US Strike on Houthi Rebels: କିଛି ଦିନ ପୂର୍ବେ ଆଡେନ ଉପସାଗରରେ ଦେଶର ନୌସେନା ଜାହାଜ ଉପରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣର ପ୍ରତିଶୋଧ ନେଇଛି ଆମେରିକା। ଏହି ଆକ୍ରମଣ ୟମେନ ଠାରେ ସକ୍ରିୟ ରହିଥିବା ହୁଥି ବିଦ୍ରୋହୀଙ୍କ ଦ୍ୱାରା ହୋଇଥିଲା। ହୁଥି ବିଦ୍ରୋହୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣ ପାଲଟା ଜବାବ ଦିଆଯାଇଥିବା ନେଇ ଆମେରିକୀୟ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହା ପୂର୍ବରୁ ଗତ ୧୯ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ବାହିନୀ ଲାଲ ସାଗରରେ ଦେଶର ବାଣିଜ୍ୟକ ସ୍ୱାର୍ଥରେ କ୍ଷତି ପହଞ୍ଚାଇବାକୁ ଚାହୁଁଥିବା ହୁଥି ବିଦ୍ରୋହୀଙ୍କ ବିରୋଧରେ ଜବରଦସ୍ତ ଆକ୍ରମଣ କରିଥିଲେ।  ଆମେରିକୀୟ ଜାହାଜ ଉପରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ ହୁଥି ବିଦ୍ରୋହୀ। ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଇସ୍ରାଏଲ ବିରୋଧରେ ଯୁଦ୍ଧ ଲଢୁଥିବା ହମାସ ଗୋଷ୍ଠୀକୁ ସମର୍ଥନ କରିବାକୁ ଯାଇ ଭବିଷ୍ୟତରେ ଆହୁରି ଅଧିକ ଆକ୍ରମଣ କରିବାକୁ ଧମକ ଦେଇଥିଲେ ହୁଥି ବିଦ୍ରୋହୀ। ଏହି ଧମକର ଜବାବ ଏବେ ଆମେରିକା ନିଜର ସମ୍ପୂର୍ଣ୍ଣ କ୍ଷମତାରେ ଦେବା ଆରମ୍ଭ କରିଛି ଆମେରିକା। 


COMMERCIAL BREAK
SCROLL TO CONTINUE READING

ହୁଥି ବିଦ୍ରୋହୀଙ୍କ ବିରୋଧରେ ଜାରି ରହିବ କାର୍ଯ୍ୟାନୁଷ୍ଠାନ: ରାଷ୍ଟ୍ରପତି ବାଇଡେନ


ବିଗତ କିଛି ଦେବ ହୁଥି ବିଦ୍ରୋହୀ ଆଡେନ ଉପସାଗର ଏବଂ ଲାଲ ସାଗରରେ ବାଣିଜ୍ୟକ ଜାହାଜ ଉପରେ ଆକ୍ରମଣ କରୁଛନ୍ତି। ସାମରିକ ଦୃଷ୍ଟିକୋଣରୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ କୁହାଯାଉଥିବା ଆମେରିକା ଏହି ଆକ୍ରମଣର ଜବାବ ଦେବା ଆରମ୍ଭ କରି ଦେଇଛି। ହୁଥି ବିଦ୍ରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସ୍ପଷ୍ଟ କରି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଏନେଇ ଆମେରିକା ମୋଟ ୩୯ ଦେଶର ନୌସେନାକୁ ନେଇ ଏକ ମେଣ୍ଟ ଗଠନ କରିଛି। ହୁଥି ବିଦ୍ରୋହୀଙ୍କ ବିରୋଧରେ ଆମେରିକା ନେତୃତ୍ୱରେ "ଅପରେସନ ପ୍ରସ୍ପିରିଟି ଗାର୍ଡିୟାନ" ନାମକ ଏକ ନୌସେନା ଅଭିଯାନ କାର୍ଯ୍ୟକାରୀ କରିଛି। ଏହି ସାମରିକ ଅଭିଯାନରେ ଗ୍ରୀସ୍, ଡେନମାର୍କ, ନେକଦଲ୍ୟାଣ୍ଡ, ନରୱେ, ବାହାରିନ, କାନାଡା, ଫ୍ରାନ୍ସ, ଇଟାଲୀ, ନେଦରଲ୍ୟାଣ୍ଡ, ନରୱେ, ସେଚେଲ୍ସ, ସ୍ପେନ୍, ବ୍ରିଟେନ ଏବଂ ଆମେରିକା ଭଳି ଦେଶ ଅନ୍ତର୍ଭୂକ୍ତ ଅଛନ୍ତି।  


Also Read: Operation Prosperity Guardian: କ'ଣ ଏହି ନୌସେନା ଅଭିଯାନ; ଯାହାକୁ ନେଇ କମ୍ପି ଉଠିଛନ୍ତି ହୁଥି ବିଦ୍ରୋହୀ


ହୁଥି ବିଦ୍ରୋହୀଙ୍କ ଆକ୍ରମଣ କାରଣରୁ ପ୍ରଭାବିତ ହେଉଛି ବିଶ୍ୱ ବାଣିଜ୍ୟ
ହୁଥି ବିଦ୍ରୋହୀଙ୍କ ଆକ୍ରମଣ କାରଣରୁ ଅଶାନ୍ତ ହୋଇଉଠିଛି ଆଡେନ ଉପସାଗର ଏବଂ ଲାଲ ସାଗର। ଏହି ଆକ୍ରମଣ କାରଣରୁ ପ୍ରଭାବିତ ହେଉଛି ବିଶ୍ୱ ବାଣିଜ୍ୟ। ଏହାର ଜବାବ ଦେବାକୁ ଯାଇ ଆମେରିକା ନେତୃତ୍ୱାଧିନ ୩୯ ଦେଶର ନୌସେନା ପକ୍ଷରୁ "ଅପରେସନ ପ୍ରସ୍ପିରିଟି ଗାର୍ଡିୟାନ" ନାମକ ଏକ ସେନା ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ହୁଥି ବିଦ୍ରୋହୀଙ୍କ ଆକ୍ରମଣ ଫଳରେ ବିଶ୍ୱର ଏକ ବୃହତ୍ତ ଭାଗରେ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇଛି। କାରଣ ସେମାନେ ଯେଉଁ ଠାରେ ଆକ୍ରମଣ କରୁଛନ୍ତି ସେହି ସାମୁଦ୍ରିକ ମାର୍ଗ କାରଣରୁ ସମୟ ସଞ୍ଚୟ ହୋଇଥାଏ। ଗୋଟିଏ ଦେଶରୁ ଅନ୍ୟ ଦେଶକୁ ସାମଗ୍ରୀ ପରିବହନ କରିବା ସହଜ ହୋଇଥାଏ। ଆଡେନ ଉପସାଗର ଏବଂ ଲାଲ ସାଗରରେ ସୋମଲିଆ ଜଳଦସ୍ୟୁଙ୍କ ଭଳି ବୁଲୁଥିବା ହୁଥି ବିଦ୍ରୋହୀ ଇସ୍ରାଏଲ ସହ ଚାଲିଥିବା ଯୁଦ୍ଧରେ ହମାସ ଉଦ୍ଦେଶ୍ୟରେ ସମର୍ଥନ ଘୋଷଣା କରି ବିଶ୍ୱର ବିଭିନ୍ନ ଦେଶ ସହ ବିନା କାରଣରେ ସିଧାସଳଖ ପଙ୍ଗା ନେଇଛନ୍ତି। ଏଭଳି ପରିସ୍ଥିତିରେ ଆଞ୍ଚଳିକ ଶାନ୍ତି ପ୍ରଭାବିତ ହେବାର ଆଶଙ୍କା ବଢିଛି। ଏନେଇ ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଦେଶର ବାଣିଜ୍ୟକ ଏବଂ  ନୌସେନା ଜାହାଜ ଉପରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତି ଚାଲିଥିଲା। ଏପରି ପରିସ୍ଥିତିରେ ଆମେ ଆତ୍ମରକ୍ଷା ଦିଗରେ ଆମ ଆଡକୁ ଆସୁଥିବା କ୍ଷେପଣାସ୍ତ୍ରକୁ ନଷ୍ଟ କରି ଦେଇଥିଲୁ।


ଏକ ପ୍ରକାର ଯୁଦ୍ଧ ଆଡ଼କୁ ମୁହାଁଉଛି ବିଶ୍ୱ ସମୁଦାୟ
ନିକଟରେ ଇରାକ ଠାରେ ଆମେରିକୀୟ ସୈନ୍ୟଙ୍କ ଉପରେ ଆକ୍ରମଣ ହୋଇଥିଲା। ଇରାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ଇସ୍ରାଏଲ ଏବଂ ଆମେରିକାକୁ ଟାର୍ଗେଟ କରିଥିଲା। ଏଭଳି ପରିସ୍ଥିତିରେ ଇସ୍ରାଏଲ-ହାମାସ ଯୁଦ୍ଧର ନିଆଁ ଧିରେ ଧିରେ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି। ଗତ ଶନିବାର ଦିନ ପଶ୍ଚିମ ଇରାକ ଠାରେ ଆମେରିକାର ନେତୃତ୍ୱାଧିନ ମେଣ୍ଟ ଦ୍ୱାରା ବ୍ୟବହୃତ ହେଉଥିବା ସାମରିକ ଘାଟିରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହି ଆକ୍ରମଣରେ ଇସ୍ରାଏଲ ଗୁପ୍ତଚର ସଂସ୍ଥାର ଲୋକଙ୍କୁ ଟାର୍ଗେଟ କରାଯାଇଥିଲା। ଏହା ସହିତ ଅଲ-ଆସାଦ ବାୟୁସେନା ଘାଟିରେ ୧୫ ରକେଟ ମାଡ଼ କରାଯାଇଥିଲା। ହେଲେ ଆମେରିକାୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଆକାଶରେ ୧୩ ରକେଟ୍ ନଷ୍ଟ କରି ଦେଇଥିଲା। ହେଲେ ଦୁଇଟି ରକେଟ ବାୟୁସେନା ଘାଟିରେ ଖସି ପଡ଼ିଥିଲା।


Also Read: US-UK Strike on Houthi Rebels: ଆମେରିକା-ବ୍ରିଟେନ ଆକ୍ରମଣରେ କମ୍ପିଉଠିଲେ ହୁଥି ବିଦ୍ରୋହୀ; ମାଟିରେ ମିଶିଲା ଅସ୍ତ୍ରାଗାର


ପ୍ରାୟ ୩ ମାସରୁ ଉଦ୍ଧ୍ୱ ସମୟ ଧରି ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଇସ୍ରାଏଲ-ହମାସ  ବିରୋଧରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ପର ଠାରୁ ଆମେରିକୀୟ ସେନା ବାହିନୀ ଉପରେ ସ୍ଥଳ କିମ୍ବା ଜଳ ଭାଗରୁ ଆକ୍ରମଣ କରାଯାଉଛି। ଆଡେନ ଉପସାଗର, ଲାଲ ସାଗର, ଇରାକ-ସିରିଆ ଠାରେ ଆମେରିକା ଏବଂ ଏହାର ନେତୃତ୍ୱାଧିନ ସାମରିକ ମେଣ୍ଟରେ ସାମିଲ ହୋଇଥିବା ବିଭିନ୍ନ ଦେଶର ସେନା ବାହିନୀ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି। ଆମେରିକୀୟ ସେନାବାହିନୀ ଉପରେ ହୋଇଥିବା ସମସ୍ତ ଆକ୍ରମଣ ପାଇଁ ଇରାକ ଠାରେ ସକ୍ରିୟ ରହିଥିବା "ଇସଲାମିକ ରେସିଷ୍ଟାନ୍ସ" ନାମକ ସଙ୍ଗଠନ ନିଜକୁ ଦାୟୀ କରିଛି। ଏହି ସଙ୍ଗଠନକୁ ଇରାନ ପକ୍ଷରୁ ସମର୍ଥନ ମିଳୁଛି।  ଯିଏ ଗାଜା ଯୁଦ୍ଧରେ ଇସ୍ରାଏଲକୁ ଆମେରିକାର ସମର୍ଥନକୁ ବିରୋଧ କରୁଛି।