Dating App Bio: ଆଜିର ଦିନରେ ଡେଟିଂ ଆପ୍ ଏକ ସାଧାରଣ କଥା ହୋଇଗଲାଣି। ଲୋକେ ସେମାନଙ୍କ ପାଇଁ ଏକ ଉପଯୁକ୍ତ ଜୀବନସାଥି ଖୋଜିବା ପାଇଁ ଡେଟିଂ ଆପ୍ ବ୍ୟବହାର କରିଥାନ୍ତି। ନିଜ ପାଇଁ ଉପଯୁକ୍ତ ଜୀବନସାଥୀ ପାଇବାକୁ, ଲୋକେ ନିଜର ପରିଚୟ ଏବଂ ସେମାନଙ୍କ ବିଷୟରେ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥାନ୍ତି। ଏଥିରେ ଜଣେ ବ୍ୟକ୍ତି ତାଙ୍କ ପସନ୍ଦ, ନାପସନ୍ଦ, ଶବ୍ଦ, ବୟସ ସମ୍ପର୍କରେ ଜଣାଇଥାନ୍ତି। ହେଲେ ଜଣେ ଉପଭୋକ୍ତା ଏପରି ଏକ ବାୟୋ ଲେଖିଛନ୍ତି, ଯାହା ସୋସିଆଲ ମିଡିଆ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବ୍ୟକ୍ତି ଜଣଙ୍କ ତାଙ୍କର ଡେଟିଂ ଆପ୍ ବାୟୋ ତଥ୍ୟ ତାଙ୍କର ସମ୍ପୂର୍ଣ୍ଣ ଶିକ୍ଷାଗତ ଇତିହାସ ଲେଖି ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଡେଟିଂ ଆପ ବାୟା ତଥ୍ୟରେ ଲେଖିଲେ ସ୍କୁଲ-କଲେଜ ମାର୍କ
ଇଣ୍ଡିଆନ୍ ଚେନ୍ ନାମକ ଏକ ଟ୍ୱିଟର ପେଜ ପକ୍ଷରୁ ଏହାର ସ୍କ୍ରିନସଟ୍ ସେୟାର କରିଛି। ଯେଉଁଥିରେ ଅଙ୍କିତ ଝା ନାମକ ଜଣେ ୨୪ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ବାୟୋ ଦୃଶ୍ୟମାନ ହେଉଛି। ଯାହାକୁ ସେ ଡେଟିଂ ଆପ ତଥ୍ୟରେ ଲେଖିଛନ୍ତି। ନିଜ ବିଷୟରେ ଅନ୍ୟ କିଛି ଲେଖିବା ପରିବର୍ତ୍ତେ ଅଙ୍କିତ ଝା ତାଙ୍କର ଶିକ୍ଷାଗତ ଯୋଗ୍ୟତା ଲେଖିଥିଲେ। ଅଙ୍କିତ ଦଶମ-ଦ୍ୱାଦଶ ଶ୍ରେଣୀରୁ ନେଇ ଜେଇଇ ମେନ୍ସ ଏବଂ ଆଡଭାନ୍ସ ପରୀକ୍ଷାରେ ମିଳିଥିବା ରାଙ୍କ  ଲେଖିଥିଲେ। ବାୟୋ ଅନୁଯାୟୀ, ଅଙ୍କିତ ଆଇଆଇଟି ବମ୍ବେ ଠାରେ ସ୍ନାତକ କରିଛନ୍ତି। ବର୍ତ୍ତମାନ ଅଙ୍କିତ ଝା ଇନଫୋସିସ ଠାରେ କାର୍ଯ୍ୟ କରୁଛନ୍ତି।


ଉପଭୋକ୍ତା କହିଲେ ଏପରି କିଏ ଲେଖି?
ସୋସିଆଲ ମିଡିଆ ମାଧ୍ୟମରେ ସେୟାର କରାଯାଇଥିବା ଏହି ପୋଷ୍ଟ ଉପରେ ୯୨ ହଜାରରୁ ଅଧିକ ଭ୍ୟୁ ଆସିସାରିଛି। ସୋସିଆଲ ମିଡ଼ିଆ ୟୁଜର ଏହା ଉପରେ ମଜାଳିଆ ମନ୍ତବ୍ୟ ଦେଉଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଦୟାକରି କେହି ତାଙ୍କୁ କୁହନ୍ତୁ ଯେ ଏହା ଟିଣ୍ଡର ନା ଜବ୍ ରିଜ୍ୟୁମ? ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଭାଇ ଶେଷ ଧାଡ଼ି ଲେଖିବା ଉଚିତ୍ ନୁହେଁ। କେବଳ ପ୍ୟାକେଜ୍ ଲେଖିବାର ଥିଲା। ଅନ୍ୟ ଜଣେ ଉପଭୋକ୍ତା ଲେଖିଥିଲେ ଯେ, 'ଭାଇ, ଯିଏ ଡେଟିଂ ଆପ ମାଧ୍ୟମରେ କିଏ ଲିଙ୍କଡଇନ୍ ପ୍ରୋଫାଇଲ୍ ସେୟାର କରେ।