ଦୋସା ସହିତ ସମ୍ୱର ନଦେବା ପଡିଲା ମହଙ୍ଗା: ରେଷ୍ଟୁରାଣ୍ଟକୁ ଜରିମାନା ଦଣ୍ଡ
Dosha and Sambar: ଗ୍ରାହକ ଅଭିଯୋଗ କରିବା ପରେ ରେଷ୍ଟୁରାଣ୍ଟ ମାଲିକ କହିଥିଲେ ଯେ, ପୁରା ରେଷ୍ଟୁରାଣ୍ଟକୁ ମାତ୍ର ୧୪୦ ଟଙ୍କାରେ ପୁରା ଦୋକାନ କିଣିବ ନା କଣ ? ଏପରି ଅପମାନଜନକ ମନ୍ତବ୍ୟ ପରେ ଗ୍ରାହକ ଜିଲ୍ଲା ଉପଭୋକ୍ତା ଆୟୋଗରେ ଅଭିଯୋଗ କରିଥିଲେ।
Dosha and Sambar: ଦୋସା ଖାଇବାକୁ କାହାକୁ ବା ଭଲ ନଲାଗେ । ମସଲାଯୁକ୍ତ ଦୋସା ପ୍ରାୟ ଅଧିକାଂଶ ବ୍ୟକ୍ତିଙ୍କର ପ୍ରିୟ । ତେବେ ଦୋସା ସହିତ ସମ୍ୱର ଓ ଚଟଣୀ ନହେଲେ ଦୋସାର ମଜା ଅଧା ଅଧୁରା ଲାଗିଥାଏ । ତେଣୁ ପ୍ରାୟ ଦୋକାନୀ ଓ ରେଷ୍ଟୁରାଣ୍ଟ (Restaurant) ମାଲିକମାନେ ଦୋସାର ଟେଷ୍ଟ୍ ସମେତ ସମ୍ୱର ଓ ଚଟଣୀକୁ ମଧ୍ୟ ଅଧିକ ସ୍ୱାଦିଷ୍ଟ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । କେବଳ ଓଡ଼ିଶା ନୁହେଁ ଦେଶର ପ୍ରତିଟି ରାଜ୍ୟରେ ଦୋସାର ଚାହିଦା ରହିଛି । ପ୍ରାୟତଃ ସନ୍ଧ୍ୟା ସମୟରେ ଦୋସା ଖାଇବାକୁ ଗ୍ରାହକମାନଙ୍କର ଅଧିକ ଭିଡ଼ ପରିଲକ୍ଷିତ ହୋଇଥାଏ । କିନ୍ତୁ ଦୋସାକୁ ନେଇ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇପାରେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । କାରଣ ଦୋସା ସହିତ ସମ୍ୱର ନପରଶିବାରୁ ଜଣେ ରେଷ୍ଟୁରାଣ୍ଟ ମାଲିକଙ୍କୁ ଫାଇନ୍ (Fine) ପଡିଛି ।
ଆମେ କହୁଛୁ ବିହାରର ଏକ ରେଷ୍ଟୁରାଣ୍ଟର କଥା । ଯେଉଁଠି ଗ୍ରାହକଙ୍କୁ ଦୋସା ସହିତ ସମ୍ବର ନଦେବା ଜଣେ ରେଷ୍ଟୁରାଣ୍ଟ୍ ମାଲିକଙ୍କୁ ମହଙ୍ଗା ପଡିଛି । ଜିଲ୍ଲା ଉପଭୋକ୍ତା ଆୟୋଗ ବର୍ତ୍ତମାନ ଉକ୍ତ ରେଷ୍ଟୁରାଣ୍ଟ ନାମରେ ୩ହଜାର ୫ଶହ ଟଙ୍କାର ଜରିମାନା କରିଛନ୍ତି। ତେବେ ଆପଣଙ୍କୁ କହିରଖୁଛୁ ଯେ, ଏହି ଘଟଣାଟି ୧୫ ଅଗଷ୍ଟ ୨୦୨୨ ର ଅଟେ । ବଙ୍ଗଳା ଟୋଲାର ବାସିନ୍ଦା ମନୀଷ କୁମାର ନିକଟସ୍ଥ ସହରର ଏକ ରେଷ୍ଟୁରାଣ୍ଟରୁ ଏକ ମସାଲା ଦୋସା (Masala Dosha) ପ୍ୟାକ୍ କରି ଘରକୁ ଆଣିଥିଲେ। ସେ ପ୍ରଥମେ ରେଷ୍ଟୁରାଣ୍ଟକୁ ଯିବା ପରେ ତାଙ୍କ ଅର୍ଡର (Order) ପାଇଁ ୧୪୦ ଟଙ୍କା ଦେଇ ରସିଦ କାଟିଥିଲେ । ପରେ ରେଷ୍ଟୁରାଣ୍ଟରୁ ତାଙ୍କ ଅର୍ଡର ପ୍ୟାକ କରି ଦିଆଯାଇଥିଲା । ନିଜର ପାର୍ସଲ ସହ ମନୀଷ ଘରକୁ ଫେରିଥିଲେ । କିନ୍ତୁ ଘରେ ପହଞ୍ଚିବା ପରେ ପରେ ମନୀଷ ଜାଣିବାକୁ ପାଇଲେ ଯେ, ରେଷ୍ଟୁରାଣ୍ଟ ଦୋସା ସହିତ ସମ୍ବର ଦେଇନାହିଁ । ସେଦିନ ବ୍ୟସ୍ତ ଥିବାରୁ ମନୀଷ ଆଉ ରେଷ୍ଟୁରାଣ୍ଟକୁ ଯାଇପାରିନଥିଲେ । ତା ପରଦିନ ଏହା ବିଷୟରେ ଅଭିଯୋଗ କରିବାକୁ ମନୀଷ ରେଷ୍ଟୁରାଣ୍ଟରେ ପହଞ୍ଚିବା ପରେ ତାଙ୍କୁ ଠିକ୍ ଭାବରେ ବ୍ୟବହାର କରାଯିବା ବଦଳରେ ଅସଦାଚାରଣ (misbehave) କରାଯାଇଥିଲା । ସେ କହିଛନ୍ତି ଯେ, ନିଜ ଭୁଲକୁ ସ୍ୱିକାର କରିବା ପରିବର୍ତ୍ତେ ରେଷ୍ଟୁରାଣ୍ଟ କର୍ମଚାରୀ ତାଙ୍କ ସହ ଅସଦାଚରଣ କରିଥିଲେ। ଏଥିସହ ରେଷ୍ଟୁରାଣ୍ଟ ପକ୍ଷରୁ କୁହାଯାଇଥିଲା ଯେ, ପୁରା ରେଷ୍ଟୁରାଣ୍ଟକୁ ୧୪୦ ଟଙ୍କାରେ କିଣି ନେବ ନା କଣ ?
ରେଷ୍ଟୁରାଣ୍ଟ ପକ୍ଷରୁ ଏପରି କଥା ଶୁଣିବା ପରେ ମନୀଷ ଓକିଲଙ୍କ ପରାମର୍ଶ (Advocate Advice) ନେଇ ରେଷ୍ଟୁରାଣ୍ଟକୁ ଏକ ନୋଟିସ୍ ପଠାଇଥିଲେ । ଏହା ପରେ ସେ ଜିଲ୍ଲା ଗ୍ରାହକ ଆୟୋଗ (District Consumer Commission)ରେ ମଧ୍ୟ ଅଭିଯୋଗ କରିଥିଲେ। ଏହି ମାମଲାରେ କମିଶନଙ୍କ ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ବେଦ ପ୍ରକାଶ ସିଂ ଏବଂ ସଦସ୍ୟ ବରୁଣ କୁମାର ଅଭିଯୋଗ ସମ୍ପର୍କରେ ସଠିକ୍ ଭାବେ ଜାଣିବା ପରେ ରେଷ୍ଟୁରାଣ୍ଟ ଉପରେ ଜରିମାନା ପକାଇଛନ୍ତି । ସେବାରେ ଥିବା ତ୍ରୁଟି ପାଇଁ ୨ହଜାର ଟଙ୍କା ଏବଂ ଖର୍ଚ୍ଚ ହିସାବରେ ୧୫ଶହ ଟଙ୍କା ଅର୍ଥାତ୍ ଅଭିଯୋଗକାରୀଙ୍କୁ ମୋଟ ୩୫ଶହ ଟଙ୍କା ଦେବାକୁ ସେ ରେଷ୍ଟୁରାଣ୍ଟକୁ ନିର୍ଦ୍ଦେଶ ଦେଇଛନ୍ତି।
ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଜରିମାନା ଦାଖଲ
ମନୀଷଙ୍କୁ ରେଷ୍ଟୁରାଣ୍ଟ ପକ୍ଷରୁ ଟଙ୍କା ଫେରାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଛି । ସମସ୍ତ ଟଙ୍କା ୪୫ ଦିନ ମଧ୍ୟରେ ରେଷ୍ଟୁରାଣ୍ଟ ପକ୍ଷରୁ ମନୀଷଙ୍କୁ ଦିଆଯିବ । ଯଦି ଏହି ଅବଧି ସୁଦ୍ଧା ଟଙ୍କା ଦିଆନଯାଏ, ତେବେ ସମୁଦାୟ ଟଙ୍କା ଉପରେ ଆହୁରି ଆଠ ପ୍ରତିଶତ ସୁଧ ଅଧିକ ଦେବାକୁ ପଡିବ ।
Also Read- Business Tips: ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ରୋଜଗାର ହେବ ୫ରୁ ୧୦ଲକ୍ଷ