Sawan 2023: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ । ହିନ୍ଦୁ ଧର୍ମରେ ଶ୍ରାବଣ ମାସର (Shravan Month 2023) ବିଶେଷ ମହତ୍ବ ରହିଛି । ଏହି ମାସ ଭଗବାନ ଶିବଙ୍କୁ (Mahadev) ସମର୍ପିତ । ଶିବ ଭକ୍ତମାନେ ଏହି ମାସକୁ ବେଶ ଉତ୍ସାହର ସହିତ ଅପେକ୍ଷା କରିଥାଆନ୍ତି । କୁହାଯାଏ, ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ମାସ ଅଟେ, ତେଣୁ ଏହି ମାସରେ ମହାଦେବଙ୍କୁ ନିଷ୍ଠାର ସହ ଉପାସନା କଲେ ସବୁ ଇଚ୍ଛା ପୂର୍ଣ୍ଣ ହୋଇଥାଏ । ଶିବ ପୁରାଣ ଅନୁଯାୟୀ, ଶ୍ରାବଣ ମାସ ସୋମବାରେ (Sawan Somwar) ଉପବାସ କରୁଥିବା ବ୍ୟକ୍ତିର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଶ୍ରାବଣ ମାସର ଶୁଭାରମ୍ଭ କୃଷ୍ଣ ପକ୍ଷ ପ୍ରତିପଦା ତିଥିରୁ ହୋଇଥାଏ। ଚଳିତ ବର୍ଷ ଶ୍ରାବଣ ମାସ ପାଖାପାଖି ୨ ମାସ ଧରି ଚାଲିବ। ଏହି ମାସରେ ଶିବ ଭକ୍ତମାନେ କାଉଡି଼ଆ ଯାତ୍ରାରେ ଯାଇଥାଆନ୍ତି । ପ୍ରତିବର୍ଷ କାହିଁ କେତେ ଦୂରରୁ ଆସି କାଉଡ଼ିଆ ଭକ୍ତ ମାନେ ମହାଦେବଙ୍କ ଉପରେ ଜଳଲାଗି କରିଥାଆନ୍ତି । ଏହି ଯାତ୍ରା ସମୟରେ କାଉଡ଼ିଆ ମାନେ କାଉଡ଼ିକୁ ଭୂମିରେ ରଖନ୍ତି ନାହିଁ । ଅଧିକାଂଶ କାଉଡ଼ିଆ ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧନ୍ତି । କୌଣସି ପବିତ୍ର ନଦୀରୁ ଜଳ ଉଠାଇ ଶିବଙ୍କ ଉପରେ ଜଳଲାଗି କରିବା ପରେ ସେମାନଙ୍କର ଯାତ୍ରା ସମାପ୍ତ ହୋଇଥାଏ ।


COMMERCIAL BREAK
SCROLL TO CONTINUE READING

କାଉଡ଼ିଆ ଯାତ୍ରାର ଇତିହାସ (Hstory of kaudia yatra)


କାଉଡି଼ଆ ଯାତ୍ରାର (Kaudia Yatra) ଇତିହାସ ଭଗବାନ ପର୍ଶୁରାମଙ୍କ ସମୟ ସହିତ ଜଡିତ । ପର୍ଶୁରାମ ଭଗବାନ ଶିବଙ୍କ ସର୍ବୋଚ୍ଚ ଭକ୍ତ ଥିଲେ। ବିଶ୍ୱାସ କରାଯାଏ ଯେ, ଥରେ ସେ କାଉଡି଼ଆ ନେଇ ପର୍ଶୁରାମ ଉତ୍ତରପ୍ରଦେଶ ବାଗପତ ଜିଲ୍ଲା ନିକଟ 'ପୁରା ମହାଦେବ' ମନ୍ଦିରକୁ ଯାଇଥିଲେ। ସେ ଗଢମୁକେଶ୍ୱରରୁ ଗଙ୍ଗା ଜଳ ନେଇ ଶିବଙ୍କୁ ଜଳାଭିଷେକ କରିଥିଲେ, ସେତେବେଳେ ଶ୍ରାବଣ ମାସ ଚାଲିଥିଲା। ସେବେଠାରୁ ଶ୍ରାବଣ ମାସରେ କାଉଡି଼ଆ ଯାତ୍ରା ନେଇ ପରମ୍ପରା ଆରମ୍ଭ ହୋଇଥିଲା । ଓଡ଼ିଶା, ଉତ୍ତରପ୍ରଦେଶ ସମେତ ପ୍ରାୟ ସମସ୍ତ ରାଜ୍ୟରେ ଶିବ ଭକ୍ତମାନେ ପ୍ରତିବର୍ଷ ଶ୍ରାବଣ ମାସରେ କାଉଡି଼ଆ ଯାତ୍ରାରେ ବାହାରିଥାଆନ୍ତି । ବିଶ୍ୱାସ କରାଯାଏ ଯେ, ଶ୍ରାବଣ ମାସରେ ଯେଉଁମାନେ କାଉଡି଼ଆ ଯାତ୍ରାରେ ଯାଇ ଭୋଳାଶଙ୍କରଙ୍କ ଉପରେ ଜଳାଭିଷେକ କରନ୍ତି ସେମାନଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ଅନ୍ୟପକ୍ଷରେ, କିଛି ଲୋକ ବିଶ୍ୱାସ କରନ୍ତି ଯେ, ଶ୍ରାବଣ କୁମାର ତ୍ରେତେୟା ଯୁଗରେ କାଉଡି଼ଆ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କର ଅନ୍ଧ ପିତା ମାତା ହରିଦ୍ୱାରର ଗଙ୍ଗାରେ ଗାଧୋଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ପିତାମାତାଙ୍କ ଇଚ୍ଛା ପୂରଣ କରିବା ପାଇଁ ଶ୍ରାବଣ କୁମାର ସେମାନଙ୍କୁ କାଉଡି଼ଆରେ ବସାଇ ନେଇ ହରିଦ୍ୱାରରେ ସ୍ନାନ କରାଇଥିଲା । ଫେରିବାବେଳେ ଶ୍ରାବଣ କୁମାର ଗଙ୍ଗା ଜଳ ଆଣି ଆଣିଥିଲେ । ସେହି ଗଙ୍ଗା ଜଳରେ ସେ ଶିବଙ୍କୁ ଜଳାଭିଷେକ କରିଥିଲେ । ତେବେ ଏପରି ଭାବେ କାଉଡି଼ଆ ଯାତ୍ରାର ଆରମ୍ଭ ହୋଇଥିଲା ବୋଲି ବିଶ୍ବାସ କରାଯାଏ ।


ଏହା ବି ପଢନ୍ତୁ-Horoscope Today 04 July 2023: ଏହି ୪ ରାଶିଙ୍କ ଲାଗି ବଢିପାରେ ଅଢୁଆ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ମଙ୍ଗଳବାର


ପ୍ରକାଶ ଥାଉ କି, ଚଳିତ ବର୍ଷ ଶ୍ରାବଣ ମାସରେ ୮ ଟି ସୋମବାର (Sawan Somwar 2023) ରହିଛି। ଏହି ମାସରେ ଶୁଭ ସଂଯୋଗ ଘଟିବାକୁ ଯାଉଛି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଚଳିତ ଶ୍ରାବଣ ମାସ ପାଖାପାଖି ୨ ମାସ ଧରି ରହିବ। ଶ୍ରାବଣ ମାସ ୪ ଜୁଲାଇରୁ ଆରମ୍ଭ ହୋଇ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । କୁହାଯାଉଛି, ଏହି ଶୁଭ ସଂଯୋଗ ୧୯ ବର୍ଷ ପରେ ଘଟୁଛି । ପ୍ରକୃତରେ ଚଳିତ ବର୍ଷ ୧୮ ଜୁଲାଇରୁ ୧୬ ଅଗଷ୍ଟ ପର୍ଯ୍ୟନ୍ତ ଶ୍ରାବଣ ଅଧିକମାସ ରହିବାକୁ ଯାଉଛି । ଏହାର ଅର୍ଥ ୧୮ ଜୁଲାଇରୁ ୧୬ ଅଗଷ୍ଟ ପର୍ଯ୍ୟନ୍ତ ମଳମାସ ରହିବ। ଅର୍ଥାତ୍ ଚଳିତ ବର୍ଷ ଶ୍ରାବଣ ମାସରେ ଭଗବାନ ଶିବଙ୍କ (Lord Siva) ସହ ଭଗବାନ ବିଷ୍ଣୁଙ୍କ(Lord Vishnu) କୃପା ମଧ୍ୟ ରହିବ।  ଶ୍ରାବଣ ମାସ ଓ ଚନ୍ଦ୍ର ମାସ ଆଧାରରେ ପଞ୍ଚାଙ୍ଗ ଗଣନା କରାଯାଏ । ଚନ୍ଦ୍ର ମାସ ୩୫୪ ଦିନ ଅଟେ। ସୋର ମାସ ହେଉଛି ୩୬୫ ଦିନ । ଏପରି ପରିସ୍ଥିତିରେ ୧୧ ଦିନର ପାର୍ଥକ୍ୟ ଅଛି ଓ ୩ ବର୍ଷ ମଧ୍ୟରେ ଏହି ପାର୍ଥକ୍ୟ ୩୩ ଦିନ ହୋଇଯାଏ। ଯାହାକୁ ‘ଅଧିକ ମାସ’ କୁହାଯାଏ । ଏଥର ଶ୍ରାବଣ ଗୋଟିଏ ବଦଳରେ ଦୁଇ ମାସ ହେବାକୁ ଯାଉଛି । ଅର୍ଥାତ୍ ଏଥର ଭୋଳାନାଥଙ୍କ (Lord Bholanath) ଭକ୍ତମାନେ ତାଙ୍କୁ ପୂଜା କରିବା ପାଇଁ ୮ ଟି ସୋମବାର ପାଇବେ ।


ଶ୍ରାବଣ ସୋମବାର ତାରିଖ


ପ୍ରଥମ ସୋମବାର: ୧୦ ଜୁଲାଇ


ଦ୍ୱିତୀୟ ସୋମବାର: ଜୁଲାଇ ୧୭


ତୃତୀୟ ସୋମବାର: ୨୪ ଜୁଲାଇ


ଚତୁର୍ଥ ସୋମବାର: ୩୧ ଜୁଲାଇ


ପଞ୍ଚମ ସୋମବାର: ୦୭ ଅଗଷ୍ଟ


ଷଷ୍ଠ ସୋମବାର: ୧୪ ଅଗଷ୍ଟ


ସପ୍ତମ ସୋମବାର: ୨୧ ଅଗଷ୍ଟ