Pakistan: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ପାକିସ୍ତାନକୁ ଯିବା ପାଇଁ କୌଣସି ବିଶେଷ ଅନୁମତି (Special permission)ର ଆବଶ୍ୟକ ନାହିଁ । ଏହା ଆଶ୍ଚର୍ଯ୍ୟଜନକ କଥା ହେଲେ ମଧ୍ୟ ସତ, କାରଣ ଆମେ ଝାରଖଣ୍ଡ ରାଜ୍ୟରେ ଥିବା ଦେଓଗର ଜିଲ୍ଲାର ସାରଥ ବ୍ଲକରେ ଥିବା ପାକିସ୍ତାନ ଗାଁ ବିଷୟରେ କହୁଛୁ । ଏହି ଗାଁରେ ପାଖାପାଖି ୧୬୦ ଲୋକ ବସବାସ କରନ୍ତି । ଏହା ଏପରି ପାକିସ୍ତାନ ଯେଉଁଠି ଜଣେ ବି ମୁସଲମାନ ପରିବାର (Muslim family) ନାହାନ୍ତି । ଏହି ଗାଁକୁ ନେଇ ପୂର୍ବରୁ ମଧ୍ୟ କୌଣସି ଚର୍ଚ୍ଚା ସାମ୍ନାକୁ ଆସିନାହିଁ । କିନ୍ତୁ ଖବରକାଗଜ (Newspaper)ରେ ଏକ ଟେଣ୍ଡର ବିଜ୍ଞାପନ ବାହାରିବା ପରେ ପାକିସ୍ତାନ ଗାଁଟି ବିବାଦ ଘେରକୁ ଆସିଥିଲା । ବିବାଦ ଏହା ଯେ, ସାରଥ ବ୍ଲକର ଦାଦପୋଖରରୁ ପାକିସ୍ତାନ ଗାଁ ପର୍ଯ୍ୟନ୍ତ ପିସିସି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର (Tender)କୁ ବନ୍ଦ କରାଯାଇଥିଲା । ଯେତେବେଳେ ଏନବିଟି ଟିମ୍ ଘଟଣାର ଅନୁସନ୍ଧାନ ପାଇଁ ସାରଥ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଲା ସେତେବେଳେ କିଛି ଭିନ୍ନ ଚିତ୍ର ସାମ୍ନାକୁ ଆସିଥିଲା । କୌଣସି ଡକ୍ୟୁମେଣ୍ଟ୍ (document) କିମ୍ୱା ପାମ୍ପଲେଟରେ ପାକିସ୍ତାନ ଗାଁର ନାମ ମିଳିନଥିଲା । କାରଣ ଗାଁ ଲୋକଙ୍କ କହିବା ଅନୁସାରେ ଏହି ଗାଁର ନାମ ହେଉଛି ନାଗଡନ ଘାଟିଟୋଲା । ଗାଁର ନାକୁ ପାକିସ୍ତାନ ବୋଲି ଲେଖିବାରେ ଅନେକ ଆପତ୍ତିଜନକ (Offensive) କଥା ମଧ୍ୟ ସାମ୍ନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ସାରଥ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ରାଧୀର ସିଂଙ୍କୁ ଏହାର ସତ୍ୟତା ଜାଣିବା ପାଇଁ ପ୍ରଶ୍ନ କରାଯାଇଥିଲା । ସେତେବେଳେ ଏକଥା ଶୁଣି ପ୍ରଥମେ ବିଧାୟକ ରାଧୀର ରାଗିଯାଇଥିଲେ । କିନ୍ତୁ ପରେ କହିଥିଲେ ଯେ, ଶହ ଶହ ବର୍ଷ ଧରି ଘାରିଟୋଲା ଗାଁ ପାକିସ୍ତାନ (pakistan) ନାମରେ ବେଶ୍ ଜଣାଶୁଣା । ଗ୍ରାମବାସୀଙ୍କ ଅଭିଯୋଗ ମିଛ ବୋଲି ମଧ୍ୟ ବିଧାୟକ ଦାବି କରିଥିଲେ । ବିଧାୟକ ଏକଥା ମଧ୍ୟ କହିଥିଲେ ଯେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅନେକ ସହରର ନାମ ପରିବର୍ତ୍ତନ କରିଛନ୍ତି ତେଣୁ ଯଦି ଝାରଖଣ୍ଡର ହେମନ୍ତ ସୋରେନ ସରକାର ଚାହାନ୍ତି ତେବେ ଏହି ଗାଁର ନାଁ ମଧ୍ୟ ବଦଳାଯାଇପାରିବ । ବିଧାୟକ ଆଉ ଏକ କଥା ମଧ୍ୟ କହିଛନ୍ତି ଯାହାକୁ ନେଇ ସାଧାରଣରେ ଅଧିକ ଚର୍ଚ୍ଚା ହେଉଛି । ତାହା ହେଲା ଯଦି ବିଜେପି ସରକାର ଝାରଖଣ୍ଡକୁ ଆସିବ ତେବେ ସେ ଏହି ଗାଁର ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେବେ । ଅନ୍ୟପଟରେ, ଗାଁକୁ ନେଇ ହେଉଥିବା ଆଲୋଚନା ଦେଖିବା ପରେ ଜିଲ୍ଲା ପରିଷଦ ପକ୍ଷରୁ ତରବରିଆ ଭାବରେ ଟେଣ୍ଡର ପ୍ରକିୟା ଉପରେ ତର୍ଜମା କରାଯାଇଥିଲା । ଆସିଷ୍ଟାଣ୍ଟ୍ ଇଞ୍ଜିନିୟର ଦିବାକର ଚୌଧୁରୀଙ୍କ କହିବା ଅନୁଯାୟୀ ଏହାକୁ ସଂଶୋଧନ କରାଯାଇଥିଲା ।


ଗୋଟିଏ ପଟେ ନାଗଡୋ ଘାରିଟୋଲା ଗ୍ରାମବାସୀ ପାକିସ୍ତାନ ନାମକୁ ନେଇ ଅତ୍ୟନ୍ତ ବିବ୍ରତ ଓ ଲଜ୍ଜିତ ଅନୁଭବ କରୁଛନ୍ତି। ଅନ୍ୟପକ୍ଷରେ, କାଗଜପତ୍ରରେ କୌଣସି ସ୍ଥାନରେ ପାକିସ୍ତାନର ଅନୁପସ୍ଥିତି ସତ୍ତ୍ୱେ ସାରଥଙ୍କ ବିଜେପି ବିଧାୟକ ରାଧୀର ସିଂ ଏହି ଗାଁର ନାମ ପାକିସ୍ତାନ ବୋଲି ଜବରଦସ୍ତ ଭାବରେ ପ୍ରମାଣିତ କରୁଛନ୍ତି। ବର୍ତ୍ତମାନ ରାଧୀର ସିଂ ତାଙ୍କ ସରକାର ଏହି ଗାଁର ନାମ ପରିବର୍ତ୍ତନ କରିବାକୁ ଅପେକ୍ଷା କରିଛନ୍ତି। ତେବେ ଆଗାମୀ ଦିନରେ ନାଗଡୋ ଘାଟିଟୋଲା ଗ୍ରାମକୁ ପାକିସ୍ତାନ କୁହାଯିବ ନା ଏହାର ନାମ ଅନ୍ୟ କିଛି ବଦଳିବ ତାହା ଭବିଷ୍ୟତରେ ଜଣାପଡିବ ବୋଲି ଗ୍ରାମବାସୀ କହିଛନ୍ତି ।


ସେହିପରି ବିହାର ରାଜ୍ୟର ପୁର୍ନିଆ ଜିଲ୍ଲା ଶ୍ରୀନଗର ବ୍ଲକରେ ଅବସ୍ଥିତ ଅନ୍ୟ ଏକ ଗାଁ ମଧ୍ୟ ପାକିସ୍ତାନ ନାମରେ ନାମିତ । ଗାଁର ନାମ ପାକିସ୍ତାନ ହୋଇଥିବାରୁ ଏହା ମଧ୍ୟ ଅନେକ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏହାର ନାମ ବଦଳାଯାଇ ବିର୍ସା ନଗର ନାମ ରଖିଯାଇଥିଲା । ଏହି ଗାଁରେ ପ୍ରାୟ ୨୪୦ ଲୋକ ବସବାସ କରନ୍ତି । ସରକାରୀ ରେକର୍ଡରେ ମଧ୍ୟ ଏହି ଗାଁକୁ ଏବେ ପାକିସ୍ତାନ ଟୋଲା ବୋଲି ଉଲ୍ଲେଖ କରାଯାଇଥିବା ଜଣାପଡିଛି । ଏହି ଗାଁର ନାମ ପାକିସ୍ତାନ ହେବାର କାରଣ ସମ୍ପର୍କରେ ପଚାରିଲେ ଗ୍ରାମବାସୀ କୁହନ୍ତି ଯେ, ପ୍ରାୟ  ୧୯୪୭ ମସିହାରେ ଦେଶ ବିଭାଜନ ହେବା ପରେ ଏହି ଗ୍ରାମ ହୁଏତ ପୂର୍ବ ପାକିସ୍ତାନ ତଥା ବର୍ତ୍ତମାନର ବାଂଲାଦେଶରୁ ବାହାର କରାଯାଇଥିଲା ।