T20 World Cup:  ନୂଆଦିଲ୍ଲୀ: ଚଳିତ ଟି ୨୦ ବିଶ୍ୱକପ (T20 World Cup) ସେମିଫାଇନାଲରୁ (Semifinal) ପାକିସ୍ତାନ (Pakistan) ଏକ ପ୍ରକାର ବିଦା ହୋଇ ସାରିଛି। ଏଥିପାଇଁ ଦଳର ବ୍ୟାଟସମ୍ୟାନଙ୍କ (Pakistan Batsman) ପ୍ରଦର୍ଶନକୁ ମୁଖ୍ୟତଃ ଦାୟୀ କରାଯାଉଛି। ମିଡ଼ିଲ ଅର୍ଡର (Middile Order Batsman) ବିଫଳତା ପାଇଁ ଦଳ ସେମି ରେସରୁ (Semifinal Race) ବାଦ ପଡ଼ିଛି। ଦଳର ଓପନିଂ ଯୋଡ଼ି ସେଭଳି କୌଣସି ଆଖି ଦୃଶିଆ ସ୍କୋର କରିପାରି ନାହାନ୍ତି। ତେବେ ସୁପର୧୨ର (Super 12) ତିନୋଟି ମ୍ୟାଚରେ ଏହି ଯୋଡ଼ି ପୁରା ଫ୍ଲପ (Oppener) ହୋଇଛନ୍ତି। ରିଜଓ୍ୱାନ (Rizwan) ନେଦରଳ୍ୟାଣ୍ଡ (Netherland) ବିପକ୍ଷ ମ୍ୟାଚରେ ୪୯ରନ ଇନିଂସ ଖେଳିଥିଲେ। କିନ୍ତୁ ବାବର ଆଜମ (Babar Azam) ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି। ପୁରା ସିରିଜରେ ବର୍ତ୍ତମାନ ପର୍ଯ୍ୟନ୍ତ ବାବର ଆଜମ ଫ୍ଲପ ସାବ୍ୟସ ହୋଇଚନ୍ତି। 


COMMERCIAL BREAK
SCROLL TO CONTINUE READING

ବାବାର ଆଜମ ବିଗତ ତିନୋଟି ମ୍ୟାଚରେ ୮ର କରିଛନ୍ତି। ଟିମ ଇଣ୍ଡିଆ ବିପକ୍ଷରେ ଖାତା ଖୋଲିବାରେ ବିଫଳ ହୋଇଥିଲେ ବାବର ଆଜମ। ଜିମ୍ବାଓ୍ୱେ ବିପକ୍ଷରେ ସେ ମୋଟ ୪ ରନ କରିଥିଲେ। ନେଦରଲ୍ୟାଣ୍ଡ ବିପକ୍ଷରେ ମଧ୍ୟ ବିଫଳ ହୋଇଥିଲେ ବାବର। ମାତ୍ର ୪ ରନ କରି ଆଉଟ ହୋଇଥିଲେ। ତାଙ୍କର ଏଭଳି ନୈରାଶ୍ୟ ଜନକ ପ୍ରଦର୍ଶନ ପାଇଁ ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ତାଙ୍କୁ ଗୁରୁତ୍ତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। 


ଗମ୍ଭୀର କହିଛନ୍ତି ପାକିସ୍ତାନ-ନେଦରଲ୍ୟାଣ୍ଡ ମ୍ୟାଚ ସମୟରେ କହିଥିଲେ କି ମୋ ମତରେ ସର୍ବପ୍ରଥମେ ଆପଣ ଟିମ କଥା ଚିନ୍ତା କରିବାର ଆବଶ୍ୟକ ରହିଛି। ନିଜ ଅପେକ୍ଷା ଦଳର ପ୍ରଦର୍ଶନ ପାଇଁ ଉପରେ ଅଧିକ ଧ୍ୟାନ ଦେବାକୁ ସେ କହିଛନ୍ତି।   ଯଦି ତୁମର ଯୋଜନା ଅନୁଯାୟୀ କିଛି ଯାଉନାହିଁ ତେବେ ତୁମେ ଫାକର ଜମାନକୁ ବ୍ୟାଟିଂରେ ପଠାଇବା ଉଚିତ୍। ଜଣେ ଅଧିନାୟକ ସ୍ୱାର୍ଥପର ହେବା ଅତ୍ୟନ୍ତ ସହଜ। କିନ୍ତୁ ଯଦି ଆପଣ ଜଣେ ଭଲ ନେତା ହେବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କୁ ନିଜ ଦଳ ବିଷୟରେ ଚିନ୍ତା କରିବାକୁ ପଡିବ।


ପାକ୍ ଦଳ ପାଇଁ ଫାରଖ ଜମାଁ ଓପନିଂ କରି ସାରିଛନ୍ତି। ସେ ଓପନର୍ ଭାବରେ ମଧ୍ୟ ଏକ ଭଲ ସଫଳତା ପାଇଛନ୍ତି। ଯଦି ସେ ମହମ୍ମଦ ରିଜୱାନଙ୍କ ସହ ପାଳି ଆରମ୍ଭ କରନ୍ତି, ତେବେ ପାକିସ୍ତାନ ଦଳ ମଧ୍ୟ ଏକ ବାମହାତୀ-ଡାହାଣହାତୀ ବ୍ୟାଟସମ୍ୟାନଙ୍କ ଏକ ସନ୍ତୁଳନ ରହିବ ଯାହା ବିରୋଧୀ ଦଳ ପାଇଁ ପାୱାର ପ୍ଲେରେ ସମସ୍ୟା ସୃଷ୍ଟି କରିପାରେ।


ଟି-୨୦ ବିଶ୍ୱକପ ୨୦୨୨ରେ ପାକିସ୍ତାନ ସମ୍ପୂର୍ଣ୍ଣ ରଙ୍ଗହୀନ ଦେଖାଯାଉଥିଲା। ଭାରତୀୟ ଦଳକୁ ପ୍ରଥମ ମ୍ୟାଚ୍ ହରାଇବା ପରେ ପାକିସ୍ତାନ ଦଳକୁ ଜିମ୍ବାୱେ ବିପକ୍ଷରେ ବ୍ୟାକସଲର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ପରେ ପାକିସ୍ତାନ ବ୍ୟାଟିଂ ମଧ୍ୟ ନେଦରଲ୍ୟାଣ୍ଡ ବିପକ୍ଷରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ପାକିସ୍ତାନ ଦଳ ସେମିଫାଇନାଲ ଦୌଡ଼ରୁ ବାଦ ପଡିବାକୁ ଯାଉଛି। ଆଗାମୀ ଦିନରେ, କେବଳ କିଛି ବଡ ଅପ୍ସେଟ୍ ତାଙ୍କୁ ସେମିଫାଇନାଲରେ ପ୍ରବେଶ କରିପାରିବ।