ଭାରତର ସୁଇଜରଲାଣ୍ଡ୍, ଯାହାକୁ ଛୁଅନ୍ତି ୪ ରାଜ୍ୟର ସୀମା
ଭାରତର ଭୂଗୋଳ ବାବଦରେ ଯଦି ଆଲୋଚନା କରିବା ତେବେ ଅନେକ ରୋଚକ ତଥ୍ଯ ସାମ୍ନାକୁ ଆସେ । ଭାରତ ଏଭଳି ଏକ ଦେଶ ଯେଉଁଠି ମରୁଭୂମୀଠାରୁ ବରଫାବୃତ ଅଂଚଳ ରହିଛି । ସ୍କୁଲରେ ପଢିଲା ବେଳେ ଆମେ ଏଭଳି ରାଜ୍ୟ.
ଭାରତର ଭୂଗୋଳ ବାବଦରେ ଯଦି ଆଲୋଚନା କରିବା ତେବେ ଅନେକ ରୋଚକ ତଥ୍ଯ ସାମ୍ନାକୁ ଆସେ । ଭାରତ ଏଭଳି ଏକ ଦେଶ ଯେଉଁଠି ମରୁଭୂମୀଠାରୁ ବରଫାବୃତ ଅଂଚଳ ରହିଛି । ସ୍କୁଲରେ ପଢିଲା ବେଳେ ଆମେ ଏଭଳି ରାଜ୍ୟ. ବାବଦରେ ପଢିଥାଉ ଯାହାର ସୀମା ଏକରୁ ଅଧିକ ରାଜ୍ୟଙ୍କ ସହିତ ମିଶିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟିଏ ଜିଲ୍ଲା ବାବଦରେ କହିବୁ ଯାହାର ସୀମା ୪ ରାଜ୍ୟକୁ ଛୁଇଁଛି । ଆଉ ଯାହାକୁ ଭାରତର ସୁଇଜରଲାଣ୍ଡ୍ ବୋଲି ମଧ୍ଯ କୁହାଯାଏ । ଏହି ଜିଲ୍ଲାକୁ ଏଭଳି ନାମ ଦେଇଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁ ।
ଭାରତର ସୁଇଜରଲାଣ୍ଡ
୪ ରାଜ୍ୟର ସୀମାକୁ ଛୁଇଁଥିବା ଜିଲ୍ଲାର ନାମ ହେଉଛି ସୋନଭଦ୍ର । ଏହି ଜିଲ୍ଲା ଉତ୍ତରପ୍ରଦେଶରେ ରହିଛି । ଏହାର ସୀମା ମଧ୍ୟପ୍ରଦେଶ,ଛତିସଗଡ଼,ବିହାର ଓ ଝାଡଖଣ୍ଡକୁ ଛୁଇଁଛି । ବିନ୍ଧ୍ଯ ଓ କୈମୁର ପାର୍ବତ୍ୟାଂଚଳରେ ସ୍ଥିତ ଏହି ଜିଲ୍ଲା ଖଣିଜ ସମ୍ପଦରେ ସମୃଦ୍ଧ । ଏହା ଉତ୍ତରପ୍ରଦେଶର ଦ୍ୱିତୀୟ ବୃହତ୍ତମ ଜିଲ୍ଲା । ସୋନଭଦ୍ରର ଜନସଂଖ୍ଯା ୧୫ ଲକ୍ଷ । ୧୫ ଲକ୍ଷର ଜନସଂଖ୍ଯା ସହ ଏହା ହେଉଛି ଉତ୍ତରପ୍ରଦେଶରର ସବୁଠାରୁ କମ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲା । ପ୍ରତି ବର୍ଗକିଲୋମିଟରରେ ଜନସଂଖ୍ୟା ହେଉଛି ୧୯୮ । ସୋନ ନଦୀ କାରଣରୁ ଏହାର ନାମ ସୋନଭଦ୍ର ହୋଇଛି ।
ନେହେରୁଙ୍କ ସୁଇଜରଲାଣ୍ଡ୍ ଅଫ୍ ଇଣ୍ଡିଆ
ସୋନଭଦ୍ର ବିନ୍ଧ୍ୟ ଓ କୈମୁର ପାର୍ବତ୍ୟାଂଚଳ ମଧ୍ଯରେ ସ୍ଥିତ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିଥାଏ । ୧୯୫୪ ମସିହାରେ ଏକ ସିମେଣ୍ଟ କାରଖାନାର ଉଦଘାଟନ କରିବାକୁ ଆସି ଜୱାହରଲାଲ ନେହେରୁ ଏହାର ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇଥିଲେ । ସେ ଏହାକୁ ଭାରତର ସୁଇଜରଲାଣ୍ଡ୍ ବୋଲି କହିଥିଲେ । ସୋନଭଦ୍ରକୁ ମଧ୍ଯ ଭାରତର ଶକ୍ତି ରାଜଧାନୀ ବୋଲି କୁହାଯାଏ । କାରଣ ଏହି ଜିଲ୍ଲାରେ ସର୍ବାଧିକ ପାୱାର ପ୍ଲାଣ୍ଟ ରହିଛି ।
ସୋନଭଦ୍ରକୁ କେମିତି ଯିବେ ?
ସୋନଭଦ୍ର ସଡ଼କ ମାର୍ଗରେ ଲକ୍ଷ୍ନୌ,ଆହ୍ଲାବାଦ,ବାରଣାସୀ,ମିର୍ଜାପୁର ସହିତ ଯୋଡ଼ି ହୋଇଛି । ବାରଣାସୀରୁ ସୋନଭଦ୍ରକୁ ୨୪ ଘଣ୍ଟା ବସ ଚାଲିଥାଏ ।