Crime News: ଉତ୍ତରପ୍ରଦେଶର ବାଲିଆରେ ଯୌନ ଅପରାଧର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୪ ବର୍ଷ ବୟସ୍କ ନାବାଳକ ନିଜ ପିତାଙ୍କ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖିବା ପରେ ପଡ଼ୋଶୀରେ ରହୁଥିବା ଜଣେ ନିରୀହ ୮ ବର୍ଷର ଝିଅ ସହ ଦୁଷ୍କର୍ମ କରିଥିଲା। ପୋଲିସ ଏହି ମାମଲାରେ ଏକ ଏତଲା ରୁଜୁ କରି ନାବାଳକକୁ ଅଟକ ରଖିଛି। ଏହି ସମୟରେ କିଶୋର ନିଜର ଅପରାଧ ସ୍ୱୀକାର କରିଥିଲା।  କିଶୋରର ଯେଉଁ କାହାଣୀ କହିଥିଲା, ତାହା ଆଶ୍ଚର୍ଯ୍ୟଜନକ ଥିଲା । ସେ କହିଥିଲା ଯେ, ସେ ତାଙ୍କ ପିତାଙ୍କ ମୋବାଇଲରେ ଅଶ୍ଳୀଳ ଭିଡିଓ (Naked video) ଦେଖିଥିଲା। ଏହା ପରେ ହିଁ ତା ମନରେ ଏପରି ଚିନ୍ତାଧାରା ଆସିବାକୁ ଲାଗିଲା ।


COMMERCIAL BREAK
SCROLL TO CONTINUE READING

ବାଲିଆ ଜିଲ୍ଲାର ନାଗରା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଛି। ଏଠାରେ ରହୁଥିବା ଜଣେ ୧୪ ବର୍ଷର ନାବାଳକ ନିଜ ପିତାଙ୍କ ମୋବାଇଲରେ ଏକ ଅଶ୍ଳୀଳ ଭିଡିଓ ଦେଖିଥିଲା। ରବିବାର ପୋଲିସ ଏ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛି। ଏଏସପି ମହମ୍ମଦ ଫହିମ କୁରେଶି ଗଣମାଧ୍ୟମକୁ କହିଛନ୍ତି ଯେ, ନାଗରା ପୋଲିସ ଷ୍ଟେସନ ଅଞ୍ଚଳର ଏକ ଗାଁର ଜଣେ ନିରୀହ ଆଠ ବର୍ଷର ନାବାଳିକା ଖେଳୁଥିବା ବେଳେ ତାଙ୍କ ପଡ଼ୋଶୀରେ ରହୁଥିବା ୧୪ ବର୍ଷର ବାଳକ ତା ସହ ଦୁଷ୍କର୍ମ କରିଥିଲା। ପୋଲିସ କହିଛି ଯେ, ନାବାଳିକା ଜଣକ ଶନିବାର ଦିନ ଖେଳୁଥିଲା ସମୟରେ ଏହି ଘଟଣା ଘଟିଛି ।


ଏହି ସମୟରେ, କିଶୋର ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା। ଏଠାରେ ସେ ଝିଅ ସହ ଦୁଷ୍କର୍ମ କରିଥିଲା। ସେହି ସମୟରେ ଝିଅର ଅବସ୍ଥା ଖରାପ ହୋଇଯାଇଥିଲା। ଏହା ଦେଖି ନାବାଳକ ଭୟଭୀତ ହୋଇ ଝିଅଟିକୁ ଛାଡି ପଳାଇଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଝିଅ ଘରେ ପହଞ୍ଚିବା ପରେ ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୋଲିସ କହିଛି ଯେ, ଏହି ମାମଲାରେ ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଆଇପିସି ଏବଂ ପୋକ୍ସୋ ଆକ୍ଟ ଧାରା ୩୭୬ ଅନୁଯାୟୀ ନାବାଳକ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି।


Also Read- IIT ପଢିବା ପରେ ମିଳିଥିଲା ବଡ଼ ଚାକିରି, ମନ ନବୁଝିବାରୁ ବନିଲେ IAS


Also Read- indian navy job 2024: ଦଶମ ଓ ଆଇଟିଆଇ ପାସ୍ କରିଛନ୍ତି କି? ଭାରତୀୟ ନୌସେନାରେ ନିଯୁକ୍ତି ସୁଯୋଗ