Russia Import Weapons from India: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। ଏହି ଯୁଦ୍ଧରେ ଋଷିଆ ଆଶାନୁରୂପକ ସଫଳତା ପାଇପାରି ନାହିଁ। ଅପରପକ୍ଷରେ ଯୁଦ୍ଧ କାରଣରୁ ଏପରି ସ୍ଥିତି ଉପୁଜିଛି ଯେ ପାରମ୍ପରିକ ସହଯୋଗୀ ଭାରତକୁ ରପ୍ତାନୀ କରାଯାଇଥିବା ଅସ୍ତ୍ରଶସ୍ତ୍ର ପୁନର୍ବାର ଆମଦାନୀ କରିବାକୁ ଯୋଜନା କରୁଛି ଋଷିଆ। "ନିକେଇସିଆ ଡଟ କମ୍" (NikkeiAsia.com) ନାମକ ଏକ ୱେବସାଇଟ୍ ରିପୋର୍ଟ ଅନୁସାରେ ଏପରି ଦାବି କରାଯାଇଛି। ଭାରତ-ଋଷିଆ ମଧ୍ୟରେ ସାମରିକ ଏବଂ ରାଜନୈତିକ ସମ୍ପର୍କ ରହିଛି। ଯଦି ରିପୋର୍ଟ ମାଧ୍ୟମରେ କରାଯାଉଥିବା ଦାବି ଯଦଜି ସତ୍ୟ ହୁଏ, ତାହେଲେ ଏହା ଭାରତ-ଋଷିଆ ସମ୍ପର୍କ ଉପରେ ଗଭୀର ପ୍ରଭାବ ପକାଇପାରେ।


COMMERCIAL BREAK
SCROLL TO CONTINUE READING

ରିପୋର୍ଟ ଅନୁଯାୟୀ ଋଷିଆ ସେହି ଅସ୍ତ୍ରଶସ୍ତ୍ରକୁ ଫେରାଇ ଆଣିବ ଯାହା ବିଦଶକୁ ରପ୍ତାନୀ କରାଯାଇଥିଲା। ଋଷିଆ ସେହି ଦେଶକୁ ହତିଆର ରପ୍ତାନୀ କରିଛି ଯାହା ସହିତ ଦୀର୍ଘ ଦିନ ଧରି ସାମରିକ ସମ୍ପର୍କ ରହିଛି। ଗତ ବର୍ଷ ଫେବୃଆରୀରେ ୟୁକ୍ରେନ ଉପରେ ଆକ୍ରମଣ କରିବା ପର ଠାରୁ ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପୀୟ ଦେଶ ଏବଂ ଜାପାନ ଋଷିଆକୁ ସମ୍ଭାବ୍ୟ ସାମରିକ ବ୍ୟବହାରଯୋଗ୍ୟ ସାମଗ୍ରୀ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।


NikkeiAsia.com ରିପୋର୍ଟ ଅନୁଯାୟୀ ଏନେଇ କରାଯାଉଥିବା ଦାବି ଏସମ୍ପର୍କିତ ତଥ୍ୟର ବିଶ୍ଳେଷଣ ଆଧାରରେ କରାଯାଇଛି। ୱେବସାଇଟ୍ କହିବା ଅନୁଯାୟୀ ଆମେରିକୀୟ ଅନୁସନ୍ଧାନକାରୀ ସଂସ୍ଥା (American Research Company) "ଇମ୍ପୋର୍ଟ ଜେନିୟସ୍" (ImportGenius) ମାଧ୍ୟମରେ ଋଷିଆ ପାଖରେ ପହଞ୍ଚିଥିବା ସାମଗ୍ରୀ ସହ ଜଡ଼ିତ ତଥ୍ୟ ଗ୍ରହଣ କରାଯାଇଛି। ଏହା ବ୍ୟତୀତ ଏହି ୱେବସାଇଟ ଭାରତ ଏବଂ ଅନ୍ୟାନ୍ୟ ଉତ୍ସରୁ ପ୍ରାପ୍ତ ହୋଇଥିବା ରପ୍ତାନୀ-ଆମଦାନୀ ତଥ୍ୟ ଉପରେ ମଧ୍ୟ ଅଧ୍ୟୟନ କରିଛି। ଯେଉଁଥିରେ ଋଷିଆ ଦ୍ୱାରା କରାଯାଇଥିବା ଅସ୍ତ୍ରଶସ୍ତ୍ରର ଆମଦାନୀ ତଥ୍ୟକୁ ବିଶ୍ଲେଷଣ କରାଯାଇଥିଲା। ଏହି ଅସ୍ତ୍ରରେ ଟ୍ୟାଙ୍କ ଏବଂ କ୍ଷେପଣାସ୍ତ୍ର ଅନ୍ତର୍ଭୂକ୍ତ ରହିଥିବା କହିଛି ୱେବସାଇଟ।


ଆମେରିକୀୟ ଅନୁସନ୍ଧାନକାରୀ ସଂସ୍ଥା ଭାରତ ପକ୍ଷରୁ ହୋଇଥିବା ବିଦେଶୀ ବାଣିଜ୍ୟ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିଛି। ଏହା ସହିତ ଋଷିଆ ପାଖରୁ ଆମଦାନୀ ହୋଇଥିବ ଟ୍ୟାଙ୍କ ଏବଂ କ୍ଷେପଣାସ୍ତ୍ର ଆଦି ଅସ୍ତ୍ରଶସ୍ତ୍ରର ରେକର୍ଡ ଯାଞ୍ଚ କରିଛି। ଏହି ତଥ୍ୟ ଅନୁଯାୟୀ ଋଷୀୟ ସେନା ପାଇଁ ଟ୍ୟାଙ୍କ ଉତ୍ପାଦନ କରୁଥିବା ଏକ କମ୍ପାନୀ ଉରାଲଭାଗନ୍ ଜାଭୋଡ୍ (UralVagonZavod) ଗତ ବର୍ଷ ୨୨ ଡିସେମ୍ବରରେ ମିଆଁମାର ସେନା ପାଖରୁ ସାମରିକ ଉପକରଣ ଆମଦାନୀ କରିଥିଲା। ଯାହାର ପରିମାଣ ୨୪ ମିଲିୟନ ଡ଼ଲାର ଥିଲା।


ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ (Stockholm International Peace Research Institute) ଅନୁଯାୟୀ ଋଷିଆ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଅସ୍ତ୍ର ରପ୍ତାନୀକାରୀ ଦେଶ। ଭାରତ ହେଉଛି ଏହାର ବୃହତ୍ତମ ହତିଆର ଆମଦାନକାରୀ ଗ୍ରାହକ। ବିଗତ ଦଶନ୍ଧି ମଧ୍ୟରେ ଋଷିଆ ପକ୍ଷରୁ ବିଦେଶକୁ ରପ୍ତାନୀ କରାଯାଇଥିବା ୩୫% ଅସ୍ତ୍ରଶସ୍ତ୍ର କେବଳ ଭାରତ ଆମଦାନୀ କରିଛି।


ରିପୋର୍ଟ ଅନୁଯାୟୀ ଋଷୀୟ କମ୍ପାନୀ ଏନପିକେ (NPK) କେବିଏମ (KBM), ମେସିନ୍ ବିଲଡିଂ ଡିଜାଇନ୍ ବ୍ୟୁରୋ (Machine Building Design Bureau) ମଧ୍ୟ ଭାରତ ପାଖରୁ କିଛି ସାମରିକ ଉପକରଣ କିଣିଛି। ଏହି କମ୍ପାନୀ କ୍ଷେପଣାସ୍ତ୍ର ଉତ୍ପାଦନ ସହିତ ଜଡିତ। ଯିଏ ରାତ୍ରି ସମୟରେ ବ୍ୟବହୃତ ହେଉଥିବା ନାଇଟ ଭିଜନ କ୍ଷେପଣାସ୍ତ୍ରର ୬ ଉପକରଣ ଗତ ବର୍ଷ ଅଗଷ୍ଟ ଏବଂ ନଭେମ୍ବରରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଖରୁ ୧ ଲକ୍ଷ ୫୦ ଡଲାର ମୂଲ୍ୟରେ କିଣିଛି। ଏପରି କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରେ ରହିଥିବା କୌଣସି ଲକ୍ଷ୍ୟକୁ ଭେଦ କରିବା ପାଇଁ ବ୍ୟବହାର କରାଯାଇ ପାରିବ। 


ଏହି ସମସ୍ତ ଉପାଦାନ ଏହା ସୁନିଶ୍ଚିତ କରେ ଯେ ଏହି କ୍ଷେପଣାସ୍ତ୍ର ରାତିରେ ଏବଂ କମ୍ ଆଲୋକରେ ମଧ୍ୟ ଟାର୍ଗେଟ ପରିସରକୁ ଆସିପାରେ। ଏହାକୁ କେବିଏମ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଏହି ଋଷୀୟ କମ୍ପାନୀ ଗତ ୨୦୧୩ ଫେବୃଆରୀରେ ପାରମ୍ପରିକ ସହଯୋଗୀ ଭାରତକୁ ଏହାର ସମାନ ଅଂଶ ରପ୍ତାନି କରିଥିଲା। ରିପୋର୍ଟ ଅନୁଯାୟୀ କେବିଏମ୍ କିମ୍ବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଋଷିଆ ସେନା ପାଇଁ ଟ୍ୟାଙ୍କ ନିର୍ମାଣ କରୁଥିବା ଉରାଲ ୱାଗନ୍ ଜାଭୋଡ୍ ୨୦୨୨ ଡିସେମ୍ବରରେ ମିଆଁମାର ସେନା ପାଖରୁ ୨୪ ମିଲିୟନ୍ ଡଲାର ମୂଲ୍ୟରେ ସାମରିକ ଉତ୍ପାଦ ଆମଦାନୀ କରିଥିବା ଜଣାପଡ଼ିଛି। ଏହି ଉତ୍ପାଦUralVagonZavod ଦ୍ୱାରା ଉତ୍ପାଦିତ ଭାବରେ ପଞ୍ଜୀକୃତ ହୋଇଥିଲା।


ଜାପାନ ହିରୋସିମା ଠାରେ ଅନୁଷ୍ଠିତ ହୋଇଥିବା ଜି-୭ ଶିଖର ସମ୍ମିଳନୀରେ ଗତ ମାସରେ ଗ୍ରୁପ୍ ଅଫ୍ ସେଭେନ୍ (Group Deven Leader) ନେତା ଅନ୍ୟ ଦେଶକୁ ଋଷିଆ ପାଇଁ ସାମରିକ ସମର୍ଥନ ବନ୍ଦ କରିବାକୁ କହିଥିଲେ। ହେଲ ଋଷୀୟ ନିର୍ମିତ ଅସ୍ତ୍ର ଉପରେ ନିର୍ଭର କରୁଥିବା ଦେଶଙ୍କ ଠାରୁ ସହଯୋଗ ପାଇବା କଷ୍ଟସାଧ୍ୟ ବୋଲି ଟୋକିଓ ହିଟୋଟୁବାଶି ବିଶ୍ୱବିଦ୍ୟାଳୟର ପ୍ରଫେସର ନୋବୁମାସା ଆକିୟାମା କହିଛନ୍ତି।