Dhari Devi Mandir, Uttarakhand: ୧୦ ମଇ  ୨୦୨୪ ତଥା ପବିତ୍ର ଅକ୍ଷୟ ତୃତୀୟ ଦିନଠାରୁ ଆରମ୍ଭ ହୋଇଛି ୪ ଧାମ ଯାତ୍ରା । ବାବା କେଦାରନାଥ, ଯମୁନତ୍ରୀ ଏବଂ ଗଙ୍ଗୋତ୍ରୀଙ୍କ ଦ୍ୱାର ଖୋଲିବାର ଦୁଇ ଦିନ ପରେ ଅର୍ଥାତ୍ ୧୨ ମଇରେ ବଦ୍ରିନାଥଙ୍କ ଦ୍ୱାର ମଧ୍ୟ ଖୋଲା ଯାଇଥିଲା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବହୁ ସଂଖ୍ୟକ ଶ୍ରଦ୍ଧାଲୁ ୪ ଧାମ ଯାତ୍ରା ପାଇଁ ଉତ୍ତରାଖଣ୍ଡରେ ପହଞ୍ଚୁଥିବା ଦେଖିବାକୁ ମିଳିଛି ।


COMMERCIAL BREAK
SCROLL TO CONTINUE READING

ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହା ଖୁବ ସ୍ୱତନ୍ତ୍ର । ଏକଥା ମଧ୍ୟ କୁହାଯାଏ ଯେ, ଯଦି ଆପଣ ଚାରିଧାମ ଯାତ୍ରା କରିବା ସମୟରେ ଏହି ମନ୍ଦିରରେ ମାଆଙ୍କ ଦର୍ଶନ ନକରନ୍ତି ତେବେ ଆପଣଙ୍କୁ ତୀର୍ଥର ସମ୍ପୂର୍ଣ୍ଣ ଫଳାଫଳ ମିଳିବ ନାହିଁ ।


ମାଆ ସିଦ୍ଧାର୍ଥ ଧାରୀ ଦେବୀଙ୍କ ମନ୍ଦିର ଉତ୍ତରାଖଣ୍ଡ ଗରୱାଲ ଅଞ୍ଚଳର ରୁଦ୍ରପ୍ରୟାଗ ଏବଂ ଶ୍ରୀନଗର ମଧ୍ୟରେ ଥିବା ଅଳକାନନ୍ଦ ନଦୀ ମଧ୍ୟରେ ଉପସ୍ଥିତ । ମନ୍ଦିରର ଚତୁଃପାର୍ଶ୍ୱରେ ଜଳ ରହିଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ ଧାରୀ ଦେବୀଙ୍କ ମନ୍ଦିର ମଧ୍ୟ ଚାରିଧାମ ଯାତ୍ରା ସମୟରେ ପରିଦର୍ଶନ କରିବା ଉଚିତ । କାରଣ ଏହା ବିନା ତୀର୍ଥଯାତ୍ରା ଫଳପ୍ରଦ ହୁଏନାହିଁ ବୋଲି କୁହାଯାଏ ।


ଦିନକୁ ୩ଥର ରୂପ ବଦଳାନ୍ତି ମାଆ
ଅଳକାନନ୍ଦ ନଦୀ ମଧ୍ୟରେ ପୂଜା ପାଉଥିବା ମାଆ ଧାରୀ ଦେବୀଙ୍କ ପ୍ରତିମୂର୍ତ୍ତିକୁ ନେଇ ଏକ ଲୋକପ୍ରିୟ ବିଶ୍ୱାସ ରହିଛି। କୁହାଯାଏ ଯେ, ଏଠାରେ ପୂଜା ପାଉଥିବା ଦେବୀ ଦେବୀଙ୍କ ପ୍ରତିମା ଦିନକୁ ତିନିଥର ନିଜର ରୂପ ବଦଳାଇଥାଏ। ମାଆଙ୍କ ପ୍ରତିମା ସକାଳ ସମୟରେ ଝିଅ, ଅପରାହ୍ନରେ ଯୁବତୀ ଏବଂ ସନ୍ଧ୍ୟା ସମୟରେ ଜଣେ ବୃଦ୍ଧ ସ୍ତ୍ରୀର ରୂପ ଧାରଣ କରିଥାଏ । ଏପରି ରୂପ ବଦଳାଇବା କାରଣରୁ ମାଆଙ୍କର ନାମ ଧାରୀ ଦେବୀ ହୋଇଥିବା ମଧ୍ୟ କିଛି ଶ୍ରଦ୍ଧାଳୁ କହିଛନ୍ତି ।


୨୦୧୩ ମସିହା ଜୁନ୍ ୧୬ ତାରିଖରେ କେଦାରନାଥରେ ବନ୍ୟା ପରିସ୍ଥିତି ଉପୁଜିଥିଲା । କୁହାଯାଉଛି ଯେ, ଅଳକାନନ୍ଦ ନଦୀରେ ସେହି ସମୟରେ ଜଳ ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟ ଚାଲିଥିଲା । ଏହି କାରଣରୁ ମନ୍ଦିର ପାଣିରେ ବୁଡ଼ିବାକୁ ଯାଉଥିଲା। ସେ ସମୟରେ ଧାରୀ ଦେବୀଙ୍କ ପ୍ରତିମାକୁ ମନ୍ଦିରରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ମୂର୍ତ୍ତିଟି ପ୍ରକୃତ ସ୍ଥାନରୁ ହଟାଯିବାର କିଛି ସମୟ ପରେ ପ୍ରବଳ ପବନ ସହିତ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ଏହା ପରେ କେଦାରନାଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଶ୍ରଦ୍ଧାଳୁମାନେ କେଦାରନାଥରେ ହୋଇଥିବା ବିପର୍ଯ୍ୟୟକୁ ଧାରୀ ଦେବୀଙ୍କ କ୍ରୋଧ ବୋଲି ବିବେଚନା କରିଥିଲେ । ଏହାର କିଛି ଦିନ ପରେ ଧାରୀ ଦେବୀଙ୍କ ମନ୍ଦିର ନିର୍ମାଣ ହୋଇଥିଲା । ଯେଉଁଠାରେ ମାଆ ପୂର୍ବରୁ ପୂଜା ପାଉଥିଲେ ସେହି ସ୍ଥାନରେ ପୁଣିଥରେ ମାଆଙ୍କ ପ୍ରତୀମାକୁ ପୁଣିଥରେ ସ୍ଥାପନା କରାଯାଇଥିଲା । ସେହି ଦିନଠାରୁ ଭକ୍ତମାନେ ମାଆଙ୍କୁ ପୂଜା କରିବାକୁ ନଦୀ ଗର୍ଭକୁ ଯାଉଛନ୍ତି । ୪ ଧାମ ଯାତ୍ରା କରୁଥିବା ତୀର୍ଥଯାତ୍ରୀମାନେ ମଧ୍ୟ ଏହି ସ୍ଥାନକୁ ଆସି ମାଆଙ୍କ ଆଶୀର୍ବାଦ ନେଇଥାନ୍ତି ।


Also Read- Shukra Grah Gochar 2024: ମେ ୧୯ରେ କାହା ଭାଗ୍ୟରେ ଲାଗିବ ଲଟେରୀ? ଜାଣନ୍ତୁ ରାଶିଫଳ


Also Read- Rahu Gochar 2024: ମେ ୨୩ରୁ ରାହୁ ହୋଇଯିବେ ବାହୁବଳୀ, ୩ ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ