୍ରାସ କରି ୮ ଘଣ୍ଟା କରିଛି। ଏହା ସହିତ ବିମାନ ଚାଳକଙ୍କ ଦ୍ୱାରା ଗୋଟିଏ ଦିନରେ ସର୍ବାଧିକ ଅବତରଣ ସମୟ (Landing Hour) ୨ ଘଣ୍ଟାକୁ ହ୍ରାସ କରାଯାଇଛି।


Also Read: DGCA Latest News: ବିମାନ ଯାତ୍ରା ପର୍ଫ୍ୟୁମ ଲଗାଇ ପାରିବେ ନାହିଁ ଚାଳକ ଦଳ ସଦସ୍ୟ! ଜାଣନ୍ତୁ କାରଣ


ନୂତନ ନିୟମ ସମ୍ପର୍କରେ ସୂଚନା ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ
ନୂତନ ନିୟମ ସମ୍ପର୍କରେ ସୂଚନା ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ (Civil Aviation Minister Jyotiraditya Scindia) କହିଛନ୍ତି ଯେ ଥକାପଣ ସହ ଜଡିତ ଅନେକ ରିପୋର୍ଟ ପରେ ଫ୍ଲାଇଟ୍ ଡ୍ୟୁଟି ସମୟ ସୀମାରେ ପରିବର୍ତ୍ତନ କରାଯାଇଛି। ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସରକାର ଫ୍ଲାଇଟ୍ ଡ୍ୟୁଟି ସମୟ ସୀମା (Flight Duty Time Limit) ନିୟମରେ ସଂଶୋଧନ କରିଛନ୍ତି। ନୂତନ ନିୟମ ଅନୁଯାୟୀ ବିମାନ ଚାଳକଙ୍କ ବିଶ୍ରାମ ସମୟ (Rest Period of Pilot) ବୃଦ୍ଧି ପାଇଛି।


Also Read: DGCA: ୫୭ ବିମାନ ବନ୍ଦରରେ ଏୟାର ଟ୍ରାଫିକ୍ ନିୟନ୍ତ୍ରକଙ୍କ ପାଇଁ ଲାଗୁ ହେଲା ନୂତନ ନିୟମ


ବିମାନ ଚାଳକଙ୍କୁ ମିଳିବ ୪୮ ଘଣ୍ଟାର ଆରାମ
ବିମାନ ଚାଳକଙ୍କ ଥକ୍କା ପଣ ସମସ୍ୟାକୁ (Fatigue Problem of Pilot) ଦୂର କରିବା ପାଇଁ ପୂର୍ବରୁ ରହିଥିବା ନିୟମ ପରିବର୍ତ୍ତନ କରାଯାଇଛି ବୋଲି କହିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ନୂତନ ନିୟମ ଅନୁଯାୟୀ ବିମାନ ଚାଳକଙ୍କ ଲାଗି ୩୬ ଘଣ୍ଟା ପରିବର୍ତ୍ତେ ୪୮ ଘଣ୍ଟାର ବିଶ୍ରାମ ସମୟ ନିଶ୍ଚିତ କରାଯାଇଛି।