Pran Pratishtha Ceremony: ଆଜି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ସାରା ଦେଶରେ ଉତ୍ସୁକତା । ହଜାର ହଜାର ସାଧୁ, ସନ୍ଥ ଓ ଭକ୍ତଙ୍କ ସୁଅ ଛୁଟୁଛି ଅଯୋଧ୍ୟାକୁ। ଫୁଲ ଓ ଆଲୋକମାଳାରେ ଝଲସୁଛି ଅଯୋଧ୍ୟା। ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୪୫ ମଧ୍ୟରେ ହୋଇଛି ପ୍ରାଣ ପ୍ରତିଷ୍ଠା ଉତ୍ସବ । ଗତ ୧୬ ତାରିଖରୁ ବିଭିନ୍ନ ଧାର୍ମିକ କାର୍ଯ୍ୟ ଆରମ୍ଭ ହୋଇଛି । ନିରାପତ୍ତା ଦୃଷ୍ଟିରୁ ସାରା ଅଯୋଧ୍ୟାରେ ପୋଲିସ ଓ ବିଭିନ୍ନ ବାହିନୀ ମୁତୟନ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପ୍ରାଣ ପ୍ରତିଷ୍ଠା ନେଇ ଗର୍ଭଗୃହରେ ପୂଜାର୍ଚ୍ଚନା କରିଛନ୍ତି। ସମଗ୍ର ଦେଶରେ ଭକ୍ତିର ପରିବେଶ ଦେଖିବାକୁ ମିଳିଛି । ପୁରୀ ଗଜପତି ମହାରାଜା ମଧ୍ୟ ଅଯୋଧ୍ୟାରେ ପହଞ୍ଚି ଏହି ମହାନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ମହାରାଣୀ ଳୀଳାବତୀ ପଟ୍ଟମହାଦେଇ ପବିତ୍ର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ସାକ୍ଷୀ ହେବାପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଅତିଥିମାନଙ୍କ ମଧ୍ୟରେ ଉପସ୍ଥିତ ଅଛନ୍ତି ମହାରାଜା ଏବଂ ମହାରାଣୀ । 


ଅନ୍ୟପଟେ ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି। ଅଯୋଧ୍ୟାରେ ପହଞ୍ଚିବାର ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇଛି। କିଙ୍ଗ କୋହଲି ନିଜ ସାଥୀମାନଙ୍କ ସହିତ ଏଠାରେ ପହଞ୍ଚିଛନ୍ତି। କହିରଖୁଛୁ ଯେ ବିରାଟ କୋହଲି, ସଚିନ ତେନ୍ଦୁଲକର ଏବଂ ରୋହିତ ଶର୍ମାଙ୍କ ବ୍ୟତୀତ ଚେସ୍ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦ, 'ସ୍ପ୍ରିଣ୍ଟ କୁଇନ୍' ପି.ଟି ଉଷା ଓ ଷ୍ଟାର ଫୁଟବଲର୍ ଭାଇଚୁଙ୍ଗ ଭୁତିଆଙ୍କୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ କରାଯାଇଛି।


ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଯୋଗୁଁ ଅଯୋଧ୍ୟା ସହର ସାଜସଜ୍ଜାରେ ଝଲସି ଉଠିଛି। ଏହି ଐତିହାସିକ ମୁହୂର୍ତ୍ତର ଏକ ଅଂଶ ହେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଅନେକ ଲୋକ ଏଠାରେ ପହଞ୍ଚୁଛନ୍ତି। ଏହି ସମୟରେ ଅଯୋଧ୍ୟାରେ ସୁରକ୍ଷା ମଧ୍ୟ ଅତ୍ୟନ୍ତ କଡାକଡି ରହିଛି। ୩ ଜାନୁଆରୀରୁ ସାଧାରଣ ଲୋକଙ୍କ ପାଇଁ ଏହି ମନ୍ଦିର ଖୋଲାଯିବ। ଉତ୍ତରପ୍ରଦେଶ ସରକାରଙ୍କ ଅନୁଯାୟୀ ପ୍ରତ୍ୟେକ ଦିନ ଏଠାରେ ଏକ ଲକ୍ଷରୁ ଅଧିକ ଭକ୍ତ ଆସିବେ ବୋଲି ଆଶା କରାଯାଉଛି। ଏତେ ସଂଖ୍ୟକ ଲୋକ ମନ୍ଦିରରେ ଦର୍ଶନ ପାଇଁ ଆସିବା ପାଇଁ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ପ୍ରତି ଘଣ୍ଟାରେ ଭଗବାନ ରାମଙ୍କୁ ଫଳ ଓ କ୍ଷୀର ଅର୍ପଣ କରାଯିବ।


ଅଯୋଧ୍ୟା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ କହିବାନୁସାରେ, ୨୩ ଜାନୁଆରୀରୁ ଶ୍ରୀ ରାମ ମନ୍ଦିରର ନିତୀକାନ୍ତି ଆରମ୍ଭ ହେବ। ଶ୍ରୀ ରାମୋପାସାନା ସମିତା (ସମୟ ସାରଣୀ) ପୂରା ଦିନ ପାଇଁ ପ୍ରସ୍ତୁତ ହୋଇସାରିଛି। ପ୍ରଥମେ ସକାଳେ ପୁରୋହିତମାନେ ଭଗବାନ ଶ୍ରୀ ରାମଙ୍କୁ ଶୃଙ୍ଗାର କରାଇବେ। ବିଧି ବିଧାନ ଅନୁଯାୟୀ, ଭଗବାନଙ୍କୁ ୪ଟାରେ ଜାଗ୍ରତ କରାଯିବ। ଏହା ପରେ ସକାଳ ୮ଟାରେ ମନ୍ଦିରର କବାଟ ଖୋଲାଯିବ। ଏଠାକୁ ଆସୁଥିବା ଲୋକମାନେ ଭଗବାନ ଶ୍ରୀ ରାମଙ୍କ ଦର୍ଶନ ପାଇପାରିବେ। ବିଶେଷଜ୍ଞଙ୍କ ଅନୁଯାୟୀ ରାମଲାଲା ବିଶେଷ ଉତ୍ସବରେ ହଳଦିଆ ରଙ୍ଗର ବସ୍ତ୍ର ରିଧାନ କରିବେ। ଏହା ବ୍ୟତୀତ ସୋମବାର ଦିନ ଧଳା, ମଙ୍ଗଳବାର ଦିନ ନାଲି, ବୁଧବାର ଦିନ ସବୁଜ, ଗୁରୁବାର ଦିନ ହଳଦିଆ, ଶୁକ୍ରବାର ଦିନ ହାଲୁକା ହଳଦିଆ, ଶନିବାର ଦିନ ନୀଳ ଏବଂ ରବିବାର ଗୋଲାପୀ ରଙ୍ଗର ବସ୍ତ୍ର ପରିଧାନ କରିବେ। ଦିନର ଶେଷ ସନ୍ଧ୍ୟା ଆରତୀ ସନ୍ଧ୍ୟା ୭ ଟାରେ ହେବ।


Also Read- Grah Gochar 2024: ଫେବୃଆରୀରେ ବଦଳିବ ୫ ଟି ଗ୍ରହର ଗତିବିଧି, ବଦଳିବ ଏହି ରାଶିର ଭାଗ୍ୟ


Also Read- PCOD ଏବଂ PCOS ମଧ୍ୟରେ ପାର୍ଥକ୍ୟ କ’ଣ? କିପରି ଜାଣିବେ ଲକ୍ଷଣ...?