Rain In Delhi NCR: ଶୁକ୍ରବାର ଦିନ ରାଜଧାନୀ ଦିଲ୍ଲୀ ବାସିନ୍ଦାଙ୍କୁ ଅସହ୍ୟ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଦିନ ସମୟରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ସମୟରେ ଆଉ କେତେକ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇଛି । ତେଣୁ ଦିଲ୍ଲୀର ପାଣିପାଗ ବଦଳି ଯାଇଛି ।


COMMERCIAL BREAK
SCROLL TO CONTINUE READING

ତେବେ ଦିଲ୍ଲୀରେ ହଠାତ ବର୍ଷା ହେବା କାରଣରୁ ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଜାମ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନେକ ଅଞ୍ଚଳରେ ଡ୍ରେନ ତଥା ଖାଲୁଆ ସ୍ଥାନରେ ପାଣି ଜମା ହୋଇ ରହିଛି । ପାଣିପାଗ ବିଭାଗ ଅନୁଯାୟୀ ଦିଲ୍ଲୀରେ ଅଧିକ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି। ଏହି ବର୍ଷା ଗ୍ରୀଷ୍ମ ପ୍ରକୋପରୁ ଲୋକଙ୍କୁ ଆରାମ ପ୍ରଦାନ କରିଛି । ବିଶେଷ କରି ରୋହିଣୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାବେଳେ ରାଜୌରୀ ଗାର୍ଡେନ, ଏଆଇଏମ୍ଏସ୍ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇଥିଲା। ଅନ୍ୟପଟେ, ନୋଏଡା ଫିଲ୍ମ ସିଟି ଏବଂ ସେକ୍ଟର ୧୫-୧୬ ବ୍ୟତୀତ ନୋଏଡା ଏକ୍ସଟେନ୍ସନ୍ ର କିଛି ସ୍ଥାନରେ ବର୍ଷା ହୋଇଥିବା ଜଣା ପଡିଛି । 


ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ରାଜଧାନୀର ତାପମାତ୍ରା କିଛି ଦିନ ହେବ କ୍ରମାଗତ ଭାବେ ୪୦ ଡିଗ୍ରୀ ଉପରେ ରହିଆସିଛି । ଚଳିତ ବର୍ଷ ମେରୁ ଜୁନ୍ ମାସ ମଧ୍ୟରେ ଦିଲ୍ଲୀରେ ଦେଖାଯାଇଥିବା ଉତ୍ତାପ ଅନେକ ରେକର୍ଡ ଭାଙ୍ଗିସାରିଛି। ଆଗକୁ ପାଣିପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।


ସୂଚନାଯୋଗ୍ୟ, ଦିଲ୍ଲୀରେ ବିଭିନ୍ନ ହସ୍ପିଟାଲରେ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି। ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ମେ’ ୨୭ ତାରିଖ ପରଠାରୁ ଅଂଶୁଘାତ ଜନିତ କାରଣ ପାଇଁ ୪୫ ରୋଗୀ ଭର୍ତ୍ତି ହୋଇଛନ୍ତି। ମେ’ ୨୭ ପରଠାରୁ ଏହି ହସ୍ପିଟାଲରେ ଅଂଶୁଘାତ ଜନିତ କାରଣ ପାଇଁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତ ୨ ଦିନ ମଧ୍ୟରେ ୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଭେଣ୍ଟିଲେଟରରେ ରହିଛନ୍ତି। ସେହିପରି ଚଳିତ ଗ୍ରୀଷ୍ମ ଋତୁରେ ସଫଦରଜଙ୍ଗ ହସ୍ପିଟାଲରେ ମଧ୍ୟ ୯ ଜଣଙ୍କର ମୃତ୍ୟୁ ହେଲାଣି।


Also Read- ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ଯାଉଛନ୍ତି କି ? ଜାଣନ୍ତୁ ଟ୍ରାଫିକ୍ କଟକଣା...