ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ (Rohit Sharma) ନେତୃତ୍ୱରେ ଶନିବାର ରାତିରେ ଫ୍ଲୋରିଡାଠାରେ (Florida) ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ (Westindies) ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ (t20 Series) ୩-୧ ଅଗ୍ରଣୀ ହାସଲ କରିଛି। ରୋହିତ ଶର୍ମା (Rohit Sharma) ଭାରତୀୟ ଦଳର (India) ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଟିମ୍ ଇଣ୍ଡିଆ (Team India) ଗୋଟିଏ ବି ଟି-୨୦ ସିରିଜ୍ ହରାଇ ନାହିଁ। ହିଟମ୍ୟାନଙ୍କ (HitMan) ଅଧୀନରେ ଏହା ହେଉଛି ଭାରତର କ୍ରମାଗତ ଅଷ୍ଟମ ସିରିଜ୍ ବିଜୟ। ଏହା ସହିତ ୩୫ଟି ମ୍ୟାଚରେ ସର୍ବାଧିକ ମ୍ୟାଚ ଜିତିବା ସହିତ ଏହି ରେକର୍ଡକୁ ପାକିସ୍ତାନର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦଙ୍କ ସହିତ ନିଜକୁ ସମାନ କରିନେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏହାପୂର୍ବରୁ ୩୫ଟି ମ୍ୟାଚ୍‌ରେ ସର୍ବାଧିକ ମ୍ୟାଚ୍ ଜିତିବାର ରେକର୍ଡ ସରଫରାଜ ଅହମ୍ମଦଙ୍କ ନାମରେ ଥିଲା। ଏହି ପାକିସ୍ତାନୀ ଅଧିନାୟକ ତାଙ୍କ କ୍ୟାରିୟର ଆରମ୍ଭରେ ପାକିସ୍ତାନ ପାଇଁ ୩୫ଟି ମ୍ୟାଚ ମଧ୍ୟରୁ ୨୯ଟି ଜିତିଥିଲେ, ବର୍ତ୍ତମାନ ରୋହିତ ଶର୍ମା ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ଏତେ ମ୍ୟାଚ୍ ଜିତି ସରଫରାଜଙ୍କ ସହିତ ନିଜକୁ ସମାନ କରିଛନ୍ତି।


ପୂର୍ଣ୍ଣକାଳୀନ ଅଧିନାୟକ କାଳରେ ରୋହିତଙ୍କ ମ୍ୟାଚ ବିଜୟ ହାର ୮୨.୮୫ ପ୍ରତିଶତରେ ପହଞ୍ଚିଛି। ରୋହିତ ତାଙ୍କ ଅଧିନାୟକ କାଳରେ ମାତ୍ର ୩ଟି ମ୍ୟାଚରେ ପରାଜୟର ସମ୍ମୁଖିନ ହୋଇଛନ୍ତି। ଏହା ମଧ୍ୟରୁ ସିରିଜ ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆ ଗୋଟିଏ ଲେଖାଏଁ ଦିନିକିଆ ଓ ଟି୨୦ ମ୍ୟାଚ ରହିଛି। ସେହିପରି ଆଉ ଗୋଟିଏ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ପରାଜୟ ବରଣ କରି ଗୋଟିଏ ସିରିଜ ହାତଛଡ଼ା କରିଥିଲେ ରୋହିତ। ତେବେ ରୋହିତ ଅଧିନାୟକ ସମୟରେ  ବିପକ୍ଷ ଦଳ ବିରୋଧରେ ୫ଟି ସିରିଜରେ ଭାରତ କ୍ଲିନ ସ୍ୱିପ କରିଛି।


ଚତୁର୍ଥ ଟି -20 ବିଷୟରେ ଯଦି ଆମେ କଥା ହେବା ତେବେ ଟିମ ଇଣ୍ଡିଆ ଆୟୋଜକ ଓ୍ୱେଷ୍ଟଇଣ୍ଡିଜ ଦଳକୁ ୫୯ ରନରେ ପରାସ୍ତ କରିଛି। ଭାରତ ଏହି ମ୍ୟାଚରେ ୨୦ ଓଭର ଖେଳି ୫ଟି ଓ୍ୱିକେଟ ହରାଇ ମୋଟ ୧୯୧ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ତେବେ ବିପକ୍ଷ ଓ୍ୱେଷ୍ଟଇଣ୍ଡିଜ ଦଳ ଭାରତର ଘାତକ ବୋଲିଂକୁ ସାମ୍ନା କରି ନପାରି ମାତ୍ର ୧୩୨ ରନରେ ଅଲଆଉଟ ହୋଇଯାଇଥିଲା। 


ଅଧିକ ପଢନ୍ତୁ: CWG 2022: ଇତିହାସ ରଚିଲେ ଭାରତୀୟ ମହିଳା ଦଳ


ଅଧିକ ପଢନ୍ତୁ: ଲଞ୍ଚ ହେଲା ଦେଶର ପ୍ରଥମ ଏସଏସଏଲଭି, ଜାଣନ୍ତୁ ଏହାର ବିଶେଷତ୍ୱ