Sajjan Jindal Reacts On Rape Allegations: ଦେଶର ଜଣାଶୁଣା ଉଦ୍ୟୋଗପତି ସଜ୍ଜନ ଜିନ୍ଦଲଙ୍କ (Steel baron and JSW boss Sajjan Jindal) ବିରୋଧରେ ଆସିଲା ସଙ୍ଗୀନ୍ ଅଭିଯୋଗ। ସଜ୍ଜନଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଅଭିଯୋଗ (rape alligation)। ଶିଳ୍ପପତି ସଜ୍ଜନ ଜିନ୍ଦଲ ବିବାହର ପ୍ରତିଶ୍ରୃତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଡାକ୍ତର । ଘଟଣା ଏବେ ଥାନାରେ ପହଞ୍ଚିଛି । ଆଉ ଏହି ମାମଲାରେ ଏବେ ପୋଲିସ୍ ତାଙ୍କୁ ଗିରଫ କରିଥିବା ଜଣାପଡିଛି। କିନ୍ତୁ ଏହି ଅଭିଯୋଗକୁ ଖଣ୍ତନ କରିଛନ୍ତି ସଜ୍ଜନ। 


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଏହି ସବୁ ରାଶି ପାଇଁ ଶୁଭ ହେବ ସପ୍ତାହର ପ୍ରଥମ ଦିନ


ସୂଚନା ଅନୁସାରେ, ମୁମ୍ବାଇର ଜଣେ ମହିଳା ଡାକ୍ତର ଥାନାରେ ଅଭିଯୋଗ କରିଛନ୍ତି ଯେ, ୨୩ ମିଲିୟନ୍ ଡଲାର ସାମ୍ରାଜ୍ୟର ଅଧିକାରୀ ତଥା ଜେଏସଡବ୍ଲୁ  ଗ୍ରୁଫ୍  ମୁଖ୍ୟ ସଜ୍ଜନ୍ ଜିନ୍ଦଲଙ୍କ ସହ ତାଙ୍କର  ୨୦୨୧ ଅକ୍ଟୋବରରେ ଦୁବାଇରେ ଆୟୋଜିତ ଏକ ଆଇପିଏଲ୍ ମ୍ୟାଚ୍ ବେଳେ  ଷ୍ଟାଡିୟମରେ  ଭିଆଇପି ବକ୍ସରେ ସାକ୍ଷାତ ହୋଇଥିଲା। ସେଠାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢି ଉଠିଥିଲା। ଉଭୟଙ୍କ ମଧ୍ୟରେ ବନ୍ଧୁତା ହେବାରୁ ଫୋନ୍ ନମ୍ବର ଆଦାନ ପ୍ରଦାନ ହୋଇଥିଲା। ଆଉ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। 


ଗତ ଜାନୁଆରୀ ୨୩ରେ ଉଭୟ ବାନ୍ଦ୍ରାସ୍ଥିତ ଏକ ହୋଟେଲକୁ ଯାଇଥିଲେ। କିନ୍ତୁ ମହିଳା ଡାକ୍ତର ଜଣକ ଅଭିଯୋଗ ପତ୍ରରେ ଏହା ମଧ୍ୟ ଲେଖିଛନ୍ତି ଯେ, ସଜ୍ଜନ ମହିଳାଙ୍କୁ ହୋଟେଲକୁ ଡାକିଥିଲେ। ସେଠାରେ ବିବାହର ପ୍ରତିଶ୍ରୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ।  ଏବଂ ପରେ ବିବାହ ପାଇଁ ମନା କରିଦେଇଥିଲେ। ଏନେଇ ଫେବୃଆରୀ ୧୬ରେ  ମୁମ୍ବାଇ କେସିବି ଥାନାରେ  ମହିଳା ସଜ୍ଜନଙ୍କ ବିରୋଧରେ ଏତଲା ଦେଇଥିଲେ। ଜିନ୍ଦଲଙ୍କ ବିରୋଧରେ ଭାରତୀୟ ଦଣ୍ତବିଧି ଆଇନ୍ ଆଇପିସି ଦଫା ୩୭୬ (ଦୁଷ୍କର୍ମ), ୩୫୪(ମହିଳାଙ୍କ ମର୍ଯ୍ୟଦାହାନୀ) ଓ ୫୦୬ (ଅପରାଧିକ ଧମକଃ(ବଳରେ ମାମଲା ରୁଜୁ ହୋଇଛି। ସେପଟେ, ଏନେଇ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଆଉ ଏହି ଘଟଣା ନେଇ ମୁହଁ ଖୋଲିଛନ୍ତି ଜିନ୍ଦଲ। ସେ କହିଛନ୍ତି ଯେ, ମୋ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା। ତଦନ୍ତ ବେଳେ ସେ ସମ୍ପୁର୍ଣ୍ଣ କରିବେ।