Jallianwala Bagh History: କଳଙ୍କିତ ଇତିହାସର ମୁକସାକ୍ଷୀ ଜଲିଆନୱାଲା ବାଗର କାନ୍ଥର ସେଇ ଗୁଳି ଚିହ୍ନ; ପଢନ୍ତୁ ଛାତିଥରା ଇତିହାସ
Jallianwala Bagh: ଭାରତକୁ ନେଇ ଅନେକ କାହାଣୀ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି । କିଛି କାହାଣୀ ପଢିଲେ ଛାତି ଗର୍ବରେ ଫୁଲି ଉଠିଥାଏ । ଆଉ କେତେକ କାହାଣୀ ପଢିଲେ ଆଖିରେ ଲୁହ ଆସିଯାଏ । ତେବେ ଭାରତ ଇତିହାସରେ ଏପରି ଏକ ରକ୍ତାକ୍ତ କାହାଣୀ ମଧ୍ୟ ରହିଛି । ଯେଉଁଥିରେ ବ୍ରିଟିଶ ଅତ୍ୟାଚାର ସହ ଭାରତୀୟଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ନେଇ ଉଲ୍ଲେଖ କରାଯାଇଛି । ପ୍ରତିବର୍ଷ ଏହି ଦିନ ଆସିଲେ ଜଲିଆନୱାଲା ବାଗ ହତ୍ୟାକାଣ୍ଡର ସ୍ମୃତି ସତେଜ ହୋଇଯାଏ ।
Jallianwala Bagh History: ଭାରତକୁ ନେଇ ଅନେକ କାହାଣୀ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି । କିଛି କାହାଣୀ ପଢିଲେ ଛାତି ଗର୍ବରେ ଫୁଲି ଉଠିଥାଏ । ଆଉ କେତେକ କାହାଣୀ ପଢିଲେ ଆଖିରେ ଲୁହ ଆସିଯାଏ । ତେବେ ଭାରତ ଇତିହାସରେ ଏପରି ଏକ ରକ୍ତାକ୍ତ କାହାଣୀ ମଧ୍ୟ ରହିଛି । ଯେଉଁଥିରେ ବ୍ରିଟିଶ ଅତ୍ୟାଚାର ସହ ଭାରତୀୟଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ନେଇ ଉଲ୍ଲେଖ କରାଯାଇଛି । ପ୍ରତିବର୍ଷ ଏହି ଦିନ ଆସିଲେ ଜଲିଆନୱାଲା ବାଗ ହତ୍ୟାକାଣ୍ଡର ସ୍ମୃତି ସତେଜ ହୋଇଯାଏ ।ଏହି ଦିନ ଅର୍ଥାତ୍ ଏପ୍ରିଲ ମାସ ୧୩ ତାରିଖରେ ଜଲିଆନୱାଲା ବାଗ (Jallianwala Bagh) ହତ୍ୟାକାଣ୍ଡ ଘଟିଥିଲା। ଏହି ହତ୍ୟାକାଣ୍ଡ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଘଟଣା ଅଟେ । ଏହି ସମୟରେ ରକ୍ତ ନଦୀ ପ୍ରବାହିତ ହୋଇଥିଲା। କୂଅ ଗୁଡ଼ିକ ଭାରତୀୟଙ୍କ ମୃତ ଦେହରେ ପରିପୂର୍ଣ୍ଣ ଥିଲା । ଏହି ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କୁ ମର୍ମହାତ କରିଥିଲା । ଆଜି ଜଲିଆନୱାଲା ବାଗ ହତ୍ୟାକାଣ୍ଡକୁ ବିତିଛି ୧୦୩ ବର୍ଷ। ପଞ୍ଜାବର ଅମୃତସରରେ ଜଲିଆନୱାଲା ବାଗ ନାମକ ଏକ ସ୍ଥାନରେ ୧୯୧୯ ମସିହା ଆଜିର ଦିନରେ ବ୍ରିଟିଶମାନେ ଭାରତୀୟଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ବ୍ରିଟିଶମାନଙ୍କ ଏହି ଗୁଳିମାଡ଼ରରୁ ବର୍ତ୍ତି ପାରିନଥିଲେ ଶିଶୁ, ମହିଳା କି ବୃଦ୍ଧ। ଫଳରେ କବର ସ୍ଥାନରେ ପରିଣତ ହୋଇଥିଲା ଜଲିଆନୱାଲା ବାଗ।
ବାସ୍ତବରେ, ସେହି ଦିନ ଜାଲିଆନୱାଲା ବାଗରେ ବ୍ରିଟିଶମାନଙ୍କର ଦମନକାରୀ ନୀତି, ରୋୱାଲ୍ଟ ଆକ୍ଟ, ସତ୍ୟପାଲ ଓ ସାଇଫୁଦ୍ଦିନଙ୍କ ଗିରଫଦାରୀ ବିରୋଧରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଏହି ସମୟରେ ସାରା ସହରରେ କର୍ଫ୍ୟୁ ଲାଗିଥିଲା । କର୍ଫ୍ୟୁ ପରେ ବି ହଜାର ହଜାର ଲୋକ ଏହି ସଭାରେ ଯୋଗଦେବାକୁ ଆସିଥିଲେ। କିଛି ଲୋକ ବୈଶାଖୀ ଅବସରରେ ପରିବାର ସହିତ ସେଠାରେ ଆୟୋଜିତ ମେଳା ଦେଖିବାକୁ ମଧ୍ଯ ଯାଇଥିଲେ। ପଡ଼ିଆଟିର ଗୋଟିଏ ଭାଗରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ ଦ୍ୱାରା ଅଧିକୃତ ହୋଇଥିବା ବେଳେ ଅନ୍ୟ ପଟେ ସ୍ଥାନୀୟ ଲୋକ ବୈଶାଖୀ ରୀତିନୀତି ଶେଷ କରିବା ପରେ ପରିବାର ସହିତ ବଗିଚା ପରିସରରେ ଛିଡା ହୋଇଥିଲେ। ରେଜିନାଲ୍ଡ ଡାୟର୍ (Reginald Dyer) ନିଜ ସୈନ୍ୟବାହିନୀ ସହ ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରସ୍ଥାନ ପଥକୁ ଅବରୋଧ କରି ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେନା ବିନା ଚେତାବନୀରେ ନିରୀହ ଜନତାଙ୍କ ଉପରେ ଗୁଳି ବର୍ଷା କରିଥିଲା ।
ବ୍ରିଟିଶଙ୍କ ଗୁଳିରୁ ରକ୍ଷା ପାଇବା ପାଇଁ କିଛି ଲୋକେ ସେଠାରେ ଥିବା କୂଅ ମଧ୍ଯକୁ ଡେଇଁ ପଡିଥିଲେ। କିଛି ସମୟ ମଧ୍ୟରେ କୂଅଟି ମୃତଦେହରେ ପୂର୍ଣ୍ଣ ହୋଇଯାଇଥିଲା । ଜଲିଆନୱାଲା ବାଗରେ ସହିଦ ହୋଇଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ଆଜି ସୁଦ୍ଧା ଜଣାପଡିନାହିଁ, କିନ୍ତୁ ରେକର୍ଡ ଅନୁୟାୟୀ, ଏହି ନରସଂହାରରେ ୧୨୦୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ପ୍ରାୟ ୧୫୦୦ ଲୋକେ ମୃତ୍ୟୁବରଣ କରିଥିବା ସୂଚନା ରହିଛି। ଜଲିଆନୱାଲା ବାଗ ହତ୍ୟାକାଣ୍ଡ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଏହା ଫଳରେ ରବିନ୍ଦ୍ରନାଥ ଟାଗୋର ପ୍ରଥମ ଏସୀୟ ନୋବେଲ ପୁରସ୍କାର ବିଜେତା ଭାବେ ନିଜ ନାଇଟ ଉପାଧି ପ୍ରତ୍ୟାହାର କରିନେଇଥିଲେ। ଏହି ହତ୍ୟାକାଣ୍ଡ ବ୍ରିଟେଶ ଶାସନ ଉପରୁ ଭାରତୀୟଙ୍କ ବିଶ୍ୱାସ ଦୋହଲାଇ ଦେଇଥିଲା । ଏହାଫଳରେ ୧୯୨୦-୨୨ରେ ଅସହଯୋଗ ଆନ୍ଦୋଳନ ମୁଣ୍ତ ଟେକଥିଲା ।