Raksha Bandhan 2023: ରାକ୍ଷୀପୂର୍ଣ୍ଣିମା ଭାଇ ଓ ଭଉଣୀଙ୍କ ମଧ୍ୟରେ ପ୍ରେମର ପ୍ରତୀକ ଅଟେ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ପ୍ରେମ ଓ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ ଭଉଣୀ, ବଦଳରେ ଭାଇ, ତା'ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଏହି ପର୍ବ ସମଗ୍ର ଦେଶରେ କୋଣ ଅନୁକୋଣରେ ପାଳନ କରାଯାଇଥାଏ । ତେବେ ଅନେକ ସମୟରେ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସେ, କି ଏହି ପରମ୍ପରା କେବେ, କେଉଁଠାରୁ ଓ କେଉଁ କାରଣ ପାଇଁ ଆରମ୍ଭ ହୋଇଥିଲା? କାହିଁ କେଉଁ ଆବାହନ କାଳରୁ ରାକ୍ଷୀପୂର୍ଣ୍ଣିମା ପର୍ବ ପାଳିତ ହୋଇଆସୁଛି । ଶାସ୍ତ୍ରରେ, ଏହାକୁ ନେଇ ଅନେକ କଥା ଉଲ୍ଲେଖ ରହିଛି । ଯେକୌଣସି ପର୍ବ ଆସିବା ମାତ୍ରେ ଲୋକମାନେ ସେହି ପର୍ବ ପଛର ମାହାତ୍ମ୍ୟ ଜାଣିବା ନେଇ ଆଗ୍ରହୀ ଥାଆନ୍ତି । ତେବେ ଆସନ୍ତୁ ଜାଣିବା କେବେ, କେମିତି ଓ କାହିଁକି ଆରମ୍ଭ ହୋଇଥିଲା ଏହି ରାକ୍ଷୀପୂର୍ଣ୍ଣିମା ।


COMMERCIAL BREAK
SCROLL TO CONTINUE READING

ରାକ୍ଷୀପୂର୍ଣ୍ଣିମାକୁ ନେଇ କଣ ରହିଛି ପୌରାଣିକ କଥା


  • ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ, ତାଙ୍କ ଉପରେ କୌଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନ ଥିଲେ । ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗ କରି ବଳିଙ୍କ ରାଜପ୍ରାସାଦରେ ଅବସ୍ଥାନ କରିଥିଲେ । ଅନ୍ୟପଟେ ମହାଲକ୍ଷ୍ମୀ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ । ଏନେଇ ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବ୍ରାହ୍ମଣୀ ବେଶରେ ବଳିକୁ ଭେଟି, ଶ୍ରାବଣ ପୂର୍ଣ୍ଣମୀରେ ସେ ତାଙ୍କ ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ । ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କ’ଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ ।

  • ରାକ୍ଷୀପୂର୍ଣ୍ଣିମାକୁ ନେଇ ମହାଭାରତରେ ମଧ୍ୟ ଏକ ପୌରାଣିକ କାହାଣୀ ରହିଛି । ଶ୍ରୀକୃଷ୍ଣ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ରକ୍ତ ବନ୍ଦ ହେଇଯାଇଥିଲା । ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ । ଯେତେବେଳେ କୁରୁ ସଭାରେ ଦ୍ରୌପଦୀଙ୍କୁ କୌରବ ମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନ କରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ । 


ତେବେ ପୌରାଣିକ କଥାକୁ ବାଦ ଦେଳେ ଏହାପଛରେ କିଛି ରାଜନୈତିକ ଅଭିସନ୍ଧି ଥିବା ମଧ୍ଯ କୁହାଯାଏ ।


  • ପ୍ରଥମ ଘଟଣାଟି ହେଲା ଖ୍ରୀଷ୍ଟପୂର୍ବ ୩୦୦ ବର୍ଷ ତଳର । ମାସିଡୋନିଆର ସମ୍ରାଟ ଆଲେକଜାଣ୍ଡାର ଭାରତ ଉପରେ ବିଜୟ ଲାଭ ପାଇଁ ଅଗ୍ରସର ହେଉଥିବା ବେଳେ ରାଜା ପୁରୁଙ୍କ ସମ୍ମୁଖୀନ ହୋଇଥିଲେ । ପ୍ରଥମ ଥର ଆଲେକଜାଣ୍ଡାର ପୁରୁଙ୍କଠାରୁ ପରାସ୍ତ ହୋଇଥିଲେ । ସେତେବେଳେ ଆଲେକଜାଣ୍ଡାରଙ୍କ ପତ୍ନୀ ପୁରୁଙ୍କ ନିକଟକୁ ଏକ ରାକ୍ଷୀ ପଠାଇଥିଲେ। ପୁରୁ ଆଲେକଜାଣ୍ଡାରଙ୍କ ପତ୍ନୀକୁ ଭଉଣୀ ଭାବେ ଗ୍ରହଣ କରିଥିଲେ ।

  • ଅନ୍ୟ ଘଟଣାଟି ରାଣୀ କର୍ଣ୍ଣାବତୀ ଓ ସମ୍ରାଟ ହୁମାୟୁନଙ୍କୁ ଉପରେ ଆଧାରିତ । ମଧ୍ୟ ଯୁଗର ରାଜପୁତ ଯୋଦ୍ଧମାନେ ବେଶ ପରାକ୍ରମୀ ଥିଲେ । ଏକ ଯୁଦ୍ଧରେ ଚିତୋରର ରାଣୀ କର୍ଣ୍ଣାବତୀ ସ୍ୱାମୀଙ୍କୁ ହରାଇବା ପରେ ଅନୁଭବ କଲେ, ସୁଲତାନ ବାହାଦୁରଶାହାଙ୍କୁ ପ୍ରତିହତ କରାଯାଇପାରିବ ନାହିଁ, ସେତେବେଳେ ସେ ଏକ ଉପାୟ ଚିନ୍ତା କରିଥିଲେ । ମୋଗଲ ସମ୍ରାଟ ହୁମାୟୁନଙ୍କ ନିକଟକୁ ରାଣୀ କର୍ଣ୍ଣାବତୀ ଏକ ରାକ୍ଷୀ ପଠାଇଥିଲେ । ହୁମାୟୁନ ମଧ୍ୟ ଏହାକୁ ଭଉଣୀର ସ୍ନେହ ମନେ କରି ଚିତୋରର ସୁରକ୍ଷା ପାଇଁ ତାଙ୍କର ସୈନ୍ୟ ବାହିନୀ ସେଠାକୁ ପଠାଇଥିଲେ ।


Also Read-Horoscope Today: ୪ ରାଶିଙ୍କ ପାଇଁ ବଢିପାରେ ସମସ୍ୟା! ଜାଣନ୍ତୁ ଆଜି କମିତି କଟିବ ଆପଣଙ୍କ ଦିନ