Sierra Leone Govt Declares Nationwide Emergency: ଦେଶର ଯୁବ-ଛାତ୍ର ବର୍ଗଙ୍କୁ ବଞ୍ଚାଇବାକୁ ଯାଇ ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି ସିଏରା ଲିଓନ ସରକାର। ଏକଥା ଶୁଣିବାା ପରେ ଆଶ୍ଚର୍ଯ୍ୟ ହୋଇଯାଉଥିବେ ହେଲେ ଏହା ସତ୍ୟ। ହଁ ଆଜ୍ଞା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପଶ୍ଚିମ ଆଫ୍ରିକୀୟ ଦେଶ ସିଏରା ଲିଓନ ସରକାର ନିଜ ଦେଶକୁ ବଞ୍ଚାଇବାକୁ ବାଧ୍ୟ ହୋଇ ସମଗ୍ର ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ବର୍ତ୍ତମାନ ସମୟରେ ଦେଶରେ ୧୮ ବର୍ଷରୁ ୨୫ ବର୍ଷ ବୟସର ଲୋକଙ୍କ ଜୀବନ ପ୍ରାୟ ନଷ୍ଟ ହୋଇଯାଉଛି। ଏହା ପଛରେ ରହିଥିବା ସବୁଠାରୁ ବଡ କାରଣ ସାମ୍ନାକୁ ଆସିଛି। ତାହା ହେଉଛି  "କୁଶ"। ଯାହା ପାଇଁ ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିବାକୁ ବାଧ୍ୟ ହୋଇଛନ୍ତି ସିଏରା ଲିଓନ ସରକାର। 


COMMERCIAL BREAK
SCROLL TO CONTINUE READING

"କୁଶ" କ'ଣ ଏବଂ କିପରି ହୋଇଥାଏ ପ୍ରସ୍ତୁତ?
ପଶ୍ଚିମ ଆଫ୍ରିକୀୟ ଦେଶ ସିଏରା ଲିଓନ ଠାରେ ଆତଙ୍କ ଖେଳାଇଥିବା "କୁଶ" ହେଉଛି ଏକ ମାଦକ ପଦାର୍ଥ। ଯାହା ମାନବ ହାଡରୁ ପ୍ରସ୍ତୁତ ହୋଇଥାଏ। "କୁଶ" ପାଇଁ ଦେଶର ଲୋକ କବର ଖୋଳି ମୃତ ମନୁଷ୍ୟର ଅସ୍ଥି ଚୋରି କରୁଛନ୍ତି। ଏହି ଘଟଣାରେ ପରେ ଦେଶରେ ରହିଥିବା ସମାଧିସ୍ଥଳର ସୁରକ୍ଷା ଚିନ୍ତାର କାରଣ ପାଲଟିଥିଲା। ଏହି ମାଦକ ପଦାର୍ଥ ହେଉଛି ଏକ ପ୍ରକାର କାଢା। ସେଠାକାର ଲୋକ ଏହାକୁ ନିଶା ପାଇଁ ବ୍ୟବହାର କରୁଛନ୍ତି। ଏପରି ମାଦକ ପଦାର୍ଥରେ ଜଡ଼ିବୁଟି ସହ କୀଟାଣୁନାଶକ ଔଷଧ ମିଶ୍ରିତ ହୋଇଥାଏ। ଏହାର ନିଶା ବହୁତ ଗଭୀର ହୋଇଥାଏ। ନିଶା ସେବକକାରୀ ଏହାକୁ ପ୍ରଚୁର ପରିମାଣରେ ପାନ କରିଥାନ୍ତି। 


ଯେଉଁଥିରେ ସବୁଠାରୁ ବିପଜ୍ଜନକ ଉପାଦାନ ହେଉଛି ଗନ୍ଧକ। ମାନବ ହାଡ ଗନ୍ଧକ ପାଇଁ ବ୍ୟବହୃତ ହୋଇଥାଏ। ଏହାର ଚାହିଦା ଏତେ ବଢିଗଲା ଯେ ଏହାକୁ ପାଇବା ପାଇଁ ଚୋରା ଚାଲାଣ ମଧ୍ୟ ଆରମ୍ଭ ହୋଇଯାଇଥିଲା। ନିଶା କବଳରେ ରହିଥିବା ଲୋକ "କୁଶ" ପାଇଁ ଚୋରି କରିବାକୁ ପଛାଇଲେ ନାହିଁ। ସେମାନଙ୍କୁ ଯେକୌଣସି ମୂଲ୍ୟରେ "କୁଶ" ଦରକାର। "କୁଶ" ଭଳି  ମାଦକ ପଦାର୍ଥ ତିଆରି କରିବା ପାଇଁ ମାନବ ହାଡ଼ ଚୋରା ଚାଲାଣ କରାଯାଉଛି। ଲୋକ ସମାଧିସ୍ଥଳରେ ରହିଥିବା ମୃତଦେହ ଖୋଳି ଏହାର ବାହାର କରିବାକୁ ପଛାଉ ନାହାଁନ୍ତି।


ନିଶା ସେବନକାରୀଙ୍କ ସହ ଯୋଗାଣକାରୀ ଏବଂ ଡିଲର ଏବେ ସମାଧିସ୍ଥଳ ଖୋଳିବାରେ ଲାଗିଛି। ଏଭଳି ଘଟଣା ସିଏର ଲିଓନ ରାଜଧାନୀ ଫ୍ରିଟାଉନ ସହରର ଶ୍ମଶାନରେ ମଧ୍ୟ ଦେଖିବାକୁ ମିଳିଛି। ଯେଉଁଠି ମାନବ ହାଡ଼ ପାଇଁ ଶ୍ମଶାନ ଖୋଳା ଯାଇଥିବାର ଜଣାପଡ଼଼ିଛି। ଏଥିରେ ମହଜୁଦ ରହିଥିବା ଅତ୍ୟଧିକ ପରିମାଣରେ ବିଷାକ୍ତ ରାସାୟନିକ ପଦାର୍ଥ ଯୋଗୁଁ ଏହା ବିପଦଜ୍ଜନକ ସାବ୍ୟସ୍ତ ହୋଇଛି। ଯେଉଁ କାରଣରୁ ପ୍ରତି ମାସରେ ୧୦ ହଜାର ଲୋକଙ୍କ  ମୃତ୍ୟୁ ହେଉଥିବାର କୁହାଯାଉଛି। 


ରାଷ୍ଟ୍ରପତିଙ୍କ ସମ୍ବୋଧନ 
ଦେଶରେ ସୃଷ୍ଟି ଡ୍ରଗ୍ ମହାମାରୀକୁ ଏକ ବିପଦ ବୋଲି ବର୍ଣ୍ଣନା କରିଛନ୍ତି ସିଏର ଲିଓନ ରାଷ୍ଟ୍ରପତି ଜୁଲିୟସ୍ ମାଡ୍ଡା ବାଓ (Sierra Leone President Julius Maada Bio)। ନିଜର ଏକ ସମ୍ବୋଧନରେ ରାଷ୍ଟ୍ରପତି 
ବାୟୋ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଏହି ମହମାରୀ ଏବେ ଭୟଙ୍କର ହେବାରେ ଲାଛି। ଡ୍ରଗ୍ ଅପବ୍ୟବହାର କାରଣରୁ ଆମ ଦେଶ ଏକ ଗୁରୁତର ସଙ୍କଟର ସାମ୍ନା କରୁଛି।


କେତେ କ୍ଷତିକାରକ "କୁଶ"? ବୁଝାଇଦେଲେ ଡାକ୍ତର
ଏନେଇ ଡାକ୍ତରଙ୍କ କହିବା ଅନୁଯାୟୀ "କୁଶ" ଭଳି  ମାଦକ ପଦାର୍ଥ ସିଧାସଳଖ ହୃଦୟ, ମସ୍ତିଷ୍କ, ଯକୃତ, କିଡନୀ ଏବଂ ଫୁସଫୁସ ଭଳି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ପ୍ରଭାବିତ କରିଥାଏ। ଯେଉଁଥିପାଇଁ ଯୋଗୀ ଯେକୌଣସି ସମୟରେ ପ୍ରାଣ ହରାଇପାରେ। ଦେଶରେ ଶତାଧିକ ଯୁବକ "କୁଶ" ପାଇଁ ନିଜର ଜୀବନ ହାରି ସାରିଛନ୍ତି। ବିଗତ ୩ ବର୍ଷ ମଧ୍ୟରେ ନିଶା ସେବନ ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଯୁବକଙ୍କ ସଂଖ୍ୟାସ ୪୦୦୦ ପ୍ରତିଶତ ବୃଦ୍ଧି ପାଇଛି। ଏପରି ବିପଦକୁ ଦେଖି ସିଏର ଲିୟୋନ ସରକାର ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି। ମାନବ ହାଡ ଚୋରିକୁ ରୋକିବା ପାଇଁ ଶ୍ମଶାନ ବାହାରେ ପୋଲିସ ଗାର୍ଡ ନିୟୋଜିତ କରାଯାଇଛି।  


କେତେ ଟଙ୍କାରେ ମିଳୁଛି "କୁଶ"
"କୁଶ" ଭଳି  ମାଦକ ପଦାର୍ଥ ବହୁ ଶସ୍ତାରେ ମିଳିଥାଏ। ମାତ୍ର ୮୦୦ ଟଙ୍କାରେ ମିଳୁଥିବା ଏପରି ମାଦକ ପଦାର୍ଥ ଦିନ ସାରା ଏହାକୁ ସେବନ କରୁଥିବା ଲୋକକୁ ନିଶାସକ୍ତ ଅବସ୍ଥାରେ ରଖିଥାଏ। ଦାରିଦ୍ର୍ୟ ହେତୁ ସିଓର ଲିୟୋନ ଭଳି ଦେଶର ହାରାହାରି ବାର୍ଷିକ ଆୟ ମାତ୍ର ୪୨ ହଜାର ଟଙ୍କା। ଏହି କାରଣରୁ ଦେଶର ଯୁବପିଢିଙ୍କ "କୁଶ" ପ୍ରଭାବରୁ ରକ୍ଷା କରିବା ପାଇଁ ତଥା ଏହାର କାରବାର ବନ୍ଦ କରିବା ପାଇଁ ଏକ ଜାତୀୟସ୍ତରୀୟ ଟାସ୍କଫୋର୍ସ ଗଠନ କରିଛନ୍ତି।