PSPCL Recruitment 2024: ସରକାରୀ ନିଯୁକ୍ତି ଅଧୀନରେ ବିଦ୍ୟୁତ୍ ବିଭାଗରେ ଅନେକ ଗୁଡିଏ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ବାହାରିଛି । ଏହି ନିଯୁକ୍ତି ପଞ୍ଜାବ ସରକାରଙ୍କ ଅଧୀନରେ ପଞ୍ଜାବ ଷ୍ଟେଟ୍ ପାୱାର କର୍ପୋରେସନ୍ ଲିମିଟେଡ୍ ଦ୍ୱାରା କରାଯାଇଛି । ଆସିଷ୍ଟାଣ୍ଟ ଲାଇନମ୍ୟାନ୍ ପାଇଁ ୨୫ଶହ  ପଦବୀରେ ନିଯୁକ୍ତି ପାଇଁ PSPCL ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି । ଏଥିମଧ୍ୟରେ ଜେନେରାଲ୍ ପାଇଁ ୮୪୯ ଟି ପୋଷ୍ଟ, EWS ପାଇଁ ୨୫୦, ଏସସି ପାଇଁ ୩୭୫, ପଛୁଆ ଶ୍ରେଣୀ ପାଇଁ ୩୧୨, ପୂର୍ବତନ ସେବାୟତଙ୍କ ପାଇଁ ୨୫୯, PWD ପାଇଁ ୧୦୦, କ୍ରୀଡ଼ା ବ୍ୟକ୍ତିଙ୍କ ପାଇଁ ୯୨ ଏବଂ ଫ୍ରିଡମ୍ ଫାଇଟର୍ସ ପାଇଁ ୨୫ ଟି ପୋଷ୍ଟ ଅନ୍ତର୍ଭୁକ୍ତ ରହିଛି । ତେବେ ମୋଟ ୨୫ଶହ ପଦବୀ ମଧ୍ୟରୁ ୮୩୭ ଟି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ।


COMMERCIAL BREAK
SCROLL TO CONTINUE READING

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ,  ଉପରୋକ୍ତ ପ୍ରକାଶିତ ପଦବୀ ଗୁଡିକରେ ଆପଣ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ଆଜି ଅର୍ଥାତ୍ ୨୬ ଡିସେମ୍ୱରରୁ ଆରମ୍ଭ ହୋଇ ୧୫ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ଦେୟ ବାବଦକୁ ଆପଣଙ୍କୁ ୯୪୪ ଟଙ୍କା ଫି ଦେବାକୁ ପଡିବ । ତେବେ ଏସସି ଏବଂ ପିଡବ୍ୟୁଡି ପାଇଁ ଏହା ୫୯୦ ଟଙ୍କା ରହିଛି ।


ଦକ୍ଷତା
ଲାଇନମ୍ୟାନ ଟ୍ରେଡ୍ ର ନ୍ୟାସନାଲ ଆପ୍ରେଣ୍ଟିସିପ୍ ସାର୍ଟିଫିକେଟ୍ ସହିତ ଆବେଦନକାରୀଙ୍କର ନିକଟରେ ଦଶମ ପାସ୍ ଶିକ୍ଷାଗତ ଯୋଗ୍ୟତା ଥିବା ଆବଶ୍ୟକ । କେବଳ ସେତିକି ନୁହେଁ ପ୍ରାର୍ଥୀ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଞ୍ଜାବୀ ବିଷୟରେ ପାଠ ପଢିଥିବା ଉଚିତ୍ । ନିଯୁକ୍ତି ପାଇଁ ବୟସ ସୀମା ୧୮ ରୁ ୩୭ ବର୍ଷ ମଧ୍ୟରେ ସ୍ଥିର କରାଯାଇଛି । ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗରେ ବୟସରେ କୋହଳ ମଧ୍ୟ ଦିଆଯିବ ।


ଚୟନ
ପୋଷ୍ଟଗୁଡିକ ପାଇଁ ଚୟନ ପ୍ରକ୍ରିୟା ଅନଲାଇନ୍ ପରୀକ୍ଷା ମାଧ୍ୟମରେ ଅନୁଷ୍ଠିତ ହେବ । ଯେଉଁଥିରେ ପେପର ୧ରେ ୫୦ ମାର୍କ ଏବଂ ଏକାଧିକ  ପ୍ରଶ୍ନ ପଚରାଯିବ । ପେପର ୧ରେ ପାସ୍ କରିବାପରେ ପେପର ୨ରେ ମାର୍କ ଆଧାରରେ ମେରିଟ୍ ତାଲିକା ପ୍ରସ୍ତୁତ କରାଯିବ । ଯଦି ଆପଣ ଅଧିକ ସୂଚନା ଆବଶ୍ୟକ କରୁଛନ୍ତି ତେବେ PSPCL ର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରନ୍ତୁ ।


Also Read- Year Ender 2023: ଏହି ବର୍ଷର ୭ଟି ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର, ଜାଣନ୍ତୁ ଚର୍ଚ୍ଚାର କାରଣ...


Also Read- Ajab Gajab: ଚାକିରି ଛାଡି ବିକିଲେ ଗଧ କ୍ଷୀର, ୫ଦିନରେ ହେଲେ ଲକ୍ଷପତି!