Driver Arrested for Looting Foreign Tourist: ସ୍ୱଦେଶ ଫେରିଲେ ଲୁଟ୍ ର ଶୀକାର ହୋଇଥିବା ବିଦେଶୀ ପର୍ଯ୍ୟଟକ। ପୁରୀ ଆସିଥିବା ବେଳେ ଲୁଟ୍ ର ଶୀକାର ହେବା ପରେ ନେଦରଲ୍ୟାଣ୍ଡ ପର୍ଯ୍ଯଟକଙ୍କ ଜଣଙ୍କ ବହୁତ ଅସୁବିଧାର ସାମ୍ନା କରିଥିଲେ। ଜଣେ ଡ୍ରାଇଭର ନିଜ ଘରେ ରଖି ତାଙ୍କର ଟଙ୍କା ପଇସା ସୁନା ଆଦି ଲୁଟି ନେଇ ଫେରାର ହୋଇଯାଇଥିଲା। ବିଦେଶୀ ପର୍ଯ୍ଯଟକଙ୍କୁ ପ୍ରଶାସନ ପକ୍ଷରୁ ଆତିଥ୍ୟ ପ୍ରଦାନ କରାଯାଇ ପାନ୍ଥନିବାସ ଠାରେ ତାଙ୍କ ପାଇଁ ସମସ୍ତ ବ୍ଯବସ୍ଥା କରାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ବିଦେଶୀ ପର୍ଯ୍ୟଟଙ୍କୁ କଳାକନା ବୁଲାଇଥିବା ଲୁଟେରା ଡ୍ରାଇଭର ଧରା ପଡ଼ିବା ପରେ ତାକୁ ଗୁରୁବାର (୧୫ ମାର୍ଚ୍ଚ) ଗିରଫ କରାଯାଇ ଜେରା କରାଯାଉଛି। ବିଦେଶୀ ପର୍ଯ୍ଯଟକଙ୍କ ଠାରୁ ଲୁଟ ହୋଇଥିବା ଜିନିଷପତ୍ର ମିଳିଲେ ତାଙ୍କ ପାଖକୁ ପଠାଇ ଦିଆଯିବ। ସେପଟେ ପୁରୀ ଏକ ବିଶ୍ୱସ୍ତରୀୟ ସହର। ଏଠାରେ ପର୍ଯ୍ଯଟକଙ୍କ ପ୍ରତି ଏଭଳି ବ୍ଯବହାର ଠିକ ନୁହେଁ। ସେମାନଙ୍କ ପ୍ରତି ଯଥେଷ୍ଟ ସମ୍ମାନବୋଧ ପୋଷଣ କରିବା ଆବଶ୍ୟକ। ଲୁଟପାଟର ଶିକାର ହୋଇଥିବା ବିଦେଶୀ ନାଗରିକଙ୍କୁ ପ୍ରଶାସନ ପକ୍ଷରୁ ଆଦର ପୂର୍ବକ ଆତିଥ୍ୟ ପ୍ରଦାନ କରାଯାଇଛି। ତାଙ୍କ ଦେଶର ଦୂତାବାସ ସହ ଆଲୋଚନା କରିବା ସହ ବିମାନ ଟିକେଟ କରି ପଠାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।


ସ୍ୱଦେଶ ଫେରିଲେ ଟାକ୍ସି ଚାଳକ ଦ୍ୱାରା ଲୁଟ୍ ର ଶିକାର ହୋଇଥିବା ୭୨ ବର୍ଷୀୟ ନେଦରଲ୍ଯାଣ୍ଡ ପର୍ଯ୍ଯଟକ ଆନ୍ଥୋନି ଭ୍ୟାନ ଅର୍କେଲ। ଗୁରବାର ପୁଲିସ ପକ୍ଷରୁ ଟିଆଇ ପରେଡ କରାଯାଇଥିବା ବେଳେ ଆନ୍ଥୋନୀ ଟାକ୍ସି ଡ୍ରାଇଭର ସାଗର ମଲ୍ଲିକକୁ ଚିହ୍ନଟ କରିବା ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ଥାନା ପୁଲିସ। ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ବେଳେ ସେମାନେ ଅଭିଯୁକ୍ତ ସାଗର ମଲ୍ଲିକକୁ ରାଜ୍ଯ ବାହାରୁ ଗିରଫ କରି ଆଣିଥିଲେ। ପୁରୀ ଆସିବା ପରେ ଏବଂ ବିଦେଶୀ ପର୍ଯ୍ଯଟକ ଚିହ୍ନିବା ପରେ ତାକୁ ଗିରଫ କରିଛି ପୋଲିସ। 


ସେପଟେ ନେଦରଲ୍ୟାଣ୍ଡ ପର୍ଯ୍ୟଟକଙ୍କ ମାର୍ଚ୍ଚ ୧୫ ତାରିଖରେ ଫ୍ଲାଇଟ ରହିଥିବାରୁ ଗୁରୁବାର ଜିଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ ଯେଉଁଥିରେ ପର୍ଯ୍ଯଟନ ଅଧିକାରୀ ଏବଂ କ୍ରୀଡା ଅଧିକାରୀ ୨ ଜଣ ଭୁବନେଶ୍ୱର ଠାରୁ ନାଗପୁର ଅଭିମୁଖେ ବିମାନ ଯୋଗେ ଯାତ୍ରା କରିଛନ୍ତି। କିଛି ଲୋକଙ୍କ କାରଣରୁ ଭାରତ ବଦନାମ ହେଉଛି। ହେଲେ ତଥାପି ଭାରତୀୟ ବେଶ ଭଲ। ଏଠାକାର ପ୍ରଶାସନିକ ବ୍ଯବସ୍ଥା ବହୁତ ପ୍ରଶଂସାର ପାତ୍ର। ମୁଁ ପୁଣି ଭାରତ ଆସିବି ବୋଲି କହିଛନ୍ତି ନେଦରଲ୍ଯାଣ୍ଡ ପର୍ଯ୍ଯଟକ ଆନ୍ଥୋନି ଭ୍ୟାନ ଅର୍କେଲ।


ନେଦରଲ୍ୟାଣ୍ଡ ପର୍ଯ୍ୟଟକ ଜଣଙ୍କ ଡିସେମ୍ବର ୧୮ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇଥିଲେ। ଜାନୁଆରୀ ୯ ତାରିଖରେ ପୁରୀ ଆସିଥିଲେ। ତୋଷାଳି ସ୍ଯାଣ୍ଡ ଠାରେ ରହିଥିଲେ। ମାତ୍ର ବିଦେଶୀ ଟଙ୍କା ଭଙ୍ଗାଇବା ପାଇଁ ଏକ କାର ଯୋଗେ ଭୁବନେଶ୍ୱର ଯାଇଥିଲେ। ଭୁବନେଶ୍ବର ଠାରେ ୩ ଲକ୍ଷ ୮୭ ହଜାର ଟଙ୍କା ଉଠାଇବା ପରେ କାର ଭିତରେ ଏକ ବ୍ଯାଗ୍ ମଧ୍ୟରେ ଟଙ୍କା ରଖି ଦେଇଥିଲେ। ଚିଲିକା, ଭିତତରକନିକା, ଶିମିଳିପାଳ ବୁଲିବା ପରେ ଯେତେବେଳେ ସେ ବ୍ୟାଗ ଦେଖନ୍ତି ସେତେବେଳେ ଟଙ୍କ ପଇସା କିମ୍ବା ସୁନା ଗହଣା କିଛି ନଥିଲା। ଡ୍ରାଇଭର ନେଇନାହିଁ ବୋଲି କହିବାରୁ ପୁରୀ ଟାଉନଥାନା ଏବଂ ବଳିଆପଣ୍ଡା ଥାନାରେ ଏତଲା ଦେଇଥିଲେ।  


ପୋଲିସ ସେହି କାରକୁ ଜବତ କରିଥିଲେ ମଧ୍ୟ ଡ୍ରାଇଭର ଫେରାର ହୋଇଯାଇଥିଲା। ପୋଲିସ ଗୁରୁବାର ଲୁଟେରା ଡ୍ରାଇଭର ସାଗର ମଲ୍ଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ପରେ ପୋଲିସ ତାକୁ ଜେରା ମଦ୍ୟ କରିଛି। ବିଦେଶୀ ପର୍ଯ୍ଯଟକଙ୍କ ଚୋରି ହୋଇଥିବା ଟଙ୍କା, ସୁନାମୁଦି ଏବଂ ତାଙ୍କ ଦେଶର ମୁଦ୍ରା ୟୁରୋ ମିଳିଛି ନାଁ ନାହିଁ ତାହା ଏବେ ମଧ୍ୟ ଅସ୍ପଷ୍ଟ ହୋଇରହିଛି। ତାଙ୍କ ଠାରୁ ପୂର୍ବରୁ କାର ଜବତ ହୋଇଥିଲା। ଯଦି ଚୋରୀ ଜିନିଷ ମିଳେ ତାହେଲେ ଏହାକୁ ବିଦେଶୀ ପର୍ଯ୍ୟଟକଙ୍କ ପାଖକୁ ପଠାଇ ଦିଆଯିବ ବୋଲି ପୁରୀ ଏସପି ପିନାକ ମିଶ୍ର। କେବଳ ବିଦେଶୀ ନାଗରିକ ନୁହନ୍ତି ବିଭିନ୍ନ ସମୟରେ ପର୍ଯ୍ଯଟକ ଲୁଟପାଟର ଶିକାର ହେଉଛନ୍ତି। ହେଲେ ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଦେବାରେ ବିଫଳ ହେଉଛି ପୁରୀ ପୋଲିସ। ହେଲେ ପୋଲିସ ପର୍ଯ୍ୟଟକଙ୍କୁ କେବେ ପର୍ଯ୍ୟଟକଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେଉଛି ତାହା ଦେଖିବାକୁ ରହିଲା।