Success Story: ପ୍ରାୟତଃ ଲୋକମାନଙ୍କ ମନରେ ଧାରଣା ରହିଛି ଯେ, ମଧ୍ୟପ୍ରଦେଶରେ ଥିବା କୃଷକ (Farmer)ମାନେ କେବଳ ସୋରିଷ, ଗହମ ଏବଂ ଡାଲି ଜାତୀୟ ଫସଲ ଚାଷ କରନ୍ତି, କିନ୍ତୁ ତାହା ନୁହେଁ। ଏଠାରେ, କୃଷକମାନେ ବର୍ତ୍ତମାନ ଆଧୁନିକ ପଦ୍ଧତି ବ୍ୟବହାର କରି ନର୍ସରୀ (Nursery) ପ୍ରସ୍ତୁତ କରୁଛନ୍ତି । ଏହି କାରଣରୁ ଅନେକ ଚାଷୀଙ୍କ ଆୟ ବୃଦ୍ଧି ପାଇଛି। ଅନେକ କୃଷକ ଚାଷ ସହ ନର୍ସରୀ ବ୍ୟବସାୟ ମାଧ୍ୟମରେ ଲକ୍ଷପତି ହୋଇଛନ୍ତି । ସେହିପରି ଜଣେ ସଫଳ ଚାଷୀଙ୍କ ନାଁ ହେଉଛି ଓମ ପ୍ରକାଶ ପାଟିଦାର । ଓମ ପ୍ରକାଶଙ୍କୁ ଖାର୍ଗୋନ ଜିଲ୍ଲାର ଧନୀ ଚାଷୀ (Rich farmer)ଙ୍କ ମଧ୍ୟରେ ଗଣାଯାଉଛି। ସେ ଚାଷ କାର୍ଯ୍ୟରୁ ଆଜି କୋଟିପତି ହେବାରେ ସକ୍ଷମ ହୋଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଚାଷୀ ଓମ ପ୍ରକାଶ ପାଟିଦାର ମଧ୍ୟପ୍ରଦେଶର ଖାର୍ଗୋନ ସ୍ଥିତ ନନ୍ଦ୍ରା ଗାଁରେ ରୁହନ୍ତି । ଚାଷ ଆରମ୍ଭ ପୂର୍ବରୁ ଓମ ପ୍ରକାଶ ଏକ ଘରୋଇ କମ୍ପାନୀ (Private company)ରେ କାମ କରୁଥିଲେ । ଦରମା ହିସାବକୁ ମାସକୁ ମାତ୍ର ୧୨ ହଜାର ଟଙ୍କା ପାଉଥିଲେ। ଉକ୍ତ ଦରମାରେ ନିଜେ ଚଳିବା ସହିତ ପାରିବାରିକ ଖର୍ଚ୍ଚ କରିବା ସମ୍ଭବ ହୋଇପାରିଲା ନାହିଁ । ଏପରି ପରିସ୍ଥିତିରେ ସେ ଅଧିକ ଲାଭ ଆଶାରେ ଏକ ବଗିଚା ଆରମ୍ଭ କରିଥିଲେ । ଆଜି ସେ ପଲି ହାଉସ୍ ଭିତରେ ସବୁଜ ପନିପରିବା ତଥା ବିଭିନ୍ନ ପ୍ରକାରର ଫସଲ ଲଗାଇଥିଲେ । ସେଥିରେ ବେଶ୍ ସଫଳତା ମିଳିଲା । ଗୋଟିଏ ଋତୁରେ ଲକ୍ଷ ଲକ୍ଷ ଟଙ୍କା ହାତକୁ ଆସିବା ପରେ ଓମ ପ୍ରକାଶ ଉକ୍ତ ନର୍ସରୀକୁ ଅଧିକ ବଢାଇଲେ । ବର୍ତ୍ତମାନର ବିଶେଷ କଥା ଏହା ଯେ, ଓମ ପ୍ରକାଶ ନିଜେ ସ୍ୱାବଲମ୍ୱୀ ହେବା ସହିତ ସ୍ଥାନୀୟ ଅଞ୍ଚଳର ପାଖାପାଖି ୪୦ ଜଣଙ୍କୁ ନିଯୁକ୍ତି ଦେଇପାରିଛନ୍ତି। ପ୍ରତିଦିନ ଶ୍ରମିକମାନେ ତାଙ୍କ ନର୍ସରୀର ଆବଶ୍ୟକୀୟ ଯତ୍ନ ନିଅନ୍ତି । 


ସଫଳ ଚାଷୀ ଓମ୍ ପ୍ରକାଶଙ୍କ କହିବା ଅନୁଯାୟୀ, ତାଙ୍କ ପିତା ପାରମ୍ପାରିକ ପଦ୍ଧତି (Traditional method) ପ୍ରଣାଳୀରେ ଚାଷ କାର୍ଯ୍ୟ କରୁଥିଲେ । ସେଥିପାଇଁ ଚାଷ କାର୍ଯ୍ୟରୁ ଘର ସିନା ଚଳିଯାଉଥିଲା କିନ୍ତୁ ଭଲ ଆୟ ହୋଇପାରୁନଥିଲା । କିନ୍ତୁ ଯେତେବେଳେ ଓମ ପ୍ରକାଶ ଆଧୁନିକ ପଦ୍ଧତି (Modern method)ରେ ନର୍ସରୀ ପ୍ରସ୍ତୁତ କରି ଚାଷ କାର୍ଯ୍ୟ ଆରମ୍ଭ କଲେ ସେତେବେଳେ ଭଲ ଲାଭ ହେବାରେ ଲାଗିଲା । ପ୍ରଥମେ ସେ ୨୮.୪୦ ଲକ୍ଷ ଟଙ୍କା ମୂଲ୍ୟରେ ଚାରି ହଜାର ବର୍ଗ ମିଟରରେ ଏକ ପଲି ହାଉସ୍ ନିର୍ମାଣ କଲେ । ପରେ ତାହାକୁ ପ୍ରସ୍ତୁତ କରି ବିଭିନ୍ନ ପ୍ରକାରର ପନିପରିବା ଲଗାଇଲେ । କିଛି ଦିନ ମଧ୍ୟରେ ଆୟ ବଢିବା ସହିତ ଓମ ପ୍ରକାଶ ଶେଡନେଟ ହାଉସର କ୍ଷେତ୍ର ବୃଦ୍ଧି କରିବାରେ ଲାଗିଲେ । ବର୍ତ୍ତମାନ ସେ ଶେଡନେଟ୍ ହାଉସ୍ କୌଶଳ ବ୍ୟବହାର କରି ସାଢେ ଚାରି ଏକର ଜମିରେ ଚାଷ କରୁଛନ୍ତି ।


ଆଉ ଏକ ବିଶେଷ କଥା ଏହା ହେଉଛି ଯେ, ଶେଡନେଟ୍ ହାଉସରେ ସେମାନେ ବର୍ଷକୁ ଚାରିଥର ଋତୁ ମୁତାବକ ବିଭିନ୍ନ ପନିପରିବା ଗଛ ପ୍ରସ୍ତୁତ କରନ୍ତି । ଓମ ପ୍ରକାଶ ପ୍ରତ୍ୟେକ ଋତୁରେ ବିଭିନ୍ନ ପ୍ରକାରର ଚାରା ବିକ୍ରି କରି ୨୫ ଲକ୍ଷ ଟଙ୍କା ରୋଜଗାର କରନ୍ତି । ଏହି ଉପାୟରେ ସେ ଶେଡନେଟ ହାଉସ ଟେକ୍ନୋଲୋଜି ଜରିଆରେ ଗଛ ବିକ୍ରି କରି ବର୍ଷକୁ କୋଟିଏ ଟଙ୍କା ରୋଜଗାର କରିପାରୁଛନ୍ତି । ବର୍ତ୍ତମାନ ଓମ୍ ପ୍ରକାଶଙ୍କ ନର୍ସରୀରେ ଲଙ୍କା, ତରଭୁଜ, ଟମାଟୋ, ବ୍ରଞ୍ଜଲ୍, କୋବି ସହିତ ଆହୁରୀ ବିଭିନ୍ନ ପ୍ରକାରର ଚାରା ବଢୁଛି । ସେମାନେ ଗୋଟିଏ ଋତୁରେ ପ୍ରାୟ ୨୨ରୁ ୨୫ ଲକ୍ଷ ଚାରା ଉତ୍ପାଦନ କରନ୍ତି । ରାଜ୍ୟର ଅନେକ ସ୍ଥାନ ସମେତ ଦେଶର ବିଭିନ୍ନ ସ୍ଥାନକୁ ଚାରା ପଠାଇଥାନ୍ତି । ଓମ ପ୍ରକାଶ କହିଛନ୍ତି ଯେ, ଏହି ଚାଷ ତାଙ୍କୁ ସଫଳତା ଦେଇଛି । ଆଗ୍ରହୀ ଚାଷୀମାନେ ମଧ୍ୟ ଏପରି କରି ଲାଭ ପାଇପାରିବେ ।


Also Read- Seema Haider: ସଲମାନ ଖାନ ଏବଂ କପିଲ ଶର୍ମାଙ୍କ ଶୋ’ରୁ ସୀମା ହାଇଦରଙ୍କୁ ଅଫର !