COMMERCIAL BREAK
SCROLL TO CONTINUE READING

Smriti irani: ଦେଶର ରାଜଧାନୀ ଦିଲ୍ଲୀରେ ୨୩ ମାର୍ଚ୍ଚ ୧୯୭୬ ମସିହାରେ ଏକ ଜନ୍ମ ଗ୍ରହଣ କରିଥିବା ଛୋଟ ଝିଅର ଭାଗ୍ୟ ଭବିଷ୍ୟତକୁ ନେଇ କେହି କିଛି କଳ୍ପନା ମଧ୍ଯ କରିନଥିଲେ । ଏହି ଝିଅ ଆଉ କେହି ନୁହେଁ ମୋଦ ସରକାରଙ୍କ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ(smriti irani cabinet minister) ଅଟନ୍ତି । ଛୋଟବେଳେ ସେ ଦିଲ୍ଲୀରେ ରହୁଥିଲେ । ହୋଲି ଚାଇଲ୍ଡ ଆକ୍ସିଲିୟମ୍ ସ୍କୁଲରୁ ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ଏହାପରେ ସେ ଦିଲ୍ଲୀ ୟୁନିଭରସିଟି ଅଫ୍ ଲର୍ନିଂରେ ଆଡମିଶନ ନେଇଥିଲେ। କୁହାଯାଏ ପିତାଙ୍କୁ ସାହାଯ୍ୟ କରିବା ଲାଗି ପାଠ ପଢିବା ସମୟରେ ସ୍ମୃତି ଏକ ହୋଟେଲେ ୱେଟରେସ(waitress) ଭାବେ କାମ କରୁଥିଲେ ।


ଏମିତି ହୋଇଥିଲା ଗ୍ଲାମର ଲାଇନରେ ଏଣ୍ଟ୍ରି


ସ୍ମୃତିଙ୍କୁ ମଡ଼େଲିଂ(Modeling) କରିବା ଲାଗି କେହି ଜଣେ ପରାମର୍ଶ ଦେଇଥିଲେ । ଆଉ ଏହା ପରେ ଟ୍ରେନ ଧରି ମୁମ୍ବାଇରେ ପହଞ୍ଚିଯାଇଥିଲେ ସେ। ୧୯୯୮ ମସିହାରେ ପ୍ରଥମେ ସେ ମିସ୍ ଇଣ୍ଡିଆ ପ୍ରିଜେଣ୍ଟ ପ୍ରତିଯୋଗିତାରେ(Miss india pageant competition) ଭାଗ ନେଇ ସେଥିରେ ଫାଇନାଲିଷ୍ଟ ହୋଇଥିଲେ । ଏହାପରେ ସେ ମିକା ସିଂଙ୍କ(Mika Singh) ଆଲବମ୍ 'ସାୱାନ୍ ମୈ ଲଗ ଗୟି ଆଗ' ବଲିୟାନ୍ 'ଗୀତରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ଏହାପରେ ଟେଲିଭିଜନ ସିରିଏଲ 'କ୍ୟୁଙ୍କି ସାସ୍ ଭି କଭି ବୋହୂ ଥି'(Kyunki Saas Bhi Kabhi Bahu Thi) ସ୍ମୃତିଙ୍କ ଜୀବନରେ ମୋଡ଼ ବଦଳାଇ ଦେଇଥିଲା । ସେ ସମୟରେ ଏହି ଧାରାବାହିକକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ସେତେବେଳେ ଏହା ଥିଲା ସବୁଠାରୁ ଅଧିକ ଲୋକପ୍ରିୟ ଧାରାବାହିକ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ପ୍ରଥମେ ଏକତା କପୁର(Ekta kapoor )ଙ୍କ ଟିମ ସ୍ମୃତିଙ୍କୁ ଏହି ଭୂମିକା ପାଇଁ ପ୍ରତ୍ୟାଖ୍ୟାନ କରିଥିଲେ ।


ସ୍ମୃତିଙ୍କୁ ନେଇ ଏମିତି କହିଥିଲେ ଜ୍ୟୋତିଷ


ସ୍ମୃତିଙ୍କୁ ଏଭଳି ଏକ ବ୍ୟକ୍ତିତ୍ବ ଅଟନ୍ତି ଯିଏ ଅଭିନୟରୁ ଆରମ୍ଭ କରି ରାଜନୀତି(Politics) ପର୍ଯ୍ୟନ୍ତ ନିଜର ପାରିବାପଣିଆକୁ ସାବ୍ୟସ୍ତ କରିଛନ୍ତି । ଉଭୟ ସ୍ଥାନରେ ସ୍ମୃତିଙ୍କ ଦବଦବା ରହିଛି । ଯେତେବେଳେ ସ୍ମୃତି ଛୋଟ ଥିଲେ ସେ ସମୟରେ ତାଙ୍କ ମାତାପିତା ତାଙ୍କୁ ଏକ ଜ୍ୟୋତିଷଙ୍କ ନିକଟକୁ ନେଇ ଯାଇଥିଲେ । ସେ ସମୟରେ ସ୍ମୃତିଙ୍କ ଜାତକ ଦେଖି ଜ୍ୟୋତିଷ ଜଣକ କହିଥିଲେ ଯେ ଆପଣଙ୍କ ଝିଅ ଜୀବନରେ କିଛି କରିପାରିବ ନାହିଁ । ଜ୍ୟୋତିଷଙ୍କ ଏହି କଥା ଶୁଣି ରାଗିଯାଇଥିଲେ ସ୍ମୃତି । ସେ ଜ୍ୟୋତିଷଙ୍କୁ କହିଥିଲେ ଯେ ୧୦ ବର୍ଷ ପରେ ତୁମେ ମୋ ସହ ଦେଖା କର। ବାସ୍ ଏହାପରେ ଆଉ ପଛକୁ ଫେରି ଚାହିଁନଥିଲେ ସେ । ନିଜ ପରିଶ୍ରମ ବଳରେ ଜ୍ୟୋତିଷଙ୍କୁ ସେହି ଭବିଷ୍ୟବାଣୀଙ୍କୁ ମିଛ ପ୍ରମାଣିତ କରିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।


ଏହାମଧ୍ଯ ପଢନ୍ତୁ-Zwigato collection: କିଙ୍ଗ ଖାନଙ୍କ କଥା ନମାନି ସଙ୍କଟରେ କପିଲ! ମଙ୍ଗଳବାର ଦିନ ମାତ୍ର ୭୫୦୦ ଟଙ୍କା ରୋଜଗାର କଲା ‘ଜିଗୋଟୋ’, ଶୁଭେଚ୍ଛା ଜଣାଇଲେ ଏହି ଅଭିନେତା