Odisha Crime News in Odia: ରାତିରେ ଭିଡ଼ିଓ (video) କରି କହିଲେ ଜୀବନ ପ୍ରତି ବିପଦ ଅଛି । ଆଉ ସକାଳୁ ମିଳିଲା ମୃତଦେହ (DeadBody )। କେମେତି ହେଲା ବଡି ବିଲଡରଙ୍କ ମୃତ୍ୟୁ? ମୃତ ଯୁବକ ହେଉଛନ୍ତି ରଶ୍ମି ରଂଜନ ବିଶ୍ଵାଳ । ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛି । ମୃତ୍ୟୁ ପୂର୍ବର ଶେଷ ଭିଡିଓ ବଢ଼ାଉଛି ରହସ୍ୟ । ତାଙ୍କ ଜୀବନ ପ୍ରତି ବିପଦ ଥିବା ଇନଷ୍ଟାଗ୍ରାମରେ ଭିଡିଓ କରି ମୃତ୍ୟୁ ପୂର୍ବରୁ କହିଥିଲେ ବଡି ବିଲଡ଼ର । ତାଙ୍କ ନିଜ ବାପା ସତ୍ୟ ନାରାୟଣ ବିଶ୍ୱାଳ ଓ ବଡ଼ ଭାଇ ସ୍ମୃତି ରଞ୍ଜନ ବିଶ୍ୱାଳ ଏବଂ ଜଣେ ଘରୋଇ ବ୍ୟାଙ୍କ ଅଧିକାରୀ ତାଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି ବୋଲି ଭିଡିଓରେ ବଡି ବିଲଡର କହିଛନ୍ତି । ଏଭଳି କିଛି ମୋବାଇଲ୍ ସାମ୍ନାରେ କହିବା ପରେ ବାଲିପାଟଣା ଥାନା ଭାକରସାହି ଗାଁ ବିଶ୍ଵାଳ ସାହିର ରଶ୍ମି ରଂଜନ ବିଶ୍ଵାଳଙ୍କର ମୃତ୍ୟୁ ହୋଇଛି । ରାତିରେ ଏହି ଭିଡିଓ କରି କହିଥିଲେ ଆଉ ସକାଳୁ ତାଙ୍କର ମୃତ୍ଯୁ ହୋଇସାରିଥିଲା।


COMMERCIAL BREAK
SCROLL TO CONTINUE READING

ରଶ୍ମି ରଂଜନ ବେକରେ ଗାମୁଛା ଲଗାଇ ଶୁକ୍ରବାର ସକାଳେ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି । ମାତ୍ର ତାଙ୍କ ମୃତଦେହକୁ ପରିବାର ଲୋକ ତରବରିଆ ଭାବେ ପୋଡ଼ି ଦେଇଛନ୍ତି। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଯଦି ରଶ୍ମି ରଂଜନ ଆତ୍ମହତ୍ୟା କରିଛନ୍ତି ତେବେ ପରିବାର ସଦସ୍ୟ ପୋଲିସକୁ କାହିଁକି ସୂଚନା ଦେଇ ନଥିଲେ। ପୋଲିସ ଏହା ଜାଣିବା ପରେ ଚୁପ୍ ହୋଇ ବସି ରହିଛି କାହିଁକି? ରଶ୍ମି ରଂଜନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି? କେଉଁ କାରଣରୁ ତାଙ୍କୁ ତାଙ୍କ ପରିବାର ସଦସ୍ୟ ମାରିବାକୁ ଚେଷ୍ଟା କରିଥିଲେ? ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବାଲିପାଟଣା ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଏବେ ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ କରିଛି।



Also Read : Kalia Scheme: ଉତ୍କଳ ଦିବସରେ ଚାଷୀଙ୍କୁ ଭେଟି, ଆଜି ଆକାଉଣ୍ଟକୁ ଗଲା କାଳିଆ ଟଙ୍କା


Also Read : Mo Bus: ଆଜିଠୁ ଆଉ ୬ଟି ନୂଆ ରୁଟରେ ଗଡ଼ିଲା ମୋ ବସ୍


ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ପୁରୀରେ । ପ୍ରେମିକାକୁ ଭିଡିଓ କଲ୍ କରି ପ୍ରେମିକ କଲେ ଆତ୍ମହତ୍ୟା । ପ୍ରେମିକର ଆତ୍ମହତ୍ୟାକୁ ଲାଇଭ ଦେଖିଲେ ପ୍ରେମିକା ।  ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ଚନ୍ଦନ ବଜାରରେ । ବଜାରରେ ଥିବା ଏକ ଲୁଗା ଦୋକାନର ଜଣେ କର୍ମଚାରୀ ଦୋକାନ ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ହେଲେ ଜଗତସିଂହପୁର ଜିଲ୍ଲା କେନ୍ଦାଳ ଗାଁର ପ୍ରତେୟ ଜେନା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । କାକଟପୁର ପୋଲିସ ଓ ପୁରୀ ସାଇଣ୍ଟିଫିକ୍ ଟିମ୍ ସହ ଆଡସନାଲ ଏସପି ଘଟଣାସ୍ଥଳ ପହଞ୍ଚିଛନ୍ତି । ପ୍ରେମ ବ୍ୟାପାରରୁ ପ୍ରତେୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆତ୍ମହତ୍ୟା ବେଳେ ପ୍ରତେୟ କରିଥିବା ଭିଡିଓ କଲର କେତୋଟି ସ୍କ୍ରିନ ସଟ୍ ଭାଇରାଲ ହେବାରେ ଲାଗିଛି । 


ଦିନକୁ ଦିନ ଆମ ସମାଜରେ ଆତ୍ମହତ୍ୟା (Suicide) ବଢିବାରେ ଲାଗିଛି । ବିଶେଷକରି ଯୁବପିଢି (youth)ଏଥିରେ ଶିକାର ହେଉଛନ୍ତି । ନଜ ଘର ଛାଡି କ୍ୟାରିୟର କରିବାକୁ ବାହାରକୁ ଆସିଥିବା ଯୁବକ, ଯୁବତୀମାନେ ପ୍ରେମରେ ପଡୁଛନ୍ତି । ପରେ ସମ୍ପର୍କରେ ତିକ୍ତତାକୁ ନେଇ ପରିବାରକୁ ଭୁଲି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି । ଗତ ୫ ବର୍ଷର ତଥ୍ୟ ଉପରେ ନଜର ପକାଇଲେ ଓଡ଼ିଶାରେ ଆତ୍ମହତ୍ୟା ଘଟଣା ବଢୁଥିବା ରାଜଧାନୀ ଭୁବନେଶ୍ୱରରେ ଏହା ଅଧିକ ଦେଖିବାକୁ ମିଳିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି ଯୁବପିଢି । ପ୍ରେମରେ ବିଫଳତାରୁ ନେଇ ପାଠପଢା, କାମ ଚାପ, ପରିବାରରେ ଅଶାନ୍ତି ଆଦି କାରଣ ପାଇଁ ଧୈଯ୍ୟହରା ହୋଇ ଏହି ଆତ୍ମହତ୍ୟା କରିବସୁଛନ୍ତି । 


Also Read : Bus Fire: ଉତ୍କଳ ଦିବସରେ ଅଘଟଣ, ଯାତ୍ରୀବାହୀ ବସ୍ ଜାଳିଲେ ନକ୍ସଲ