Shocking News: ଦୁନିଆରେ ଏପରି ଅନେକ ଅଜବ ଘଟଣା ଘଟିଥାଏ ଯାହାକୁ ଆଖିରେ ନଦେଖିଲେ ବିଶ୍ବାସ କରିହେବ ନାହିଁ । ତେବେ ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ୧୦ ବର୍ଷ ପରେ ଯେଉଁ ବ୍ୟକ୍ତିଙ୍କୁ ସ୍ବାମୀ ଭାବି ମହିଳା ଘରକୁ ଆଣିଥିଲେ, ପରେ ସେ ତାଙ୍କ ସ୍ବାମୀ ନୁହେଁ ବୋଲି ଜାଣିବାକୁ ପାଇଥିଲେ । ଏଭଳି ଏକ ଅଜବ ଘଟଣା ୟୁପି (Uttar Pradesh) ବାଲିଆ ଜିଲ୍ଲା ଦେବକଳି ଅଞ୍ଚଳରୁ ସାମ୍ନାକୁ ଆସିଛି । ବାସ୍ତବରେ, ଶୁକ୍ରବାର ଦିନ ଜାନକୀ ନାମକ ଜଣେ ମହିଳା ୟୁପି ବାଲିଆ ଜିଲ୍ଲା ହସ୍ପିଟାଲ ବାହାରେ ଛିଣ୍ତା ପୋଷାକ ପିନ୍ଧି ବସିଥିବା ଜଣେ ବ୍ୟକ୍ତିଙ୍କୁ ଦେଖି ତାଙ୍କୁ ନିଜର ନିଖୋଜ ସ୍ୱାମୀ ମୋତିଚାନ୍ଦ ବୋଲି ଭାବି ଘରକୁ ନେଇଥିଲେ। ବର୍ତ୍ତମାନ ଏହି କାହାଣୀରେ ଏକ ନୂଆ ମୋଡ଼ ଆଣିଛି ।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ, ଜାନକୀ ହସ୍ପିଟାଲ ବାହାରୁ ଯେଉଁ ବ୍ୟକ୍ତିଙ୍କୁ ନିଜର ନିଖୋଜ ସ୍ବାମୀ ଭାବି ଘରକୁ ଆଣିଥିଲେ ସେ ପ୍ରକୃତରେ ଆଉ କେହି ଥିଲେ । ଜାନକୀ ସ୍ବାମୀ ମୋତିଚାନ୍ଦଙ୍କ ଶରୀରରେ ପୂର୍ବରୁ ଥିବା ଅପରେସନ ଚିହ୍ନ ଗୁଡିକ ଯେତେବେଳେ ସେହି ବ୍ୟକ୍ତିଙ୍କ ଶରୀର ଦେଖିବାକୁ ପାଇନଥିଲେ ସେତେବେଳେ ତାଙ୍କର ସନ୍ଦେହ ହୋଇଥିଲା । ଏହା ପରେ ଜାନକୀ ଆଶଙ୍କା କରିଥିଲେ ଯେ, ଏହି ବ୍ୟକ୍ତି ଜଣଙ୍କ ତାଙ୍କ ସ୍ୱାମୀ ମୋତିଚାନ୍ଦ ନୁହଁନ୍ତି ବରଂ ଅନ୍ୟ କେହି ବୋଲି । ଏହାପରେ ଗାଁ ଲୋକେ ଏକତ୍ରିତ ହୋଇ ସେହି ବ୍ୟକ୍ତିଙ୍କ ବିଷୟରେ ସୂଚନା ସଂଗ୍ରହ କରିବା ଆରମ୍ଭ କରିଥିଲେ । ଏହାପରେ ସେମାନେ ଜାଣିବାକୁ ପାଇଥିଲେ ସ୍ବାମୀ ଭାବି ଜାନକୀ ଘରକୁ ନେଇଥିବା ସେହି ବ୍ୟକ୍ତି ଜଣଙ୍କ ମୋତିଚାନ୍ଦ ନୁହେଁ ବରଂ ନାଗ୍ରା ପୋଲିସ ଷ୍ଟେସନ ଅଞ୍ଚଳର ରାହୁଲ ବୋଲି । ପରିଚୟ ସାମ୍ନାକୁ ଆସିବା ପରେ ଗାଁ ମୁଖିଆ ଓ କିଛି ଲୋକ ରାହୁଲଙ୍କ ପରିବାର ସହ ଯୋଗାଯୋଗ କରି ତାଙ୍କୁ ହସ୍ତାନ୍ତର କରିଥିଲେ । ଏହି ଘଟଣା ପରେ ଜାନକୀ କହିଛନ୍ତି ଯେ, ‘ଭାଗ୍ୟ ମୋ ସହ ଖେଳ ଖେଳିଛି, କିନ୍ତୁ ମୁଁ ଖୁସି ଅଛି ଯେ ମୋର ଉଦ୍ୟମ ହେତୁ ଗୋଟିଏ ପରିବାର ତା ନିଖୋଜ ପୁଅକୁ ପାଇଲା” । ସେ ଆଉ ମଧ୍ୟ କହିଛନ୍ତି ଯେ, ‘ମୋ ସ୍ୱାମୀ ୧୦ ବର୍ଷ ଧରି ନିଖୋଜ ଅଛନ୍ତି । କିନ୍ତୁ ମୁଁ ହାର ମାନିବି ନାହିଁ । ତାଙ୍କୁ ଖୋଜିବା ନେଇ ଉଦ୍ୟନ ଜାରି ରଖିବି’।


Also Read- Bhubaneswar Market Building: ମଙ୍ଗଳବାର ଖୋଲିବ ଭୁବନେଶ୍ବର ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂ!


ସୂଚନା ଥାଉ କି, ଶୁକ୍ରବାର ଦିନ ଜାନକୀ ଡାକ୍ତରଖାନାକୁ ଆସିଥିଲେ। କାମ ସାରି ଫେରିବା ସମୟରେ ଡାକ୍ତରଖାନା ନିକଟ ରାସ୍ତା କଡରେ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ବସିଥିବା ଏକ ବ୍ୟକ୍ତିଙ୍କ ଉପରେ ତାଙ୍କ ନଜର ପଡ଼ିଥିଲା । ଭିକାରୀ ଅବସ୍ଥାରେ ବସିଥିବା ଉକ୍ତ ବ୍ୟକ୍ତିଙ୍କୁ ଦେଖି ଜାନକୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହି ବ୍ୟକ୍ତିଙ୍କୁ ଜାନକୀ ତାଙ୍କ ନିଖୋଜ ସ୍ବାମୀ ମୋତିଚାନ୍ଦ ବୋଲି ଭାବି ନେଇଥିଲେ । ପରେ ସେ ଦୌଡ଼ି ଆସି ତାଙ୍କୁ କୁଣ୍ଡାଇ ପକାଇ କାନ୍ଦିବା ଆରମ୍ଭ କରିଥିଲେ । ଏହାପରେ ସେ ତାଙ୍କୁ ସାଙ୍ଗରେ ଘରକୁ ନେଇଥିଲେ । ଦୀର୍ଘ ବର୍ଷ ପରେ ସ୍ବାମୀକୁ ପାଇ ଖୁସି ଥିବା ଜାନକୀଙ୍କ ଖୁସି ପାଣି ପୋଟକା ପରି ମିଳେଇ ଯାଇଥିଲା । ଯେତେବେଳ ଜାନକୀ ଓ ପରିବାର ସଦସ୍ୟ ଉକ୍ତ ବ୍ୟକ୍ତିଙ୍କ ଶରୀରରେ ଅପରେସନ ଚିହ୍ନ ଦେଖିବାକୁ ପାଇନଥିଲେ ଯାହା ପୂର୍ବରୁ ମୋତିଚାନ୍ଦଙ୍କ ଶରୀରରେ ଥିଲା ସେତେବେଳେ ସେମାନଙ୍କ ସନ୍ଦେହ ହୋଇଥିଲା । ଏହା ପରେ ଉକ୍ତ ବ୍ୟକ୍ତି ମୋତିଚାନ୍ଦ ନୁହେଁ ବୋଲି ସେ ଜାଣିବାକୁ ପାଇଥିଲେ ।