LPG Cylinder Price Hike: ମାସର ପ୍ରଥମ ଦିନରେ ମହଙ୍ଗା ମାଡ଼। ଅଗଷ୍ଟ ମାସ ଆରମ୍ଭରୁ ସାଧାରଣ ଲୋକଙ୍କୁ ଏକ ଝଟକା ଦେଇଛନ୍ତି ସରକାର। ତୈଳ କମ୍ପାନୀ ଗୁଡ଼ିକ ପୁଣି ଥରେ ବ୍ୟବସାୟିକ ବା କମର୍ସିଆଲ୍ ଗ୍ୟାସ୍ ଦର ବୃଦ୍ଧି କରୁଛନ୍ତି। ଏହା ପୂର୍ବରୁ  ଜାନୁଆରୀ, ଫେବୃଆରୀ  ଓ ମାର୍ଚ୍ଚ ମାସରେ ଗ୍ୟାସ୍ ଦର ବଢିଥିଲା।  ତେବେ, ବ୍ୟବସାୟିକ ବା କମର୍ସିଆଲ୍ ଗ୍ୟାସରେ ୬ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଛି। ଆଜିଠାରୁ ଏହି ନୂଆ ଦର ଲାଗୁ ହେବ।  


COMMERCIAL BREAK
SCROLL TO CONTINUE READING

ALSO READ: Shani Margi 2024: ଏହିସବୁ ରାଶିଙ୍କ ଉପରେ ରହିବ ଶନିଙ୍କ ଶୁଭଦୃଷ୍ଟି, ବର୍ଷ ସାରା ହେବ ଧନବର୍ଷା!


ଦିଲ୍ଲୀରେ ୧୯ କେଜି ବ୍ୟବସାୟିକ ଗ୍ୟାସର ମୂଲ୍ୟ ୧୬୪୬ ଟଙ୍କା ଥିଲା ବେଳେ ବର୍ତ୍ତମାନ ଏହା ୧୬୫୨.୫୦ ଟଙ୍କାରେ ବିକ୍ରି ହେବ। ସେହିପରି, କୋଲକାତାରେ ୧୯ କେଜି ବ୍ୟବସାୟିକ ବା କମର୍ସିଆଲ୍  ଗ୍ୟାସ୍ ଦର ୧୭୫୬ ଟଙ୍କା ଥିବା ବେଳେ ଏହା ୧୭୬୪ ଟଙ୍କା ୫୦ ପଇସାକୁ ବୃଦ୍ଧି ହୋଇଛି। ମୁମ୍ବାଇରେ ଦର ୧୫୯୮ ଥିବା ବେଳେ ବର୍ତ୍ତମାନ ଏହା ୧୬୦୫ ଟଙ୍କାକୁ ବୃଦ୍ଧି ହୋଇଛି। ଏବଂ ଚେନ୍ନାଇରେ ଏହା ୧୮୦୯.୫୦ ଟଙ୍କା ଥିବା ବେଳେ ଏବେ ୧୮୧୭ ଟଙ୍କା ହୋଇଛି। ତୈଳ କମ୍ପାନୀ ଗୁଡିକ ଗତ ଜୁଲାଇରେ ବ୍ୟବସାୟିକ ବା କମର୍ସିଆଲ୍ ଗ୍ୟାସ୍ ସିଲିଣ୍ତର ପିଛା ୩୦ ଟଙ୍କା ହ୍ରାସ କରିଥିଲେ। 


ସେପଟେ, ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ ତୈଳ କମ୍ପାନୀଗୁଡ଼ିକ ଗୁଡିକ କୌଣସି ପରିବର୍ତ୍ତନ କରିନାହାଁନ୍ତି । ଘରୋଇ ସିଲିଣ୍ଡର ଦାମ୍ ଦିଲ୍ଲୀରେ ୮୦୩ ଟଙ୍କା ରହିଛି। ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ କୋଲକାତାରେ ୮୨୯ ଟଙ୍କା, ମୁମ୍ବାଇରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୮୧୮.୫୦ ଟଙ୍କା ରହିଛି। ତୈଳ କମ୍ପାନୀ ଗୁଡିକ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। କିଲୋ ବା ଲିଟର ପିଛା ୩୦୦୬.୭୧ ବୃଦ୍ଧି ହୋଇଛି । ଏହି ନୂଆ ଦର ଆଜିଠାରୁ ଲାଗୁ ହେବ।