Olympic Games Paris 2024: ଚଳିତ ବର୍ଷ ଜୁଲାଇ ମାସରେ ଫ୍ରାନ୍ସ ରାଜଧାନୀ ପ୍ୟାରିସ ସହରରେ ଆୟୋଜିତ ହେଉଛି କ୍ରୀଡ଼ା ମହାକୁମ୍ଭ କୁହାଯାଉଥିବା ଅଲିମ୍ପିକ୍ ଗେମ୍ସ। ହେଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଅଲିମ୍ପିକ୍ ଆୟୋଜନ କରିବା ଅପେକ୍ଷା ଋଷିଆ ଉପରେ ଅଧିକ ଧ୍ୟାନ ହେଉଛନ୍ତି। କାରଣରୁ ଫ୍ରାନ୍ସ ଋଷିଆ ପକ୍ଷରୁ ଆସିବାକୁ ଥିବା ସାମ୍ଭାବ୍ୟ ବିପଦକୁ ନେଇ ଅଧିକ ଚିନ୍ତିତ ହୋଇଉଠିଛି। ଫ୍ରାନ୍ସ ରାଷ୍ଟ୍ରପତି କହିଛନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଋଷିଆ ପ୍ୟାରିସ୍ ଅଲିମ୍ପିକ୍ସ ପ୍ରତି ବିଦ୍ୱେଷ ରଖି ଏହାକୁ ଟାର୍ଗେଟ କରିପାରେ। ଯେତେବେଳେ ତାଙ୍କୁ ପଚରାଗଲା ଯେ କ'ଣ ଋଷିଆ ଋଷିଆ ପ୍ୟାରିସ୍ ଅଲିମ୍ପିକ୍ସ ଗେମ୍ସକୁ ଟାର୍ଗେଟ କରିପାରେଯ ଏହାର ଜବାବରେ  ଇମାନୁଏଲ୍ ମାକ୍ରୋନ୍ କହିଛନ୍ତି ଯେ ମୋର ଏଥିରେ କୌଣସି ସନ୍ଦେହ ନାହିଁ।


COMMERCIAL BREAK
SCROLL TO CONTINUE READING

ଜୁଲାଇ ମାସରେ ଆୟୋଜିତ ହେବ ପ୍ୟାରିସ୍ ଅଲିମ୍ପିକ୍ସ
ନିକଟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଦେଶର ରାଜଧାନୀ ପ୍ୟାରିସ ସହରରେ ଏକ ଅଲମ୍ପିକ ଆକ୍ୱାଟିକ ସେଣ୍ଟର ଉଦଘାଟନ କରିବାକୁ ପହଞ୍ଚିଥିଲେ। ଚଳିତ ବର୍ଷ ଅଲିମ୍ପିକ୍ ଗେମ୍ସ ଜୁଲାଇ ୨୬ ତାରିଖରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ପ୍ୟାରିସ ସହରରେ ଆୟୋଜିତ ହେଉଛି। ପ୍ୟାରିସ ଅଲିମ୍ପିକ୍ ଗେମ୍ସ ଏପରି ଏକ ସମୟରେ ଆୟୋଜିତ ହେଉଛି ଯେତେବେଳେ ଗୋଟିଏ ପକ୍ଷରେ ଋଷିଆ-ୟୁକ୍ରେନ ଏବଂ ଅନ୍ୟ ପକ୍ଷରେ ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଚାଲିଛି। ଯଦି ରାଷ୍ଟ୍ରପତି ମାକ୍ରୋନ୍ ଙ୍କ କଥା କୁହାଯାଏ ତାହେଲେ ସେ ନିକଟ ଅତୀତରେ ଋଷିଆ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।


ଫ୍ରାନ୍ସ ରାଷ୍ଟ୍ରପତି ଚାହୁଁଛନ୍ତି ଯେ ୟୁକ୍ରେନ ବିରୋଧରେ ଚାଲିଥିବା ଯୁଦ୍ଧରେ ଋଷିଆ ପରାସ୍ତ ହେବା ଆବଶ୍ୟକ। ଅନ୍ୟପକ୍ଷରେ ସେ ଅନୁମାନ କରୁଛନ୍ତି ଦିନ ନା ଦିନେ ୟୁରୋପୀୟ ସୈନ୍ୟ ୟୁକ୍ରେନ ଯିବାର ସମ୍ଭାବନା ରହିଛି। ଋଷିଆ ସହିତ ଶତ୍ରୁତା ଆଚରଣ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ଇମାନୁଏଲ୍ ମାକ୍ରୋନ୍।


ଋଷିଆ ମଧ୍ୟ ଦେଇ ସାରିଛି ଚେତାବନୀ 
ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଏହି ବିବୃତ୍ତି ଆସିବା ପରେ ଋଷିଆ ପ୍ରତିରକ୍ଷା ମନ୍ତ୍ରୀ ବୁଧବାର ତାଙ୍କ ଫ୍ରାନ୍ସ ପ୍ରତିପକ୍ଷଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ୟୁକ୍ରେନରେ ସୈନ୍ୟବାହିନୀ ମୁତୟନ ନକରିବାକୁ ଫ୍ରାନ୍ସ ପ୍ରତିପକ୍ଷଙ୍କ ଚେତାବନୀ ଦେଇଥିଲେ ଋଷିଆ ପ୍ରତିରକ୍ଷା ମନ୍ତ୍ରୀ। ଯୁଦ୍ଧ ଶେଷ କରିବା ପାଇଁ ମସ୍କୋ ଆଲୋଚନା ଲାଗି ପ୍ରସ୍ତୁତ ରହିଛି ବୋଲି ଋଷିଆ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତି ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଏଗୁ ଫ୍ରାନ୍ସ ପ୍ରତିପକ୍ଷ ସେବାଷ୍ଟିଆନ୍ ଲେକର୍ନୁଙ୍କୁ କହିଛନ୍ତି ଯେ ଯଦି ପ୍ୟାରିସ୍ ୟୁକ୍ରେନକୁ ସୈନ୍ୟ ପଠାଇବା ସମ୍ପର୍କରେ ଦେଇଥିବା ବିବୃତ୍ତିକୁ କାର୍ଯ୍ୟକାରୀ କରେ ତାହେଲେ ଏହା ଫ୍ରାନ୍ସ ଲାଗି ସମସ୍ୟା ସୃଷ୍ଟି କରିପାରେ।


ୟୁରୋପ ମହାଦେଶର ବିଚ୍ଛିନ୍ନତା ପ୍ରୟାସ ବିରୁଦ୍ଧରେ ଫ୍ରାନ୍ସ ସରକାର ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ସପ୍ତାହ ପୂର୍ବରୁ ବୈଦେଶିକ ମନ୍ତ୍ରୀ ଷ୍ଟେଫେନ ସେଜୋର୍ନ କହିଛନ୍ତି ଯେ ବିଚ୍ଛିନ୍ନତାବାଦ ବିସ୍ତାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଫ୍ରାନ୍ସ ୟୁରୋପୀୟ ସଂଘ ସ୍ତରରେ କଠୋର କଟକଣା ଲାଗୁ କରିବାକୁ ପ୍ରସ୍ତାବ ରଖିବ।