President Droupadi Murmu New Voter ID Card: କେବେ ଆପଣ ଭାବିଛନ୍ତି ଯଦି ବର୍ତ୍ତମାନ ନିର୍ବାଚନ ଅନୁଷ୍ଠିତ ହୁଏ, ତାହେଲେ ଦେଶର କେଉଁ ସହରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଭୋଟ୍ ଦେବେ? ବର୍ତ୍ତମାନ ଏହାର ଉତ୍ତର ମିଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ନିଜର ମତଦାନ କରିବେ। ଏହାର କାରଣ ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠିକଣା ବର୍ତ୍ତମାନ ବଦଳି ଯାଇଛି। ବର୍ତ୍ତମାନ ସେ ରାଷ୍ଟ୍ରପତି ଭବନରେ ଅବସ୍ଥାନ କରୁଛନ୍ତି। ଯେଉଁଥିପାଇଁ ତାଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ ଏକ ନୂତନ ଠିକଣା ସହିତ ଭୋଟର ପରିଚୟ ପତ୍ର ପ୍ରଦାନ କରାଯାଇଛି। ଏହାପୂର୍ବରୁ ତାଙ୍କ ଭୋଟର ପରିଚୟ ପତ୍ରରେ ଓଡିଶା ଠିକଣା ରହିଥିଲା। ଯେଉଁଥିପାଇଁ ସେ ଓଡ଼ିଶାରେ ଭୋଟ୍ ଦେଇପାରିଥାନ୍ତେ।


COMMERCIAL BREAK
SCROLL TO CONTINUE READING

ନଭେମ୍ବର ୨୮ ତାରିଖ ମଙ୍ଗଳବାର ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ପି.କୃଷ୍ଣାମୂର୍ତ୍ତି ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ସେଠାରେ ସେ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କର ନୂତନ ଭୋଟର ପରିଚୟ ପତ୍ର ପ୍ରଦାନ କରିଥିଲେ। ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ପହଞ୍ଚିନାହାଁନ୍ତି। ଏନେଇ ଅଧିକାରୀ କହିଛନ୍ତି ଯେ ପୂର୍ବରୁ ନଭେମ୍ବର ୧୦ ତାରିଖରେ ନିର୍ବାଚନ ଅଧିକାରୀ କୃଷ୍ଣାମୂର୍ତ୍ତି ରାଷ୍ଟ୍ରପତି ଭବନକୁ ଯାଇଥିଲେ। ଯାହା ଦ୍ୱାରା ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଭୋଟର ପରିଚୟ ପତ୍ରରେ ତାଙ୍କ ଠିକଣା ପରିବର୍ତ୍ତନ କରାଯାଇ ପାରିବ। ବର୍ତ୍ତମାନ ନିର୍ବାଚନ ଆୟୋଗ ମହାମହିମ ରାଷ୍ଟ୍ରପତିଙ୍କ ଭୋଟର ପରିଚୟ ପତ୍ରରେ ତାଙ୍କ ଠିକଣା ବଦଳାଇ ଦେଇଛନ୍ତି।


ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସେୟାର କରିଛି ଫଟୋ
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କର ନୂତନ ଭୋଟର ପରିଚୟ ପତ୍ର ପ୍ରଦାନ କରାଯିବା ବିଷୟରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯଇଛି। ଏନେଇ ଏକ ପୋଷ୍ଟ ମାଧ୍ୟମରେ କୁହାଯାଇଛି ଯେ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ପି.କୃଷ୍ଣାମୂର୍ତ୍ତି ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ଭୋଟର ପରିଚୟ ପତ୍ର ପ୍ରଦାନ କରିଛନ୍ତି। କେବଳ ସେତିକି ନୁହେଁ ନିର୍ବାଚନ ଅଧିକାରୀ କୃଷ୍ଣମୂର୍ତ୍ତିଙ୍କ ଦ୍ୱାରା ରାଷ୍ଟ୍ରପତିଙ୍କୁ ତାଙ୍କର ନୂତନ ଭୋଟର ପରିଚୟ ପତ୍ର କରିବାର ଏକ ଫଟୋ ମଧ୍ୟ ପୋଷ୍ଟ କରାଯାଇଥିଲା। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ସେ ଏକ ଫାଇଲ ମଧ୍ୟରେ ରଖାଯାଇଥିବା ଭୋଟର ପରିଚୟ ପତ୍ର ନିର୍ବାଚନ ଅଧିକାରୀ ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରୁଛନ୍ତି।



ଗତ ବର୍ଷ ହୋଇଥିଲା ନିର୍ବାଚନ
ଆପଣଙ୍କୁ କହିରଖୁଛୁ ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୂଳତଃ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳର ବାସିନ୍ଦା। ଏହି କାରଣରୁ ସେ କେବଳ ଓଡିଶାରେ ଭୋଟ୍ ଦେଇପାରିବେ। ହେଲେ ବର୍ତ୍ତମାନ ସମୟରେ ତାଙ୍କ ଠିକଣା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ହୋଇଯିବା ପରେ ସେ ଏଠାରେ ଭୋଟ୍ ଦେବାକୁ ଯୋଗ୍ୟ ହୋଇଛନ୍ତି। ଗତ ବର୍ଷ ଜୁଲାଇ ୨୫ ତାରିଖରେ ଦ୍ରୌପଦୀ ମୁର୍ମୁ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଏପରି ଭାବରେ ସେ ଆଦିବାସୀ ସମ୍ପ୍ରଦାୟରୁ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ। ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ପରେ ସେ ହେଉଛନ୍ତି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି।