Viral Video: ଆସି ଯାଇଛି ପ୍ରେମର ମାସ । ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ Weekକୁ ନିଜ ନିଜ ଅନନ୍ଦାରେ ପାଳନ କରୁଛନ୍ତି ପ୍ରେମୀ ଯୁଗଳ । ପାର୍କ, ସନେମା ହଲ ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ ସବୁଠି ଏବେ କପଲଙ୍କ ଗହଳି ଦେଖିବାକୁ ମିଳୁଛି । ଏହି ସପ୍ତାହର ଦୁଇଟି ଦିନ ଆର୍ଥାତ୍ ରୋଜ ଡ଼େ ଓ ପ୍ରପୋଜ ଡ଼େ ଶେଷ ହୋଇସାରିଛି। ତେବେ ନିକଟରେ ରାଜସ୍ଥାନର ଏକ ପ୍ରେମୀ ଯୁଗଳଙ୍କ ଭିଡ଼ିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ପ୍ରେମରେ ଉବୁଡ଼ୁବୁ ହୋଇ ବିଚ୍ ରାସ୍ତାରେ ବାଇକ ଉପରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ ସମୟର ଏହି ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରିବୁଲୁଛି।


COMMERCIAL BREAK
SCROLL TO CONTINUE READING

ଲକ୍ଷ୍ମୌ ପରେ ଏବେ ରାଜସ୍ଥାନ ଅଜମେରରେ ବିଚ୍ ରାସ୍ତାରେ ପ୍ରେମୀ ଯୁଗଳଙ୍କ ରୋମାନ୍ସ ଦେଖୁବାକୁ ମିଳିଛି । ଫେବୃଆରୀ ୬ ତାରିଖ ରାତିରେ ଏହି କପଲ ରିଜୋନାଲ କଲେଜ ଛକରୁ ନୈସର ଘାଟକୁ ଯିବା ସମୟରେ ଚଳନ୍ତା ବାଇକରେ ରୋମାନ୍ସ କରୁଥିବା ସମୟର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଚଳନ୍ତା ବାଇକ ଉପରେ କପଲଙ୍କ ଏପରି ହରକତ ଲୋକଙ୍କ ହୋସ ଉଡ଼ାଇଦେଇଛି । ଭାଲେଣ୍ଟାଇନ୍ Weekକୁ ଚାଲୁଥିବା ବେଳେ ଏପରି ଆହୁରୀ ଅଜବ ଘଟଣା ସାମ୍ନାକୁ ଆସିବ ବୋଲି ଲୋକେ ମତ ଦେଇଛନ୍ତି । ଏହି ଘଟଣା ପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ । ଏନେଇ ଅଜମେରଙ୍କ ଖ୍ରୀଷ୍ଟିଆନ ଗଞ୍ଜ ପୋଲିସ ଏକ ମାମଲା ରୁଜୁ କରି ଦମ୍ପତି ରୋମାନ୍ସ କରୁଥିବା ବାଇକକୁ ମଧ୍ଯ ଜବତ କରିଛି । ଖାଲି ଏତିକି ନୁହେଁ ଏଥି ମଧ୍ୟରେ ପ୍ରେମୀ ଯୁଗଳଙ୍କୁ ମଧ୍ୟ ଚିହ୍ନଟ କରିସାରିଛି ପୋଲିସ।  ବାଇକରେ ଥିବା ପୁଅ ଜଣକ ଅଜମେରର ବାସିନ୍ଦା ଅଟନ୍ତି ତାଙ୍କ ନାମ ସାହିଲ ଅଟେ । ପୋଲିସ ଉଭୟ ଦମ୍ପତିଙ୍କୁ ପଚରାଉଚରା କରିବା ସହ ତାଙ୍କ ବିରୋଧରେ ଆଇପିସିର ଧାରା ୩୩୬, ୨୭୯ ଓ ୨୯୪ ରେ ମାମଲା ରୁଜୁ କରିଛି ।


Also Read- Weird News: ଏହି ଗାଁରେ ଉଲଗ୍ନ ହୋଇ ରୁହନ୍ତି ମହିଳା, ଦରକାର ପଡେନି ବସ୍ତ୍ର


Also Read-Couple Wedding Night Video Viral: ବାହାଘରର ପ୍ରଥମ ରାତିରେ କ’ଣ ହୋଇଥିଲା? ଦମ୍ପତି ସେୟାର କଲେ ଚଉଠି ରାତିର ଭିଡିଓ


ଏହା ପୂର୍ବରୁ ଛତିଶଗଡ଼ରେ ମଧ୍ୟ ଏପରି ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଦୁର୍ଗ ଜିଲ୍ଲାର ଭିଲାଇ ଅଞ୍ଚଳର ଏକ ଦମ୍ପତିଙ୍କ ଦ୍ରୁତ ଗତିରେ ବାଇକ ଚଳାଇ ରୋମାନ୍ସ କରୁଥିଲେ । ଏହାପରେ ଏହି ଦମ୍ପତିଙ୍କ ଉପରେ ଆକ୍ସନ ନେଇଥିଲା ପୋଲିସ । ସେହିପରି ଲକ୍ଷ୍ମୌରେ ମଧ୍ଯ ଏପରି ଘଟଣା ସାମ୍ନାକୁ ଆସିଥିଲା । ଏକ କାରରେ କପଲଙ୍କ ଖୁଲମଖୁଲା ରୋମାନ୍ସ ସମୟର ଭିଡ଼ିଓ ମଧ୍ଯ ବେଶ ଭାଇରାଲ ହୋଇଥିଲା । ଅନ୍ୟପଟେ ସ୍କୁଟିରେ ଆପତ୍ତିଜନକ କାଣ୍ତ ଓ ନିୟମ ଉଲଂଘନ ନେଇ ସ୍କୁଟି ଆରୋହୀଙ୍କୁ ଗିରଫ କରିଥିଲା ।