Healthy tips: ଚିନାବାଦାମ(Peranuts)  ଖାଇବାକୁ ପାଟିକୁ ଯେତିକି ସୁଆଦିଆ ଲାଗେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ସେତିକି ଲାଭଦାୟକ। କିନ୍ତୁ ଚିନାବାଦାମ ଖାଇବାର କିଛି ନିୟମ ରହିଥାଏ ଯାହାକୁ ନ ମାନିବା ଦ୍ୱାରା ଏହା ଶରୀର ପାଇଁ ଲାଭଦାୟକ ହେବା ବଦଳରେ ଅଧିକ କ୍ଷତି ପହଞ୍ଚାଇଥାଏ ।ଯେପରିକି ଚିନାବାଦାମ ଖାଇବା ପରେ ଆମକୁ ପାଣି ପିଇବାକୁ ଖୁବ୍ ଇଚ୍ଛା ହେଇଥାଏ ।ତଣ୍ଟି ଶୁଖିଲା ଶୁଖିଲା ଲାଗେ ଓ ଆମେ ସାଙ୍ଗେ ସାଙ୍ଗେ ପାଣି ପିଇଦେଇଥାଉ। କିନ୍ତୁ ଆପଣ ଜାଣିଛନ୍ତି କି ଚିନାବାଦାମ ଖାଇବା ପରେ ତତକ୍ଷଣାତ ପାଣି ପିଇବା ଆମ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ?


COMMERCIAL BREAK
SCROLL TO CONTINUE READING

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଚିନାବାଦାମ ଖାଇବା ପରେ ପାଣି(Water) ପିଇବା ଠାରୁ ଦୂରେଇ ରହିବା ଉଚିତ୍। ଏହାର କାରଣ ବର୍ଣ୍ଣନା ହେଉଛି  ଏହା କରିବା ଦ୍ୱାରା କାଶ(Cough) ଏବଂ ତଣ୍ଟିରେ ଯନ୍ତ୍ରଣା ହେବାର ସମ୍ଭାବନା ରହିଥାଏ। ଚିନାବାଦାମ ଖାଇବା ଦ୍ୱାରା ଶରୀରରେ ଉତ୍ତାପ ସୃଷ୍ଟି କରିଥାଏ ଏବଂ ଏହା ଶରୀରକୁ ଗରମ ରଖିଥାଏ । ତେଣୁ ପ୍ରାୟତଃ ଶୀତଦିନେ ଚିନାବାଦାମ ଖାଇବା ଭଲ ।ତେବେ ଚିନାବାଦମ ଖାଇବା ପରେ ଏହା ଶରୀରର ଜଳୀୟଅଂଶକୁ କମ କରି ଦେଇଥାଏ ତେଣୁ ଆମକୁ ସାଙ୍ଗେ ସାଙ୍ଗେ ପାଣି ପିଇବାର ଆବଶ୍ୟକତା ମନେ ହୋଇଥାଏ । କିନ୍ତୁ ଏହା ମଧ୍ୟ ଜାଣିବା ଉଚିତ ଯେ ଗରମ ଏବଂ ଥଣ୍ଡା ଏକତ୍ର ଖାଇବା ଦ୍ୱାରା ଥଣ୍ଡା,କାଶ, ମୋତିଆବିନ୍ଦୁ, ଏବଂ ଅନ୍ୟାନ୍ୟ ରୋଗର ଆଶଙ୍କା ବୃଦ୍ଧିପାଇଥାଏ ।


କେତେକ ବିଶେଷଜ୍ଞ ମତ ଅନୁସାରେ କୌଣସି ପ୍ରକାରର ଖାଦ୍ୟ ଖାଇବା ପରେ ପାଣି ପିଇବା ଉଚିତ୍ ନୁହେଁ । କାରଣ ଏହା ହଜମ ପ୍ରକ୍ରିୟାକୁ ବ୍ୟାହତ କରିଥାଏ କିମ୍ବା ଗ୍ୟାଷ୍ଟ୍ରିକ୍ ହେବାର ଆଶଙ୍କା ବଢ଼ାଇ ଦେଇଥାଏ । ସେଥିପାଇଁ ଖାଦ୍ୟ ଖାଇବା ପରେ ଅତି କମରେ ୧୦ ରୁ ୧୫ ମିନିଟ୍ ଅପେକ୍ଷା କରିବା ପରେ ପାଣି ପିଇବା ଉଚିତ୍  ବୋଲି ବିବେଚନା କରାଯାଏ ।


ଅନ୍ୟ ପକ୍ଷରେ କୁହାଯାଏ ଯେ ଚିନାବାଦାମ ଖାଇବା ପରେ ପାଣି ପିଇବା ଦ୍ୱାରା ପେଟରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଚିନାବାଦାମ ଦ୍ୱାରା ଅନେକ ଲୋକଙ୍କର ଆଲର୍ଜି ସୃଷ୍ଟି କରୁଥିବା ଜଣା ପଡିଛି, ବିଶେଷକରି ପିଲାମାନଙ୍କଠାରେ, ଏବଂ ଏପରି ଅବସ୍ଥାରେ ପାଣି ପିଇବା ସ୍ୱାସ୍ଥ୍ୟ ଅବସ୍ଥାକୁ ଆହୁରି ଖରାପ କରିପାରେ। ତେଣୁ ଏପରି ଦ୍ୱନ୍ଦ୍ୱକୁ ଏଡ଼ାଇବା ପାଇଁ ସତର୍କତା ଅବଲମ୍ବନ କରିବା ଉଚିତ୍।


ଏପରି କୌଣସି ସମସ୍ୟାରେ ଯଦି ଆପଣ ସମ୍ମୁଖୀନ ହେଉଥାନ୍ତି ତେବେ ନିକଟସ୍ଥ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଉଚିତ୍ ।


Also read: Complain Against MLA: ବିଧାୟିକା ବର୍ଷା ସିଂ ବରିହାଙ୍କ ନାଁ ରେ ମାରପିଟ୍ ଅଭିଯୋଗ: ଥାନାରେ ମାମଲା ରୁଜୁ


Weather Update: ଆଜି ପ୍ରବଳ ବର୍ଷା ନେଇ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ୩୧ରୁ ପୁଣି ବଢିବ ବର୍ଷା!