Sri Lanka Sports Minister Roshan Ranasinghe: ବର୍ତ୍ତମାନ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସମୟ ବିଲକୁଲ ଠିକ୍ ଚାଲିନାହିଁ। ଚଳିତ ବର୍ଷ ଆୟୋଜିତ ହୋଇଥିବା ଦିନିକିଆ ବିଶ୍ୱକପ୍ ମୁକାବିଲାରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ ପରେ ଏବେ ଦେଶରେ ରାଜନୀତି ମଧ୍ୟ ଶିଖରରେ ପହଞ୍ଚିଛି। ଦେଶର କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂଘେ କହିଛନ୍ତି ଯେ କ୍ରିକେଟ୍ ପ୍ରଶାସନରେ ଦୁର୍ନୀତିର ଖୁଲାସା କରିଥିବାରୁ ହେତୁ ତାଙ୍କ ଜୀବନ ବିପଦରେ ରହିଛି। ଯଦି ତାଙ୍କ ସହ କିଛି ଘଟେ ତାହେଲେ ରାଷ୍ଟ୍ରପତି ରାନିଲ ୱିକ୍ରମିସିଂଘେ ଏବଂ ତାଙ୍କ କର୍ମଚାରୀଙ୍କ ଦାୟୀ ରହିବେ। ଏପରି ବୟାନ ଦେବାର କିଛି ଘଣ୍ଟା ପରେ ରାଷ୍ଟ୍ରପତି ରାନିଲ ୱିକ୍ରିମସିଂଘେ ତାଙ୍କୁ ବରଖାସ୍ତ କରିଥିଲେ।


COMMERCIAL BREAK
SCROLL TO CONTINUE READING

ବୈଠକରେ ପହଞ୍ଚିବା ମାତ୍ରେ ବରଖାସ୍ତ ହୋଇଥିଲେ
ସୋମବାର ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରିମେସିଂଘେ ଦେଶର କ୍ରୀଡା ମନ୍ତ୍ରୀ ରୋଶନ ରଣସିଂଘେଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ସାପ୍ତାହିକ କ୍ୟାବିନେଟ ବୈଠକରେ ଭାଗ ନେବାକୁ ପହଞ୍ଚିବା କ୍ଷଣି  ରୋଶନ ରଣସିଂଘେ ପହଞ୍ଚିବା ମାତ୍ରେ ତାଙ୍କୁ ୱିକେରେମିସିଂହଙ୍କ ଦ୍ୱାରା ଦସ୍ତଖତ କରାଯାଇଥିବା ଏକ ବରଖାସ୍ତ ପତ୍ର ପ୍ରଦାନ କରାଯାଇଥିଲା। ଯେଉଁଥିରେ କୁହାଯାଇଛି ଯେ ତୁରନ୍ତ ପ୍ରଭାବ ସହ କ୍ରୀଡ଼ା, ଯୁବ ବ୍ୟାପାର ଏବଂ ଜଳସେଚନ ମନ୍ତ୍ରଣାଳୟରୁ ରୋଶନ ରଣସିଂଘେଙ୍କୁ ହଟାଯାଇଛି। ଏହାପୂର୍ବରୁ  ମନ୍ତ୍ରୀ ରଣସିଂଘେ ସଂସଦରେ କହିଥିଲେ ଯେ ରାଷ୍ଟ୍ରପତି ବିକ୍ରମସିଂଘେ ତାଙ୍କୁ ରାଜନୈତିକ ପ୍ରତିଶୋଧ ପାଇଁ ଫସାଇବାକୁ ଚେଷ୍ଟା କରୁଛନ୍ତି। ଏହି ମାମଲାରେ ଏକ ଗାଡ଼ି ସହ ଜଡିତ ମିଥ୍ୟା ତଥ୍ୟ ବ୍ୟବହାର କରୁଛନ୍ତି।


ମିଥ୍ୟା ଅଭିଯୋଗରେ ଫସାଇବାକୁ ଚାଲିଛି ଷଡ଼ଯନ୍ତ୍ର 
କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂଘେ  କହିଛନ୍ତି ଯେ ତାଙ୍କ ଦ୍ୱାରା ଆମଦାନୀ ହୋଇଥିବା ଏକ ଗାଡ଼ି, କର୍ତ୍ତୃପକ୍ଷଙ୍କ ଦ୍ୱାରା ଟିକସ ହେରଫେର କରିବା ଅଭିଯୋଗରେ ଜବତ କରାଯାଇଛି। ଯାହା ଦ୍ୱାରା ତାଙ୍କୁ ମିଥ୍ୟା ଅଭିଯୋଗରେ ଫସାଇ ଦିଆଯିବ। ଶ୍ରୀଲଙ୍କା କ୍ରିକେଟ୍ ପ୍ରଶାସନ ଚଳାଇବା ପାଇଁ ମଧ୍ୟବର୍ତ୍ତୀକାଳୀନ କମିଟି ଗଠନ ପାଇଁ ତାଙ୍କ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ ରଣସିଂଘେ କହିଛନ୍ତି କ୍ରିକେଟ୍ ଦୁର୍ନୀତିର ଖୁଲାସା ପାଇଁ ମୁଁ ଏପରି ପୁରସ୍କାର ପାଇଲି କି? ଅଡ଼ିଟ୍ ରିପୋର୍ଟ ଆଧାରରେ ମୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲି। ମନ୍ତ୍ରୀ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ରାଷ୍ଟ୍ରପତି କାହିଁକି ରାଜନୈତିକ ପ୍ରତିଶୋଧ ନେଉଛନ୍ତି। ହେଲେ କ୍ରୀଡ଼ା ମନ୍ତ୍ରୀ ଭାବରେ କେବଳ ଦୁର୍ନୀତିର ଖୁଲାସା କରିଥିଲେ।


ମୋତେ ହତ୍ୟା କରାଯାଇପାରେ...
ନ୍ୟୁଜ୍ ୱେବସାଇଟ୍ "ନ୍ୟୁଜ୍ ୱାୟାର୍ ଡଟ୍ ଏଲକେ" କ୍ରୀଡ଼ା ମନ୍ତ୍ରୀ ରୋଶନଙ୍କ ସୂତ୍ରରୁ କହିଛି ଯେ ରୋଶନ ରଣସିଂଘେଙ୍କ ଜୀବନ ପ୍ରତି ବିପଦ ରହିଛି। ଆଜି କିମ୍ବା କାଲି ତାଙ୍କ ହତ୍ୟା ହୋଇପାରେ। ଯଦି ମୋ ସହିତ କିଛି ଘଟେ, ତାହେଲେ ଦେଶର ରାଷ୍ଟ୍ରପତି ରାନିଲ ୱିକ୍ରମସିଂଘେ ଏବଂ ତାଙ୍କ ଚିଫ୍ ଷ୍ଟାଫ୍ ସଗାଲା ରତ୍ନାୟାକେ ଦାୟୀ ରହିବେ। କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂଘେ ଚଳିତ ମାସ ଆରମ୍ଭରେ ଶ୍ରୀଲଙ୍କା କ୍ରିକେଟ୍ ପରିଚାଳନା ବୋର୍ଡ଼ ଭାଙ୍ଗି ଦେଇଥିଲେ। ଦେଶର କ୍ରିକେଟ୍ ବୋର୍ଡ ଚଳାଇବାକୁ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ଅଧିନାୟକ ଅର୍ଜୁନ ରାଣାତୁଙ୍ଗାଙ୍କ ନେତୃତ୍ୱରେ ୭ ସଦସ୍ୟ ବିଶିଷ୍ଟ ମଧ୍ୟବର୍ତ୍ତୀ କାଳୀନ କମିଟି ଗଠନ କରିଥିଲେ। ଏପରି ନିଷ୍ପତ୍ତି ନିଆଯିବାର ଗୋଟିଏ ଦିନ ପରେ ସ୍ଥାନୀୟ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ କ୍ରିକେଟ୍ ବୋର୍ଡ ପୁନଃସ୍ଥାପିତ ହୋଇଥିଲା।


ଦେଶର କ୍ରିକେଟ ବୋର୍ଡ ବରଖାସ୍ତ କରିଥିଲା ଶ୍ରୀଲଙ୍କା ସଂସଦ 
ଶ୍ରୀଲଙ୍କା ସଂସଦ ସର୍ବସମ୍ମତି କ୍ରମେ ଦେଶର କ୍ରିକେଟ୍ ପରିଚାଳନା ବୋର୍ଡ ବରଖାସ୍ତ କରିଥିଲେ। ଯାହା ସରକାରୀ ହସ୍ତକ୍ଷେପ ସହ ସମାନ ରହିଥିଲା। ଏହା ପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଶ୍ରୀଲଙ୍କାକୁ ନିଲମ୍ବିତ କରି ଦେଇଥିଲା। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ଼ ମଧ୍ୟରେ ଚାଲିଥିବା ବିଶୃଙ୍ଖଳା ଜାତୀୟ ଦଳର ୨୦୨୩ ବିଶ୍ୱକପ ମୁକାବିଲାରୁ ଶୀଘ୍ର ବିଦାୟ ପରେ ସାମ୍ନାକୁ ଆସିଥିଲା। ଗତ ୧୯୯୬ ମସିହାରେ ଆଇସିସି ବିଶ୍ୱକପ୍ ଜିତିଥିବା ଶ୍ରୀଲଙ୍କା ଦଳ ଚଳିତ ବର୍ଷର ବିଶ୍ୱକପ୍ ମୁକାବିଲାରେ ନବମ ସ୍ଥାନରେ ରହିଥିଲା। ରାଷ୍ଟ୍ରପତି ୱିକ୍ରିମିସିଂହ ରଣସିଂଘେଙ୍କୁ ମଧ୍ୟବର୍ତ୍ତୀକାଳୀନ କମିଟି ନିଯୁକ୍ତ ନକରିବାକୁ ପରାମର୍ଶ ଦେଇଛନ୍ତି ଏବଂ ଆଇସିସି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ତାଙ୍କୁ ଚେତାବନୀ ଦେଇଛନ୍ତି।