Wagner Army Chief Latest Update: ୱାଗନର୍ ଆର୍ମି ମୁଖ୍ୟ ୟେଭେଗେନି ପ୍ରିଗୋଝିନ୍ ଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଗତ ୨୩  ଅଗଷ୍ଟରେ ଋଷିଆରେ ହୋଇଥିବା ବିମାନ ଦୁର୍ଘଟଣାରେ ୱାଗନର୍ ଆର୍ମି ମୁଖ୍ୟ  ପ୍ରାଣ ହରାଇଥିବା ନେଇ ଆସିଥିଲା ଖବର। ହେଲେ ଏବେ ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଜୀବିତ ବୋଲି ଦାବି କରୁଛନ୍ତି। ଏନେଇ ୟେଭେଗେନି ପ୍ରିଗୋଝିନ୍ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଭାଇରାଲ ଭିଡିଓରେ ୱାଗନର୍ ଆର୍ମି ମୁଖ୍ୟ ନିଜର ଅବସ୍ଥିତି ବିଷୟରେ ଜଣାଇଛନ୍ତି। ପରବର୍ତ୍ତୀ ସମୟରେ ସେ କ'ଣ କରିବେ ସେ ସମ୍ପର୍କରେ ଜଣାଇଥିଲେ। ହେଲେ ଏହି ଭାଇରଲାଭିଡିଓ କେତେ ସଠିକ୍ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। 


COMMERCIAL BREAK
SCROLL TO CONTINUE READING

'ମୁଁ ଜୀବିତ ଏବଂ ଦକ୍ଷିଣ ଆଫ୍ରିକାରେ ଅଛି'
ଆନ୍ତର୍ଜାତୀୟ ଗଣମାଧ୍ୟମ ଚ୍ୟାନେଲ ଓସିନ୍ ଟିଭି ଦ୍ୱାରା ଏକ ଭିଡ଼ିଓ ସେୟାର କରାଯାଇଛି। ଯେଉଁଥିରେ ୱାଗନର୍ ଆର୍ମି ମୁଖ୍ୟ ୟେଭେଗେନି ପ୍ରିଗୋଝିନ୍ (Wagner Army Chief Yevgeny Prigozhin) ଏକ ସାଞ୍ଜୁଆ ଗାଡ଼ିରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଛି। ସେ ପାରମ୍ପାରିକ ସାମରିକ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଛି। ଏହି ଭାଇରାଲ ଭିଡ଼ିଓ ମାଧ୍ୟମରେ ୟେଭେଗେନି ପ୍ରିଗୋଝିନ୍ କହୁଛନ୍ତି ଯେ, ' ସେ ଜୀବିତ ନାଁ ମୃତ ସେ ନେଇ ବିତର୍କ ଚାଲିଛି। ଯଦି ମୁଁ ବଞ୍ଚିଛି ତାହେଲେ ମୁଁ କେଉଁଠାରେ ଅଛି ଏବଂ ମୁଁ କ’ଣ କରୁଛି? ମୁଁ ଆପଣ  ସମସ୍ତଙ୍କୁ କହିବାକୁ ଚାହେଁ ଯେ ମୁଁ ଜୀବିତ ଏବଂ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଅଛି।


 



୨୩ ଅଗଷ୍ଟରେ ହୋଇଥିଲା ବିମାନ ଦୁର୍ଘଟଣା
ୟେଭେଗେନି ପ୍ରିଗୋଝିନ୍ (Yevgeny Prigozhin) ଆହୁରି କହୁଛନ୍ତି ଯେ, ଏହା ଅଗଷ୍ଟ ମାସର ଶେଷ ସପ୍ତାହ। ମୁଁ ସପ୍ତାହନ୍ତରେ ଅଛି। ଏଠାରେ ସବୁକିଛି ଠିକ ଅଛି। ମୁଁ ମୋ ଜୀବନର ଭବିଷ୍ୟତ ଯୋଜନା କରୁଛି। ଏହି ଭିଡିଓ ପରେ ୱାଗନର୍ ଆର୍ମି ମୁଖ୍ୟଙ୍କ ଏହି ଭିଡ଼ିଓ ଭାଇରାଲ ପରେ ଋଷିଆ (Russia) ପକ୍ଷରୁ କରାଯାଉଥିବା ଦାବି ଉପରେ ଏକ ପ୍ରଶ୍ନ ଚିହ୍ନ ଉଠିଛି। ଯେଉଁଥିରେ କୁହାଯାଇଥିଲା ଯେ ବିମାନ ଦୁର୍ଘଟଣାରେ ୟେଭେଗେନି ପ୍ରିଗୋଝିନ୍ (Yevgeny Prigozhin Plane Crash) ଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଋଷିଆ ସରକାରଙ୍କ ବିବୃତ୍ତି ଅନୁଯାୟୀ ରାଜଧାନୀ ମସ୍କୋ ଠାରୁ ଉଡ଼ାଣ କରୁଥିବା ଛୋଟ ବିମାନରେ ୩  ଚାଳକଙ୍କ ସମେତ ମୋଟ ୧୦ ଜଣ ଲୋକ ଥିଲେ। ପ୍ରିଗୋଝିନ୍ ନାମ ମଧ୍ୟ ବିମାନ ଯାତ୍ରା କରୁଥିବା ଲୋକଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା।


ୱାଗନର୍ ଆର୍ମି ମୁଖ୍ୟଙ୍କୁ ଟାର୍ଗେଟ କରିଥିଲେ ଋଷୀୟ ସେନା କମାଣ୍ଡର 
ୟେଭେଗେନି ପ୍ରିଗୋଝିନ୍ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ଋଷୀୟ ସେନା କମାଣ୍ଡର ଙ୍କୁ ସେମାନଙ୍କ ସାମରିକ ପୋଷ୍ଟ ଉପରେ ଆକ୍ରମଣ କରିଥିବାର ଅଭିଯୋଗ କରିଥିଲେ। ଏନେଇ ୱାଗନର୍ ଆର୍ମି ମୁଖ୍ୟ କହିଥିଲେ ଯେ ଋଷୀୟ ସୈନ୍ୟ କମାଣ୍ଡର ଙ୍କ ଦୁର୍ବଳ ସାମରିକ ସାମର୍ଥ୍ୟ ହେତୁ ୟୁକ୍ରେନ ଅଭିଯାନ ସଫଳ ହେଉନାହିଁ। ସେମାନେ ଏହା ଉପରେ କାର୍ଯ୍ୟ କରିବା ପରିବର୍ତ୍ତେ ସେମାନେ ସହଯୋଗୀ ୱାଗନର୍ ଗ୍ରୁପ୍‌ର ଯୋଦ୍ଧାଙ୍କ ଉପରେ ଆକ୍ରମଣ କରୁଛନ୍ତି।


ଋଷୀୟ ସରକାରଙ୍କ ବିରୋଧରେ ବିଦ୍ରୋହ କରି ଚର୍ଚ୍ଚାକୁ ଆସିଥିଲେ ୟେଭେଗେନି ପ୍ରିଗୋଝିନ୍
ଋଷିଆ-ୟୁକ୍ରେନ ଯୁଦ୍ଧ (Russia-Ukraine War) ଚାଲିଥିବା ବେଳେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ପାଇଁ ୟେଭେଗେନି ପ୍ରିଗୋଝିନ୍ ଋଷୀୟ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ଯାହା ପରେ ଋଷିଆ ସରକାର ୱାଗନର୍ ଆର୍ମି ବିଦ୍ରୋହକୁ (Wagner Army Revolt in Russia) ଦମନ କରିବାକୁ ଯାଇ ଦେଶର ବିଭିନ୍ନ ସ୍ଥାନରେ ଟ୍ୟାଙ୍କ ଏବଂ ଯୁଦ୍ଧ ବିମାନ ମୁତୟନ କରିଥିଲେ। ହେଲେ ରାଜଧାନୀ ମସ୍କୋ (Moscow) ଠାରୁ ପ୍ରାୟ ୨୦୦ କିଲୋମିଟର ପୂର୍ବରେ ପହଞ୍ଚିବା ପରେ ତାଙ୍କ ବିଦ୍ରୋହ ବନ୍ଦ ହୋଇଯାଇଥିଲା। ବେଲାଋଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାଶେଙ୍କୋଙ୍କ ମଧ୍ୟସ୍ଥତା ପରେ ବିଦ୍ରୋହ ପ୍ରତ୍ୟାହାର ହୋଇଥିଲା।  ମସ୍କୋ ବିଦ୍ରୋହ ପରେ ୱାଗନର୍ ଆର୍ମି ମୁଖ୍ୟ ୟେଭେଗେନି ପ୍ରିଗୋଝିନ୍ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନେଇ ଖବର ଆସିଥିଲା। ଯାହାକୁ ପାଶ୍ଚାତ୍ୟ ଦେଶ ହତ୍ୟା ଭାବରେ ବର୍ଣ୍ଣନା କରିଥିଲେ।