Prithvi-2 missile: ଭୁବନେଶ୍ୱର: ଆଣବିକ ସକ୍ଷମ ବାଲିଷ୍ଟିକ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ସଫଳ ପରୀକ୍ଷଣ କରିଛି ଭାରତ। ଓଡିଶା ଉପକୂଳର ଚାନ୍ଦିପୁର ମିଶାଇଲ ପରୀକ୍ଷଣ କେନ୍ଦରୁ ଏହି ପରୀକ୍ଷଣ କରାଯାଇଛି। DRDO ଦ୍ୱାରା ବିକଶିତ ଏହି କ୍ଷେପଣାସ୍ତ୍ର ୩୫୦ କିଲୋମିଟର ଦୂର ପର୍ଯ୍ୟନ୍ତ ସଠିକ୍ ଷ୍ଟ୍ରାଇକ୍ କରିବାରେ କ୍ଷମତା ରଖିଛି। ସଫଳ ପରୀକ୍ଷଣରେ ଉଚ୍ଚ ସ୍ତରର ସଠିକତା ସହିତ ଲକ୍ଷ୍ୟକୁ ଭେଦ କରିବା କ୍ଷମତା ରଖିଥିବା ଏହି ମିଶାଇଲ ପୁଣି ଥରେ ଏହାର ଉପଯୋଗୀତା ପ୍ରମାଣ କରିଛି।


COMMERCIAL BREAK
SCROLL TO CONTINUE READING

ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଚାନ୍ଦିପୁର ଠାରେ ସନ୍ଧ୍ୟା ୭ଟା ୪୫ ମିନିଟରେ ପରୀକ୍ଷା କରାଯାଇଥିଲା। ଆଣବିକ ଶକ୍ତି କ୍ଷମତା ସମ୍ପନ୍ନ ଏହି ମିଶାଇଲକୁ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶ ଶୈଳୀରେ ପ୍ରସ୍ତୁତ କରାଯାଇଛି। ପୃଥ୍ୱୀ ୨କୁ ଏକ ସଫଳ କ୍ଷେପଣାସ୍ତ୍ର ଭାବରେ ବିବେଚନା କରାଯାଉଛି। ରାତ୍ରୀକାଳୀନ ସମୟରେ ଏହାର ସଠିକ ଉପଯୋଗକୁ ନେଇ ପ୍ରତିରକ୍ଷା ବିଭାଗ ଆଶାବାଦୀ ରହିଛି। ଅଧିକାରୀ କହିଛନ୍ତି ଯେ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଏହାର ଲକ୍ଷ୍ୟକୁ ମାରିବା ପାଇଁ ଉନ୍ନତ ନିଷ୍କ୍ରିୟ ମାର୍ଗଦର୍ଶିକା ପ୍ରଣାଳୀ ବ୍ୟବହାର କରିଥାଏ।