Ghaziabad Monkey News: ଉପରୋକ୍ତ ଶିରୋନାମା ପଢି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚୟେ। ହେଲେ ଏହା ସତ୍ୟ। ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏଠାରେ ମାଙ୍କଡ଼ ଦ୍ୱାରା ଏକ ନିଆଁ ଲାଗିଯିବାର ମାମଲା ସାମ୍ନାକୁ ଆସିଛି। ଜିଲ୍ଲାର ସିହାନି ଗେଟ୍ ଥାନା ଅଧିନସ୍ଥ ଜାଟୱାଡ଼ା ଅଞ୍ଚଳରେ ଏଭଳି ଅଜବ ଘଟଣା ଘଟିଥିବା ଜଣାପଡ଼ିଛି। ଏଠାରେ ଏକ ମାଙ୍କଡ଼ କାରଣରୁ ଏକ ଘରେ ନିଆଁ ଲାଗି ଯାଇଥିବାର ଖବର ମିଳିଛି। ବର୍ତ୍ତମାନ ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହେଉଛି।  


COMMERCIAL BREAK
SCROLL TO CONTINUE READING

ହେଲେ ମାଙ୍କଡ଼ ଦ୍ୱାରା କିପରି ଏକ ଘରେ କିପରି ନିଆଁ ଲାଗିଗଲା ତାହାର କାରଣ ଏବେ ସାମ୍ନାକୁ ଆସିଛି। ଏହି ଘଟଣାରେ ମିଳିଥିବା ଖବର ଅନୁସାରେ ଏକ ଘରେ ନିଆଁ ଜଳୁଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ନିଆଁ ଚୁଲିର ନିଆଁ ଥିଲା। ଯାହା ଫଳରେ ନିଆଁ ପୁରା ଘରକୁ ବ୍ୟାପି ଯାଇଥିଲା। ଏନେଇ କୁହାଯାଉଛି ଯେ ଏକ ମାଙ୍କଡ଼ ଘର ଭିତରେ ପ୍ରବେଶ କରି ଏପରି ଘଟଣା ଘଟାଇଥିଲେ। ଏହି ଘଟଣା ଘଟିବା ସମୟରେ ପରିବାର ଲୋକେ ମୂକ ଦର୍ଶକ ଭାବେ ଏହାକୁ ଦେଖୁଥିଲେ। ଘରେ ନିଆଁ ଲାଗିଯିବା ସମ୍ପର୍କରେ ପରିବାର ଲୋକ ଜଣାଇଥିଲେ।


ଏନେଇ ପରିବାର ଲୋକଙ୍କ କଥା ଘରେ ରହିଥିବା କାଠ ଚୁଲି ଜଳାଯାଇଥିଲା। ଚୁଲି ଜଳିବା ସମୟରେ ହଠାତ୍ ଏକ ମାଙ୍କଡ଼ ଆସିଥିଲା। ଯିଏ ଚୁଲିରୁ ଜଳୁଥିବା କାଠକୁ ନେଇ ଘରର ବିଭିନ୍ନ ସ୍ଥାନରେ ଫୋପାଡି ଦେଇଥିଲା। ଦେଖୁ ଦେଖୁ ମାଙ୍କଡ଼ ଦ୍ୱାରା ଫିଙ୍ଗି ଯାଇଥିବା ଜଳନ୍ତା କାଠ କାରଣରୁ ପୁରା ଘରେ ନିଆଁ ଲାଗି ଯାଇଥିଲା। ଯେତେବେଳେ ପରିବାର ଲୋକ ଘରେ ଧୂଆଁ ବାହାରୁଥିବା ଦେଖିଲେ ସେତେବେଳେ ସେମାନେ ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗ ଜଣାଇଥିଲେ।


ଏହି ସମୟରେ ଲୋକେ ନିଆଁ ଲିଭାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। ହେଲେ ଦୀର୍ଘ ସମୟ ଧରି ପ୍ରୟାସ କରାଯିବା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଏହି ଅଗ୍ନିକାଣ୍ଡ କାରଣରୁ ଅନେକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି। ହେଲେ ଏହି ଅଗ୍ନିକାଣ୍ଡ କାରଣରୁ ରୋଷେଇ ଘରେ ରଖାଯାଇଥିବା ସିଲିଣ୍ଡର ବିସ୍ଫୋରଣ ହୋଇ ନ ଥିବାରୁ ପରିବାର ଲୋକ ଏକ ବଡ଼ ଧରଣର ବିପଦରୁ ରକ୍ଷା ପାଇଛନ୍ତି। ଯଦି ଅଗ୍ନିକାଣ୍ଡ କାରଣରୁ ଘରେ ରଖାଯାଇଥିବା ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥାନ୍ତା, ତାହେଲେ ଏକ ବଡ ଦୁର୍ଘଟଣା ଘଟିଥାନ୍ତା।