OJEE Counselling 2023: ଆଜିଠାରୁ  ଆରମ୍ଭ ହେବାକୁ ଯାଉଛି ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ କାଉନସେଲିଂ ପ୍ରକ୍ରିୟା (OJEE Counselling 2023) । ଓଜେଇଇ (OJEE) ୱେବ୍ ସାଇଟରେ ଅନଲାଇନ୍ ମାଧ୍ୟମରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ(odisha joint entrance examination ) । ବି.ଟେକ, ବି.ଆର୍କ, ବି.ପ୍ଲାନ୍, ବି କ୍ୟାଟ, ଇଣ୍ଟିଗ୍ରେଟେଡ ଏମସିଏ ପଢିବାକୁ ଆଗ୍ରହ ଛାତ୍ରଛାତ୍ରୀମାନେ ଆବେଦନ କରିବେ। ଚଳିତବର୍ଷ ୪ଟି ରାଉଣ୍ଡରେ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୬ ପୂର୍ବାହ୍ନ ୧୧ଟାରୁ ରୢାଙ୍କକାର୍ଡଧାରୀ ପ୍ରାର୍ଥୀମାନେ ନାମ ପଞ୍ଜୀକରଣ ଓ ଚଏସ୍‌ ଫିଲିଂ କରିପାରିବେ। ଜୁଲାଇ ୧୨ତାରିଖ ଯାଏଁ ଚଏସ ଫିଲ କରି ପଞ୍ଜିକରଣ କରିବେ ଛାତ୍ରଛାତ୍ରୀ। ୧୪ ତାରିଖରେ ଚଏସ ଲକିଂ କରିବେ। ୧୫ ତାରିଖ ରାତି ୧୧ଟା ୫୯ ସୁଦ୍ଧା ପଞ୍ଜୀକରଣ ଓ ଚଏସ୍‌ ଲକିଂ ଶେଷ ହେବ। ୧୬ରୁ ୧୮ ତାରିଖ ମଧ୍ୟରେ ତଥ୍ୟ ଯାଞ୍ଚ, ସିଟ୍‌ ବୈଧତା ଆଦି ଯାଞ୍ଚ କରାଯିବା ପରେ ୧୯ ତାରିଖରେ ପ୍ରଥମ ରାଉଣ୍ଡ ସିଟ୍‌ ଆଲଟ୍‌ମେଣ୍ଟ ହେବ। ୧୯ ରୁ ୨୩ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ ରିପୋଟିଂ, ୨୦ରୁ ୨୫ ତାରିଖ ମଧ୍ୟରେ ସିଟ୍‌ ଆଲଟମେଣ୍ଟ ପ୍ରକ୍ରିୟାରୁ ଓହରିପାରିବେ।


COMMERCIAL BREAK
SCROLL TO CONTINUE READING

Also Read: Mangal Gochar 2023: ମଙ୍ଗଳଙ୍କ କୃପାରୁ ଏହି ସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଆଜିଠୁ ଲାଗିଲା ଲଟେରି, ହେବ ଟଙ୍କାର ବର୍ଷା ବଢିବ ମାନ ସମ୍ମାନ !


ସେହିପରି ଜୁଲାଇ ୩୧ରେ ଦ୍ବିତିୟ ରାଉଣ୍ତ ସିଟ୍ ଆଲଟମେଣ୍ଟ ହେବ। ଅଗଷ୍ଟ ୧ରୁ ୫ ମଧ୍ୟରେ ଦ୍ବିତୀୟ ଓଜେଇଇର ଯୋଗ୍ୟ ଛାତ୍ରଛାତ୍ରୀ , ବିଟେକ୍‌ ରୢାଙ୍କଧାରୀ, ପୂର୍ବରୁ ନାମ ପଞ୍ଜୀକରଣ କରି ନ ଥିବା ଜେଇଇ ମେନ୍‌ ରୢାଙ୍କଧାରୀ ନାମ ପଞ୍ଜୀକରଣ, ଚଏସ୍‌ ଫିଲିଂ ଓ ଲକିଂ କରିପାରିବେ। ଜୁଲାଇ ୩୧ରୁ ଅଗଷ୍ଟ ୨ ମଧ୍ୟରେ ଅନ୍‌ଲାଇନ୍‌ ରିପୋର୍ଟିଂ ହେବ ଏବଂ ଜୁଲାଇ ୩୧ ରୁ ଅଗଷ୍ଟ ୩ ମଧ୍ୟରେ ପ୍ରାର୍ଥୀ ସିଟ୍‌ ଆଲୋକେସନ ପ୍ରକ୍ରିୟାରୁ ଓହରିପାରିବେ। ଅଗଷ୍ଟ ୩ରେ ତୃତୀୟ ରାଉଣ୍ଡ୍‌ ସିଟ୍‌ ଆଲଟ୍‌ମେଣ୍ଟ ହେବ ଏବଂ ୮ରୁ ୧୦ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ରିପୋର୍ଟିଂ ଓ ସିଟ୍‌ ଆଲଟ୍‌ମେଣ୍ଟ ପ୍ରକ୍ରିୟାରୁ ଓହରିପାରିବେ। ଅଗଷ୍ଟ ୧୪ରେ ଚୂଡ଼ାନ୍ତ ଆଲଟ୍‌ମେଣ୍ଟ ହେବା ସହ ୧୪ ଓ ୧୫ ତାରିଖରେ ଅନ୍‌ଲାଇନ୍‌ ରିପୋର୍ଟିଂ ଅନୁଷ୍ଠିତ ହେବ ବୋଲି ଓଜେଇଇ ପକ୍ଷରୁ ଆଜି ଜାରି ବିଜ୍ଞପ୍ତିରେ କୁହାଯାଇଛି।ରାଜ୍ୟରେ ଥିବା ସରକାରୀ ଓ ଘରୋଇ ଇଞ୍ଜିନିୟରିଙ୍ଗ ସିଟରେ ନାମଲେଖାଇବା ପାଇଁ ଓଜେଇଇ କରିଥାଏ କାଉନସେଲିଂ।


ପ୍ରକାଶ ଥାଉ କି, ମେ ୮ ତାରିଖରୁ ଓଜେଇଇ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ରାଜ୍ୟରେ ୩୦ଟି ସହରରେ ୪୪ଟି କେନ୍ଦ୍ର ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ସିବିଟି ମୋଡରେ ୨୩ଟି ବର୍ଗରେ ପରୀକ୍ଷା ହୋଇଥିଲା । ଜୁନ୍ ୨ରେ ପରୀକ୍ଷା ଫଳ ବାହାରିଥିଲା। ୪୮,୮୧୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮, ୭୮୩ ଜଣ ରାଙ୍କ ପାଇଥିଲେ। ଗତ ଜୁନ୍ ୨୬ରୁ ୩୦ ଯାଏଁ ସ୍ପେଶାଲ ଓଜେଇଇ ପରୀକ୍ଷା ହୋଇଥିଲା । ସୂଚନା ଅନୁସାରେ,ଓଜେଇଇ ଫଳ ପ୍ରକାଶ ପାଇବାରେ ମାସକ ପରେ କାଉନସେଲିଂ ଆରମ୍ଭ ହେଉଛି। ବିଳମ୍ବର କାଉନସେଲିଂ ହେଉଥିବାରୁ ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ । ରେଜଲ୍ଟ ବାହାରିବାର ଦିର୍ଘ ଦିନ ପରେ ବି କାଉନସେଲିଂ ହେଉ ନଥିବାରୁ କ୍ୟାରିୟରକୁ ନେଇ ଦ୍ୱନ୍ଦ୍ୱରେ ରହିଥିଲେ ଛାତ୍ରଛାତ୍ରୀ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ମଧ୍ୟ ଦେଖାଦେଇଥିଲା। । ଏଠି ପ୍ରଶ୍ନ ଉଠୁଛି କାହିଁକି ମାସେ ଧରି କାଉନ୍ସେଲିଂ କରାଗଲା ନାହିଁ ? ପ୍ରାୟ ୪୮ ହଜାର ପିଲା ଯେତେବେଳେ ରାଙ୍କ୍ କାର୍ଡ ପାଇ ମାସେ କାଳ ବସିରହିଲେ ସେ ସମୟରେ ନା ବୈଷୟିକ ଶିକ୍ଷାମନ୍ତ୍ରୀ ନା ଅଧିକାରୀ କେହି ବି ପିଲାଙ୍କ ଶଙ୍କାକୁ ଦୂର କଲେ ନାହିଁ । ଆଉ ଏବେ ଅସନ୍ତୋଷ ବଢିବାରୁ ତରବରିଆ ଭାବେ ଆଜିଠାରୁ ୩ଟି ପର୍ଯ୍ୟାୟରେ କାଉନ୍ସେଲିଂ କରିବାକୁ ଯାଉଛି ଓଜେଇଇ।