NEET-JEE: ଏହି ମନ୍ଦିରରେ ମାନସିକ ରଖିଲେ କ୍ଲିୟର ହୁଏ ନିଟ୍ ଜେଇଇ ପରୀକ୍ଷା !
NEET-JEE Exam: ରାଜସ୍ଥାନର କୋଟା ସହର ଏହାର କୋଚିଂ ପାଇଁ ପ୍ରସିଦ୍ଧ। ଏଠାରେ ଏକ ଅନନ୍ୟ ମନ୍ଦିର ମଧ୍ୟ ଅଛି, ଯାହାର କାନ୍ଥରେ IIT ଏବଂ NEET ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀମାନେ ସେମାନଙ୍କର ଇଚ୍ଛା ଲେଖନ୍ତି। ପ୍ରତିଦିନ ତିନିଶହରୁ ଅଧିକ ଛାତ୍ରଛାତ୍ରୀ ମନ୍ଦିର ପରିଦର୍ଶନ କରନ୍ତି ଏବଂ ଚଳିତ ବର୍ଷ ରେକର୍ଡ ୨ ଲକ୍ଷ ଛାତ୍ରଛାତ୍ରୀ ଏଠାରେ ବିଭିନ୍ନ କୋଚିଂ ପ୍ରତିଷ୍ଠାନରେ ଆଡମିଶନ କରିଛନ୍ତି।
NEET-JEE Exam Result: ନିଟ୍ ଏବଂ ଜେଇଇ କ୍ଲିୟର କରିବା କାଠିକର ପାଠ । ରାତି ଅନିଦ୍ରା ପାଠପଢି ଛାତ୍ରଛାତ୍ରୀ ମାନେ ନିଜର ଲକ୍ଷ୍ୟ ପୁରା କରିବାକୁ ଚାହାଁନ୍ତି । ତେବେ ଏମିତି ଏକ ଖବର ଭାଇରାଲ ହେବାରେ ଲାଗିଛି ଯେଉଁଠାରେ କୁହାଯାଉଛି ଯେ, ମନ୍ଦିରରେ ପ୍ରାର୍ଥନା କଲେ ନିଟ୍ ଓ ଜେଇଇ ପରୀକ୍ଷା କ୍ଲିୟର ହୁଏ। 'ହେ ଭଗବାନ, ମୋତେ NEET 2023 ରେ ମନୋନୀତ କରାଇଦିଅ। ମୁଁ ପୁନର୍ବାର ଅଧ୍ୟୟନରେ ଧ୍ୟାନ ଦେବି... ମୁଁ AIIMS ଦିଲ୍ଲୀରେ ଆଡମିଶନ ମିଳିଯାଉ । ଏମିତି ମନୋସ୍କାମନା କରିଛନ୍ତି ଛାତ୍ରଛାତ୍ରୀ । ରାଜସ୍ଥାନ କୋଟାର ବିଭିନ୍ନ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ମାନେ ଏପରି କିଛି ଲେଖି ଏକ ମନ୍ଦିରରେ ମନୋସ୍କାମନା କାମନା କରିଛନ୍ତି।
ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ର ରାଜସ୍ଥାନର କୋଟାକୁ (Rajasthan Kota) ଦେଶର ପ୍ରତିଷ୍ଠିତ ଇଞ୍ଜିନିୟରିଂ ଇନଷ୍ଟିଚ୍ୟୁଟ୍ ଏବଂ ମେଡିକାଲ୍ କଲେଜରେ ଆଡମିଶନ ହେବାର ସ୍ୱପ୍ନ ସହିତ କୋଚିଂ ପାଇଁ ଆସିଥାନ୍ତି। କିନ୍ତୁ ସେଠାରେ ପରିବେଶ ଓ ପରସ୍ପର ମଧ୍ୟରେ କମ୍ପିଟିସନ ଦେଖି ଛାତ୍ରଛାତ୍ରୀ ମାନେ ଚାପ ଏବଂ ଆଶା ଭାରରେ ଚାପଗ୍ରସ୍ତ ହୋଇ ଉଠନ୍ତି। ଯାହାର ଫଳ ସ୍ୱରୁପ ସେମାନେ କଷ୍ଟ ତ କରନ୍ତି ହେଲେ ଭଗବାନଙ୍କୁ କି ଆସ୍ରା କରିଥାନ୍ତି। । ତାଲୱାଣ୍ଡି ଅଞ୍ଚଳର ରାଧାକୃଷ୍ଣ ମନ୍ଦିରର ସେଠାରେ ପୂଜା କରୁଥିବା ପୁରୋହିତଙ୍କ କହିବାନୁଯାୟୀ, ବର୍ଷ ବର୍ଷ ଧରି ଛାତ୍ରଛାତ୍ରୀମାନଙ୍କ ବିଶ୍ୱାସ ଏତେ ଶକ୍ତିଶାଳୀ ହୋଇଛି ଯେ ପ୍ରତି ଦୁଇ ମାସରେ ମନ୍ଦିରକୁ ଧଳାରଙ୍ଗ କରିବାକୁ ପଡେ। ସେ କହିଛନ୍ତି ଯେ ପ୍ରତିଦିନ ତିନିଶହରୁ ଅଧିକ ଛାତ୍ରଛାତ୍ରୀ ମନ୍ଦିର ପରିଦର୍ଶନ କରନ୍ତି ଏବଂ ଚଳିତ ବର୍ଷ ରେକର୍ଡ ୨ ଲକ୍ଷ ଛାତ୍ରଛାତ୍ରୀ ଏଠାରେ ବିଭିନ୍ନ କୋଚିଂ ପ୍ରତିଷ୍ଠାନରେ ଆଡମିଶନ କରିଛନ୍ତି।
Also Read: Money Making Plant: ମନି ପ୍ଲାଣ୍ଟ ଠାରୁ ଅଧିକ ଶକ୍ତିଶାଳୀ ଏହି ଗଛ, ଘରେ ଲଗାଇଲେ ହେବ ଟଙ୍କାର ବର୍ଷା !
ପ୍ରାରମ୍ଭରେ, ମନ୍ଦିର ପ୍ରଶାସନ କାନ୍ଥକୁ ନଷ୍ଟ କରିବା ଭଳି ଜିନିଷ ଲେଖିବାକୁ ମନା କରାଯାଇଥିଲା । କିନ୍ତୁ ୨୦୦୦ ମସିହାର ଆରମ୍ଭରେ ଯେତେବେଳେ ଏଠାରେ କିଛି ଇଚ୍ଛା ଲେଖିଥିବା କିଛି ଛାତ୍ର ଆଇଆଇଟି ଏବଂ ମେଡିକାଲ ପ୍ରବେଶିକା (Medical Entrance Exam) ପରୀକ୍ଷାରେ ସଫଳତା ପାଇଲେ ସେତେବେଳେ ମନ୍ଦିର ଲୋକପ୍ରିୟ ହେବାରେ ଲାଗିଲା। ଆଉ ସେବେ ଠାରୁ ଏହି ମନ୍ଦିରର କାନ୍ଥର ନାମ "ବିଶ୍ୱାସ କି ଦିୱାର" ବୋଲି ରଖାଗଲା । ମନ୍ଦିର ପୂଜାରୀ କହିଛନ୍ତି ଯେ, ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନେ ମନ୍ଦିରର କାନ୍ଥରେ ଯେ କୌଣସି ସ୍ଥାନରେ ସେମାନଙ୍କର ଇଚ୍ଛା ଲେଖୁଥିଲେ ଏବଂ ଆମେ ମନ୍ଦିରକୁ ଅପମାନ ନକରିବାକୁ କହି ସେମାନଙ୍କୁ ନିରାଶ କରିବାକୁ ଚେଷ୍ଟା କରିଥିଲୁ ଏବଂ କାର୍ଯ୍ୟାନୁଷ୍ଠାନ ବିଷୟରେ ମଧ୍ୟ ଚେତାବନୀ ଦେଇଥିଲୁ।
Also Read: Bitter Gourd Water Benefits: ପ୍ରତିଦିନ ପିଅନ୍ତୁ କଲରା ସିଝା ପାଣି, ଛୁଇଁବନି ଏହି ୪ ବଡ ବ୍ୟାଧି !
କିନ୍ତୁ ଯେତେବେଳେ ସ୍ଥାନୀୟ ଲୋକ ଏବଂ ଛାତ୍ରମାନଙ୍କ ବିଶ୍ୱାସ ଦୃଢ ହେବାରେ ଲାଗିଲା ଆମେ ଏଥିପାଇଁ ମନ୍ଦିରରେ ଏକ ଉତ୍ସର୍ଗୀକୃତ କ୍ଷେତ୍ର କରିବାକୁ ସ୍ଥିର କଲୁ ଏବଂ ଏହାର ନାମ 'ବିଶ୍ୱାସର ପ୍ରାଚୀର' ବା "ବିଶ୍ୱାସ କି ଦିୱାର" (Biswas Ki Diwar) ନାଁ ରଖିଲୁ। ସେବେଠାରୁ ଏହି ପରମ୍ପରା ଲୋକମାନଙ୍କ ସହ କୋଟା ରେ ବସବାସ କରୁଥିବା ଲକ୍ଷଲକ୍ଷ ମେଡିକାଲ ଓ ଆଇଆଇଟି ଛାତ୍ରଛାତ୍ରୀ ଏଠାରେ ନିଜର ମନୋସ୍କାମନା କରିଥାନ୍ତି।