Super Moon 2023 August: ଚଳିତ ବର୍ଷ ଅଗଷ୍ଟରେ ଅନେକ ଜ୍ୟୋତିର୍ବିଜ୍ଞାନ ଘଟଣା ଘଟୁଛି। ଯାହା ପ୍ରକୃତିର ଏକ ନିଆରା ଛାଇ ଉପସ୍ଥାପନ କରିବ। ଚଳିତ ମାସରେ ଦୁଇଟି ଘଟଣା ଘଟିବାକୁ ଯାଉଛି। ସେଥିମଧ୍ୟରୁ ଗୋଟିଏ ହେଉଛି ସୁପରମୁନ୍ ଏବଂ ଅନ୍ୟଟି ହେଉଛି ବ୍ଲୁ ମୁନ୍ ଅର୍ଥାତ୍ ଦ୍ୱିତୀୟ ସୁପରମୁନ୍। ଅଗଷ୍ଟ ୧ ତାରିଖ ମଙ୍ଗଳବାର ରାତିରେ ପ୍ରଥମ ଘଟଣା ଘଟିବ ଯଥା ସୁପରମୁନ୍ ଦୃଶ୍ୟମାନ ହେବାକୁ ଯାଉଛି। ଏକ ସୁପରମୁନ୍ ଦେଖାଯିବାର ଅର୍ଥ ହେଉଛି ଯେଉଁଦିନ ସୁପର ମୁନ ଦୃଶ୍ୟମାନ ହୋଇଥାଏ ସେହି ଦିନ ଚନ୍ଦ୍ର ସାଧାରଣ ଦିନ ଅପେକ୍ଷା ବଡ଼ ଦେଖାଯାଏ। ଏହି ସୁପରମୁନ୍ ଦେଖିବା ପରେ ଏହା ଅନୁଭବ ହେବ ଯେ ଯେପରି ଏହା ପୃଥିବୀର ନିକଟତର ହେଉଛି। 


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ପ୍ରଥମ ସୁପରମୁନ୍ (First Super Moon 2023 August) ଅଗଷ୍ଟ ୧ ତାରିଖ ମଙ୍ଗଳବାର ରାତିରେ ଦେଖାଯିବ। ସେହିପରି ଅଗଷ୍ଟ ୩୦ ତାରିଖ ବୁଧବାର ରାତିରେ ବ୍ଲୁମୁନ (Blue Moon 2023 August) ଦେଖାଯିବ। ସୁପରମୁନ୍ ସମୟରେ ଚନ୍ଦ୍ର ଆକାରରେ (shape of moon during super moon) ୧୪ ପ୍ରତିଶତ ବଡ଼ ଏବଂ ସାଧାରଣ ଦିନ ଅପେକ୍ଷା ୩୦ ପ୍ରତିଶତ ଅଧିକ ଉଜ୍ଜ୍ୱଳ (brightness of moon during super moon) ଦେଖାଯିବ। ଏହି ଚନ୍ଦ୍ରକୁ ଦେଖିବା ପରେ ଏପରି ଅନୁଭବ ହେବ ଯେ ପୃଥିବୀ (super moon visibility from earth) ଆଡ଼କୁ ନିକଟତର ହେବାରେ ଲାଗିଛି। ଚନ୍ଦ୍ର ପୃଥିବୀ ଠାରୁ ପ୍ରାୟ ୩ ଲକ୍ଷ ୫୭ ହଜାର ୪୩୦ କିଲୋମିଟର ଦୂରରେ ରହିଥିବାରୁ (distance from moon to earth) ଏପରି ଘଟିବ। ସାଧାରଣତଃ ପୃଥିବୀ ଠାରୁ ଚନ୍ଦ୍ରର ଦୂରତମ ସ୍ଥାନ (farthest point moon from earth) ହେଉଛି ୪ ଲକ୍ଷ ୫ ହଜାର  କିଲୋମିଟର ଏବଂ ନିକଟତମ ସ୍ଥାନ ହେଉଛି (closest point of the moon to the earth) ୩ ଲକ୍ଷ ୬୩ ହଜାର ୧୦୪ କିଲୋମିଟର। 


Also Read: Super Moon 2023: ଆଜି ଦେଖାଯିବ ଚଳିତ ବର୍ଷର ସୁପର ମୁନ; ହରିଣ ଶିଙ୍ଗ ସହିତ କ’ଣ ରହିଛି ଏହାର ସମ୍ପର୍କ? ଜାଣନ୍ତୁ


ଦ୍ୱିତୀୟ ସୁପରମୁନ୍ (Second Super Moon 2023 August) ଅଗଷ୍ଟ ୩୦ ତାରିଖ ବୁଧବାର ଦେଖାଯିବ। ଯାହାକୁ ବ୍ଲୁ ମୁନ୍ ମଧ୍ୟ କୁହାଯାଏ। ଯାହା ୩୦ ଅଗଷ୍ଟ ରାତିରେ ଦୃଶ୍ୟମାନ ହେବ। ଚନ୍ଦ୍ରକୁ ସେତେବେଳେ ବ୍ଲୁ ମୁନ କୁହାଯାଇଥାଏ ଯେତେବେଳେ ଗୋଟିଏ ମାସରେ ଦୁଇଟି ସୁପରମୁନ୍ ନଜର ଆସିଥାଏ। ଶେଷ ଥର ପାଇଁ ୨୦୧୮ ଅଗଷ୍ଟରେ ଦୁଇଟି ସୁପରମୁନ୍ ଦେଖାଯାଇଥିଲା। ପରବର୍ତ୍ତୀ ସୁପରମୁନ ଆସନ୍ତା ୨୦୨୭ ବର୍ଷରେ ଦେଖିବାକୁ ମିଳିପାରେ। 


ଏହି ସୁପରମୁନ୍ ବିଶ୍ୱର ଅନେକ ସ୍ଥାନରୁ ଦେଖିହେବ। ଭାରତରେ ଏହାକୁ ମଙ୍ଗଳବାର ରାତି ୧୨:୦୨ ମିନିଟ ସମୟରେ ଦେଖିହେବ। ଏହି ସମୟରେ ସୁପରମୁନ୍ ଏହାର ଶିଖରରେ ରହିବ। ସୁପରମୁନ୍ ଦେଖିବା ପାଇଁ ପାଗ ସ୍ପଷ୍ଟ ରହିବା ଆବଶ୍ୟକ। ଯଦି ପାଗ ଠିକ୍ ଅଛି, ତାହେଲେ ଏହାକୁ ବାଇନୋକୁଲାର କିମ୍ବା ବ୍ୟାକୟାର୍ଡ ଟେଲିସ୍କୋପ ସାହାଯ୍ୟରେ ଭଲ ଭାବରେ ଦେଖିହେବ।


ସତର୍କତା: ଉପରୋକ୍ତ ତଥ୍ୟ ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ। Zee Odisha ଏହାକୁ ସୁନିଶ୍ଚିତ କରେ ନାହିଁ।