ନୂଆଦିଲ୍ଲୀ: ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟ ରେଜିଷ୍ଟ୍ରାର୍‌ ଜେନରାଲଙ୍କୁ ଇମେଲ୍ ଯୋଗେ ଏକ ଧମକ ମିଳିଛି । ହାଇକୋର୍ଟରେ ବୋମା ମାଡ ସହିତ ରେଜିଷ୍ଟାରଙ୍କୁ ଜୀବନରୁ ମାରିଦେବାକୁ ଧମକରେ ଉଲ୍ଲେଖ ରହିଛି । ବଳବନ୍ତ ବେସାଇ ନାମରେ ଏହି ଇମେଲଟି ଆସିଥିବା ଜଣାପଡିଛି । ଫେବୃଆରୀ ୧୫ ତଥା ଗୁରବାର ଦିନ ବୋମା ମାଡ ହେବ ବୋଲି ଇମେଲରେ ଲେଖାଯାଇଥିଲା । ଏଥିସହ ଏହା ମଧ୍ୟ କୁହାଯାଇଛି ଯେ, ସୁରକ୍ଷା ବ୍ୟବସ୍ଥା ଯେତେ ବଢିଲେ ମଧ୍ୟ କିଛି ଫରକ ପଡିବ ନାହିଁ । ଏହି ବିସ୍ଫୋରଣ ସବୁଠାରୁ ବଡ଼ ବିସ୍ଫୋରଣ ହେବ ବୋଲି ଇମେଲ୍ ରେ ଲେଖାଯାଇଛି ।


COMMERCIAL BREAK
SCROLL TO CONTINUE READING

ଏପରି ଏକ ଇମେଲ ମିଳିବା ପରେ ଦିଲ୍ଲୀ ହାଇକୋର୍ଟର ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ତେବେ କିଏ ଏବଂ କାହିଁକି ଏପରି ଧମକ ଦେଲା ସେନେଇ ଯାଞ୍ଚ କରାଯାଉଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି । ହାଇକୋର୍ଟ ପରିସରରେ ସୁରକ୍ଷା ଡ୍ରିଲ୍ ମଧ୍ୟ କରାଯାଇଥିବା ସୂଚନା ମିଳିଛି । କେବଳ ସେତିକି ନୁହେଁ , ଜିଲ୍ଲା ଅଦାଲତ ଗୁଡିକରେ ମଧ୍ୟ ସୁରକ୍ଷା ବଢାଯାଇଛି ।


Also Read- Shani Gochar 2024: ସାବଧାନ ..! ଶନିଙ୍କ ଚଳନରୁ ପ୍ରଭାବିତ ହେବ ଏହି ରାଶି...


Also Read- Mangal Gochar 2024: ଗ୍ରହ ସେନାପତି ମଙ୍ଗଳଙ୍କ ପ୍ରଭାବ, ୩ଟି ରାଶିକୁ ମିଳିବ ଧନ !