Sun's Entry Into Taurus: ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟ ସୂର୍ଯ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରିଥାନ୍ତି। ଆସନ୍ତା ମଇ ମାସରେ ସୂର୍ଯ୍ୟ ଦେବତା ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ରାଶିରେ ୧୫ ଜୁନ୍ ପର୍ଯ୍ୟନ୍ତ ସୂର୍ଯ୍ୟ ବୃଷ ରାଶିରେ ରହିବେ। ଦୀର୍ଘ ୧ ବର୍ଷ ପରେ ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ଏବଂ ଏଠାରେ ୧ ମାସ ଧରି ରହିବେ। ଫଳରେ କିଛି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତୁ ଜାଣିବା କେଉଁ ରାଶିର ସୂର୍ଯ୍ୟଙ୍କ ବୃଷ ରାଶିରେ ପ୍ରବେଶ ଅଧିକ ଫଳପ୍ରଦ ହେବ।


COMMERCIAL BREAK
SCROLL TO CONTINUE READING

କର୍କଟ ରାଶି:ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରିବା ଦ୍ୱାରା କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବହୁତ ଲାଭ ଦାୟକ ରହିବ। ଏହି ରାଶିର ଲୋକମାନଙ୍କ ପାଇଁ ବହୁ ଦିନର ଇଚ୍ଛା ପୂରଣ ହେବ। ଅଚାନକ ଧନ ବର୍ଷା ହେବାର ସମ୍ଭାବନା ରହିଛି। ନିକଟ ସମ୍ପର୍କୀୟ, ବନ୍ଧୁଙ୍କ ସହିତ ସମୟ ଭଲରେ ଅତିବାହିତ ହେବ। ବୈବାହିକ ଜୀବନରେ ଅନେକ ପରିବର୍ତ୍ତନ ଆସିବ। 


ସିଂହ ରାଶି: ମେ 2023 ରେ ସୂର୍ଯ୍ୟ ଗମନାଗମନ ସିଂହ ରାଶିର ଲୋକଙ୍କୁ ବହୁତ ଲାଭ ଦେବ। ଏହି ଲୋକମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଲୋକମାନେ ସଫଳତା ପାଇପାରିବେ। କର୍ମକ୍ଷେତ୍ରରେ ପରିବେଶ ଭଲ ରହିବ। ଲୋକମାନେ ଆପଣଙ୍କୁ ସାହାଯ୍ୟ କରିବେ। ତୁମେ ପଦ, ଅର୍ଥ, ପ୍ରତିଷ୍ଠା ପାଇବ।


କନ୍ୟା ରାଶି: ସୂର୍ଯ୍ୟଙ୍କ ଏହି ଗ୍ରହ ଚଳନ ଫଳରେ କନ୍ୟା ରାଶି ପାଇଁ ଅପାର ସମ୍ମାନ ଏବଂ ଧନଯଶ ଆଣିବ। ଲୋକମାନେ ତୁମର କାର୍ଯ୍ୟକୁ ପ୍ରଶଂସା କରିବେ। ଯେଉଁମାନେ ଏକ ନୂତନ ଚାକିରି ଖୋଜୁଛନ୍ତି, ସେମାନଙ୍କର ଅପେକ୍ଷା ସମାପ୍ତ ହେବ। ଉଚ୍ଚଶିକ୍ଷା ପାଇବା ପାଇଁ ଏକ ସୁଯୋଗ ପାଇବେ।


ମକର ରାଶି: ମକର ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସୂର୍ଯ୍ୟଙ୍କ ଏହି ଚଳନ ବେଶ ଲାଭ ଦାୟକ ସାବ୍ୟସ୍ତ ହେବାକୁ ଯାଉଛି। ଆର୍ଥିକ ସ୍ଥିତିରେ ବେଶ ସୁଧାର ହେବାକୁ ଯାଉଛି। ସୂର୍ଯ୍ୟଙ୍କ ଗମନାଗମନ ମକର ରାଶିର ଲୋକଙ୍କୁ ଆର୍ଥିକ ସୁବିଧା ଦେବ। ତୁମର ଟଙ୍କା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ । ଏକ ନୂତନ ଚାକିରି ପାଇପାରିବେ । ତୁମର ସ୍ୱାସ୍ଥ୍ୟର ଯତ୍ନ ନିଅ । ପ୍ରେମ ଜୀବନ ଭଲ ହେବ। ସାଥୀ ସହିତ ଭଲ ହେବ। ଧର୍ମ-ଆଧ୍ୟାତ୍ମିକତାରେ ତୁମର ଧାରା ବୃଦ୍ଧି ପାଇବ।


ସେପଟେ ଶନି ସାଢେ ସତୀରୁ ମୁକ୍ତି ପାଇଁ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ସାମାନ୍ୟ ନୀତିନିୟମ ଆପଣାଇବାକୁ ହେବ। ଶନିବାର ଦିନ ଏହି ସବୁ ଜିନିଷ ଦାନ କଲେ ଶାନ୍ତ ହୋଇଥାଆନ୍ତି ଶନି ଦେବତା


ଯେଉଁ ବ୍ୟକ୍ତି ବିଶେଷଙ୍କ ଜାତକରେ ଶନି ଦୋଷ ରହିଛି ସେମାନେ ଶନିବାର(Saturday) ଦିନ ସକାଳ ସମୟରେ ପଞ୍ଚାମୃତରେ କଳା ତେଲ ମିଶାଇ ଭଗବାନ ଶିବଙ୍କୁ ଅପର୍ଣ କଲେ ଶନି ଦଶା ଓ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
ଶନିବାର ଦିନ କଳା ପୋଷାକ(Balack Dress), କଳା କମ୍ବଳ ବା କଳା ରଙ୍ଗର ପଶମ ପୋଷାକ ଦାନ କରିବା ଦ୍ବାରା ଶନି ଦେବଙ୍କ ଆଶୀର୍ବାଦ ମିଳିଥାଏ । ଶନିବାର ଦିନ ଏହି ପ୍ରତିକାର କଲେ ଶନି ଦେବ ସନ୍ତୁଷ୍ଟ ହେବା ସହ ଶୁଭ ଫଳାଫଳ ପ୍ରଦାନ କରିଥାଆନ୍ତି ।
ଶନି ଦଶାରୁ ମୁକ୍ତି ପାଇବା ପାଇଁ ବ୍ୟକ୍ତି ସୋରିଷ ତେଲରେ(Mustard Oil) ମୁହଁ ଦେଖିବା ଉଚିତ୍ । ଅଭାବୀ ଲୋକଙ୍କୁ ତେଲ ଦାନ କରିବା ଦ୍ବାରା କ୍ରୋଧିତ ଶନି ଦେବ ଶାନ୍ତ ହୋଇଥାଆନ୍ତି ।
ଶନିବାର ଦିନ ବୃଦ୍ଧ ଓ ଅଭାବୀ ବ୍ୟକ୍ତିଙ୍କୁ ଜୋତା, ଚପଲ ଦାନ କରନ୍ତୁ। ଏହାଛଡ଼ା କଳା ତେଲ, ସୋରିଷ ତେଲ ଓ କଳା ରଙ୍ଗର ଜିନିଷ ଦାନ କଲେ ଶନି ଦଶା ଓ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
ପ୍ରତି ଶନିବାର(Saturday) ଦିନ ଏକ କଳା ରଙ୍ଗର ଗାଇକୁ ପୂଜା କରନ୍ତୁ । ରୋଷେଇ କରିବା ପରେ ପ୍ରଥମେ ଗାଈକୁ(Cow) ଖାଇବାକୁ ଦିଅନ୍ତୁ । ଗାଈର କପାଳରେ ସିନ୍ଦୁର ଲଗାଇ ଲଡୁକୁ ଖାଇବାକୁ ଦେଇ ପାଦକୁ ସ୍ପର୍ଶ କରନ୍ତୁ । ଏହା ଆପଣଙ୍କୁ ଶନିଙ୍କ ଖରାପ ପ୍ରଭାବରୁ ମୁକ୍ତି ଦେଇଥାଏ ।
ଶନିଙ୍କ ପ୍ରଭାବରୁ ମୁକ୍ତି ପାଇବା ପାଇଁ ପ୍ରତି ଶନିବାର ଦିନ ମାଙ୍କଡ(Money) ମାନଙ୍କୁ ଭଜା କଳା ଚଣା ଖାଇବାକୁ ଦିଅନ୍ତୁ । ପ୍ରତି ଶନିବାର ଦିନ ମିଠା ରୋଟି ପ୍ରସ୍ତୁତ କରି ଏଥିରେ ତେଲ ଲଗାଇ କଳା କୁକୁରକୁ(Black Dog) ଖାଇବାକୁ ଦିଅନ୍ତୁ ।
ଶନିଙ୍କ କୋପରୁ ମୁକ୍ତି ପାଇବା ପାଇଁ, ପ୍ରତି ଶନିବାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ଗାଧୋଇବା ପରେ ଓସ୍ତ ଗଛ ତଳେ ସୋରିଷ ତେଲ ଦୀପ ଓ ଧୂପ ଜଳାଇ ଗାଈର କଞ୍ଚା କ୍ଷୀର ଅପର୍ଣ କରନ୍ତୁ ।



Disclaimer: ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଜ୍ୟୋତିଷ ଶାସ୍ତ୍ର ଓ  ମାନ୍ୟତାକୁ ଆଧାର କରି ଦିଆଯାଇଛି। ZEE Odisha Newsର ନିଜସ୍ୱ ମତ ନୁହେଁ।  


Also Read: ଆଜି ଏହି ଏସବୁ ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ କେମିତି ରହିବ ଶୁକ୍ରବାର