Jio Plan: ଆପଣ ଜିଓ ଉପଭୋକ୍ତା କି ? ତେବେ `ସୁପରହିଟ୍ ପ୍ଲାନ`ର ନିଅନ୍ତୁ ମଜା
Reliance Jio Long Term Plans: ଆଜି ଆମେ ଆପଣଙ୍କୁ ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କୁ ଏପରି ଏକ ପ୍ଲାନ ବିଷୟରେ କହିବୁ ଯେଉଁଥିରେ ଆପଣ ଅସୀମିତ କଲିଂ ସହ ଡାଟା କମ୍ ଖର୍ଚ୍ଚରେ ପାଇବେ ।
Reliance Jio Long Term Plans: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ବର୍ତ୍ତମାନ ଆମ ଦେଶର ସବୁଠାରୁ ବଡ ଟେଲିକମ୍ କମ୍ପାନୀ । ତେବେ ଏହି ଟେଲିକମ୍ କମ୍ପାନୀ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ ହେଉଛି । ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଇଣ୍ଟରନେଟକୁ ଅଧିକ ସୁଗମ କରିବାରେ ଜିଓ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । କମ୍ପାନୀ ନିଜ ଉପଭୋକ୍ତାମାନଙ୍କ ପାଇଁ ବିଭିନ୍ନ ସମୟରେ ଅନେକ ପ୍ରକାରର ନୂଆ ପ୍ଲାନ ଗୁଡିକ ଭେଟିଦେଇଥାଏ । ଆଜି ଆମେ ଆପଣଙ୍କୁ କମ୍ପାନୀର ଏପରି ଏକ ପ୍ଲାନ ବିଷୟରେ କହିବୁ ଯେଉଁଥିରେ ଆପଣ କମ୍ ଟଙ୍କାରେ ଅସୀମିତ କଲି, ଡାଟା ସମେତ ଆହୁରି ଅନେକ ସୁବିଧା ପାଇପାରିବେ । ଏହି ପ୍ଲାନର ମୂଲ୍ୟ ରହିଛି ମାତ୍ର 1899 ଟଙ୍କା । ଆସନ୍ତୁ ଜାଣିବା ଏହା ସମ୍ପର୍କରେ ବିସ୍ତୃତ ତଥ୍ୟ ।
ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଜିଓ ନିକଟରେ ଅନେକ ପ୍ଲାନଗୁଡ଼ିକର ରିଚାର୍ଜ ମୂଲ୍ୟ ବୃଦ୍ଧି କରିଥିଲା । ଫଳରେ ଅନେକ ଗ୍ରାହକ ଜିଓରୁ ଅନ୍ୟ ସିମ୍ କୁ ପୋର୍ଟଆଉଟ୍ କରିଥିଲେ । ଜିଓ 11 ମାସ (336 ଦିନ) ର ବୈଧତା ସହିତ ଏକ ସ୍ୱତନ୍ତ୍ର ପ୍ଲାନ ଆଣିଛି । ଯଦିଓ ଏହି ପ୍ଲାନରେ ଡାଟା ସୀମିତ ପରିମାଣରେ ରହିଛି କିନ୍ତୁ ଆପଣ ଅସୀମିତ କଲିଂର ମଜା ନେଇପାରିବେ । ଏହା ସହ SMS ସୁବିଧା ମଧ୍ୟ ଏଥିରେ ଉପଲବ୍ଧ ।
ଯଦି ଆପଣଙ୍କର ଇଣ୍ଟରନେଟ୍ ଆବଶ୍ୟକତା କମ୍ ବା ଅଧିକ ଡାଟା ବ୍ୟବହାର କରନ୍ତି ନାହିଁ ତେବେ ଏହି ପ୍ଲାନ ଆପଣଙ୍କ ପାଇଁ ସର୍ବତ୍ତୋମ ହୋଇପାରେ । ରିଲାଏନ୍ସ ଜିଓର ଏହି ପ୍ଲାନର ମୂଲ୍ୟ 1899 ଟଙ୍କା ଯେଉଁଥିରେ 24 ଜିବି ଡାଟା ଉପଲବ୍ଧ । ଆହୁରି ମଧ୍ୟ, ଏହି ପ୍ଲାନ ଲୋକାଲ୍ ସହ STD ନମ୍ବରରେ 3600 SMS ଏବଂ ଅସୀମିତ କଲିଂ ସୁବିଧା ପ୍ରଦାନ କରିଥାଏ । କେବଳ ଏତିକି ନୁହେଁ, ଏହି ପ୍ଲାନରେ ଆପଣ ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡ୍କୁ ମଧ୍ୟ ମାଗଣା ଆକ୍ସେସ୍ ପାଇପାରିବେ । କିନ୍ତୁ ଆପଣ ମନେ ରଖନ୍ତୁ ଯେ, ଜିଓ ସିନେମା ପ୍ରିମିୟମ୍ ସବସ୍କ୍ରିପସନ୍ ଏହି ପ୍ଲାନରେ ଅନ୍ତର୍ଭୂକ୍ତ ନାହିଁ ।
ଯଦି ଆପଣ ରିଚାର୍ଜ ବାବଦକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନାହାଁନ୍ତି, ତେବେ ଆପଣ ଜିଓର 479 ଟଙ୍କା ପ୍ଲାନ ମଧ୍ୟ ଯାଞ୍ଚ କରି ରିଚାର୍ଜ କରିପାରିବେ । ଯେଉଁଥିରେ ଆପଣଙ୍କୁ ମୋଟ 84 ଦିନର ବୈଧତା ମିଳିବ । ଏହା ବ୍ୟତୀତ କମ୍ପାନୀ ଏହି ପ୍ଲାନରେ 6GB ଡାଟା ସୁବିଧା ପ୍ରଦାନ କରୁଛି । ଏହି ପ୍ଲାନରେ ଆପଣ ଅସୀମିତ କଲିଂର ଲାଭ ପାଇବେ । ଏହା ବ୍ୟତୀତ ଜିଓ ଟିଭି, ଜିଓ ସିନେମା ଏବଂ ଜିଓ କ୍ଲାଉଡ୍ ପାଇଁ ମାଗଣା ଆକ୍ସେସ୍ ମଧ୍ୟ ଏହି ପ୍ଲାନରେ କମ୍ପାନୀ ଆପଣଙ୍କୁ ପ୍ରଦାନ କରିବ ।
Also Read- BSNL ଗ୍ରାହକ ଜାଣିରଖନ୍ତୁ, ଜାନୁଆରୀ ୧୫ରୁ ୨ଟି ସହରରେ ଏହି ସେବା ହେବ ବନ୍ଦ
Also Read- Budh Gochar 2025: ୪ ଜାନୁଆରୀରେ ବୃହସ୍ପତିଙ୍କ ରାଶିରେ ବୁଧଙ୍କ ଚଳନ, ଚମକିବ ୬ ରାଶିର ଭାଗ୍ୟ