Amritsar Golden Temple: ପଞ୍ଜାବ ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିର ପରିସରରେ ଦେଖିବାକୁ ମିଳିଛି ଏକ ଅଜବ ଧରଣର ଘଟଣା। ସ୍ୱର୍ଣ୍ଣ ମନ୍ଦିରରେ ଜଣେ ଯୁବତୀଙ୍କୁ ଅଟକାଇବା ପ୍ରସଙ୍ଗକୁ ନେଇ ଜାରି ରହିଛି ଚର୍ଚ୍ଚା। ସ୍ୱର୍ଣ୍ଣ ମନ୍ଦିର ପରିସରରେ ସେହି ଯୁବତୀଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା। କାରଣ ତାଙ୍କ ମୁହଁରେ ତ୍ରିରଙ୍ଗା ଟାଟୁ ଛପା ହୋଇଥିଲା। ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସୋସିଆଲ ମିଡିଆ ଦୁନିଆରେ ଜାରି ରହିଛି ବିତର୍କ। କିଛି ଲୋକ ତାଙ୍କୁ ଠିକ୍ କହୁଥିବାବେଳେ କେହି କେହି ତାଙ୍କୁ ଭୁଲ୍ ଦର୍ଶାଉଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏହି ସମଗ୍ର ପ୍ରସଙ୍ଗରେ ସେହି ଯୁବତୀଙ୍କ ସହ ହୋଇଥିବା କୌଣସି ପ୍ରକାର ଦୁର୍ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ମହାସଚିବ ଗୁରୁଚରଣ ସିଂହ ଗ୍ରେବାଲ। ଏହା ସହିତ ମହାସଚିବ ଆହୁରି ମଧ୍ୟ କହିଛନ୍ତି ଯେ ମହିଳାଙ୍କ ମୁହଁରେ ଚିତ୍ରିତ ପତାକା ତ୍ରିରଙ୍ଗା ନଥିଲା।


ଗୁରୁଚରଣ ସିଂହ ଗ୍ରେବାଲ କହିଛନ୍ତି ସ୍ୱର୍ଣ୍ଣ ମନ୍ଦିର ହେଉଛି ଏକ ଶିଖ ତୀର୍ଥସ୍ଥଳ। ପ୍ରତ୍ୟେକ ଧାର୍ମିକ ସ୍ଥାନର ନିଜସ୍ୱ ସୀମା ରହିଛି। ଆମେ ସମସ୍ତଙ୍କୁ ସ୍ୱାଗତ କରୁଛୁ। ଯଦି କୌଣସି ଅଧିକାରୀ ଅସଦାଚରଣ କରିଛନ୍ତି, ତାହେଲେ ଆମେ କ୍ଷମା ପ୍ରାର୍ଥନା କରୁଛୁ। ସେହି ଯୁବତୀଙ୍କ ମୁହଁରେ ଥିବା ପତାକା ଆମର ଜାତୀୟ ପତାକା ନଥିଲା। କାରଣ ଏଥିରେ ଅଶୋକ ଚକ୍ର ନଥିଲା। ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ମହାସଚିବ କହିଛନ୍ତି ଯେ ଏହା ଏକ ଦଳର ରାଜନୈତିକ ପତାକା ହୋଇଥାଇପାରେ।



ସମଗ୍ର ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ମହାସଚିବଙ୍କ ପ୍ରତିକ୍ରିୟା ଆସିଥିଲା। ​​ଯେଉଁଥିରେ ଜଣେ ଯୁବତୀଙ୍କ ସ୍ୱର୍ଣ୍ଣ ମନ୍ଦିର ପରିସରରେ ପ୍ରବେଶ କରିବାକୁ ଅଟକା ଯାଇଥିବା ଦେଖାଯାଇଥିଲା। ଯେଉଁଥିରେ ଦେଖିବାକୁ ମିଳିଛି ସ୍ୱର୍ଣ୍ଣ ମନ୍ଦିରର କର୍ମଚାରୀଙ୍କ ସହ ବାଳକ ଏବଂ ତାଙ୍କ ସହିତ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଛି। 


ଏହି ଘଟଣାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ଯୁବତୀ ଅନ୍ୟ ଜଣେ ପୁରୁଷଙ୍କ ସହିତ ସ୍ୱର୍ଣ୍ଣ ମନ୍ଦିର ଅଧିକାରୀଙ୍କ ନିକଟକୁ ଯାଉଛନ୍ତି। ସେଠାରେ ପ୍ରଶ୍ନ ପଚରା ଯାଉଛି ଯେ, କାହିଁକି ଭିତରକୁ ଯିବାକୁ ଅଟକାଯାଉଛି? ଏହି ପ୍ରଶ୍ନର ଉତ୍ତରରେ କୁହାଯାଉଛି ଯେ, ସେହି ଯୁବତୀ ଜଣଙ୍କ ତାଙ୍କ ମୁହଁରେ ଏକ ପତାକା ଲଗାଇଛନ୍ତି। ଏହା ପଚରା ଯାଉଛି ଯେ କ'ଣ ଏହା ଭାରତ ନୁହେଁ? ଏହି ପ୍ରଶ୍ନର ଉତ୍ତରରେ ଅଧିକାରୀ ଜଣଙ୍କ କହୁଛନ୍ତି ଯେ ଏହା ହେଉଛି ପଞ୍ଜାବ। ଏହା ପରେ ସେହି ଯୁବତୀଙ୍କ ସହ ଛିଡା ହୋଇଥିବା ବ୍ୟକ୍ତି ଜଣଙ୍କ କହୁଛନ୍ତି ଯେ ପଞ୍ଜାବ କ'ଣ ଭାରତର ନୁହେଁ। ଏହା ପରେ ମାମଲା ଆଗକୁ ବଢିଯାଉଛି।