Parrot Owner Fined For Injuries Doctor: ଅନେକ ଲୋକ ନିଜ ଘରେ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ପାଳନ କରିଥାନ୍ତି। ହେଲ ବେଳେ ବେଳେ ସେହି ଗୃହପାଳିତ ପଶୁ ପକ୍ଷୀଙ୍କ ଦ୍ୱାରା କରା ଯାଉଥିବା ସେମାନଙ୍କ ମାଲିକଙ୍କ ଭାରୀ ପଡ଼ି ଯାଇଥାଏ। ଘରେ ଶୁଆ ପାଳିବା ସାଧାରଣ କଥା। ଆପଣ ଅନେକ ଲୋକଙ୍କୁ ଦେଖିବାକୁ ପାଇବେ ଯେଉଁମାନେ ଘରେ ଶୁଆ ପାଳନ କରିଥିବେ। କାରଣ ଶୁଆକୁ ଘରେ ରଖିବା ବହୁତ ଶସ୍ତା ଏବଂ ସହଜ।


COMMERCIAL BREAK
SCROLL TO CONTINUE READING

ହେଲେ ତାଇୱାନ ଭଳି ଦେଶରେ ଶୁଆ ଦ୍ୱାରା କରାଯାଇଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶୁଆ ପାଇଁ ମାଲିକଙ୍କ ଉପରେ ୭୪ ଲକ୍ଷ ଟଙ୍କାର ଜରିମାନା ଲାଗିବା ସହ ୨ ମାସର ଜେଲଦଣ୍ଡ ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗୋଟିଏ ପୋଷା ଶୁଆ ଜଣେ ଡାକ୍ତରଙ୍କୁ ଆଘାତ ପହଞ୍ଚାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ ଶୁଆ ମାଲିକଙ୍କ ଉପରେ ପ୍ରାୟ ୭୪ ଲକ୍ଷ ଟଙ୍କା ଜୋରିମାନା ଲଗାଇବା ସହ ୨ ମାସର ଜେଲ ଦଣ୍ଡ ମଧ୍ୟ ଶୁଣାଇଛି।


ତାଇୱାନ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ଏକ ଶୁଆ ହଠାତ୍ ଡାକ୍ତର ଲିନଙ୍କ ଉପରେ ଆକ୍ରମଣ କରିଥିଲା। ଯାହା ଫଳରେ ଡାକ୍ତର ତଳେ ପଡ଼ି ଯାଇଥିଲେ। ତଳେ ପଡ଼ିଯିବା କାରଣରୁ ଶରୀରର ବିଭିନ୍ନ ହାଡ ଭାଙ୍ଗି ଯାଇଥିଲା। କୋର୍ଟ ଏହି ମାମଲାର ଶୁଣାଣି ସମୟ କରିବା ସମୟରେ ଡାକ୍ତର ଲିନ କହିଛନ୍ତି ଯେ ଘଟଣା ଘଟିବା ଦିନ ସେ ଜଗିଂ କରୁଥିଲେ। ଏହି ସମୟରେ ସେହି ବ୍ୟକ୍ତି ଜଣକ ତାଙ୍କ ପାଖକୁ ଶୁଆ ସହ ଆସିଥିଲେ। ହେଲେ ସେହି ଶୁଆ ହଠାତ୍ ତାଙ୍କ ଉପରେ ଆକ୍ରମଣ କରିଥିଲା। ଯାହା ଫଳରେ ସେ ତଳେ ପଡ଼ିଯାଇ ଆହତ ହୋଇଥିଲେ। ଆର୍ଥିକ କ୍ଷତି ପାଇଁ କ୍ଷତିପୂରଣ ଦାବି କରି ଡାକ୍ତର ଲିନ ଶୁଆ ମାଲିକ ହୁଆଙ୍ଗଙ୍କ ବିରୋଧରେ ଅଦାଲତରେ ମାମଲା ଦାଏର କରିଥିଲେ।


ପୀଡିତା ଡାକ୍ତର ଜଣଙ୍କ ଅଦାଲତରେ ନିଜର ପକ୍ଷ ରଖିବା ବେଳେ କହିଛନ୍ତି ଯେ ସେ ଆହତ ହେବା ପରେ ଡାକ୍ତରଖାନାରେ ଏକ ସପ୍ତାହ ବିତାଇଥିଲେ। ଏହା ପରେ ତିନି ମାସ ଲାଗି ତାଙ୍କ ପାଇଁ ସ୍ୱତନ୍ତ୍ର ଯତ୍ନ ଆବଶ୍ୟକତା ରହିଥିଲା।  ଆହତ ହେବା ତାଙ୍କର ହୋଇଥିବା ଚିକିତ୍ସା କାରଣରୁ ସେ ପ୍ରାୟ ୬ ମାସ କାମ କରିବାରେ ଅସମର୍ଥ ହୋଇଥିଲେ। ଡାକ୍ତର ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ ସେ ଜଣେ ପ୍ଲାଷ୍ଟିକ୍ ସର୍ଜନ ଏବଂ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଦୀର୍ଘ ସମୟ ଧରି ଛିଡ଼ା ହେବାକୁ ପଡିଥାଏ। ଆଘାତ କାରଣରୁ ସେ ଏହି କାମ କରିବାକୁ ସକ୍ଷମ ନୁହଁନ୍ତି। ଏଭଳି ପରିସ୍ଥିତିରେ ସେ ଏକ ବଡ ଧରଣର ଆର୍ଥିକ କ୍ଷତି ସହିଛନ୍ତି।


ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ତାଇୱାନ ଜିଲ୍ଲା କୋର୍ଟ ବିଚାରପତି ନିଷ୍ପତ୍ତି ନେଇଛନ୍ତି ଯେ ଶୁଆ ମାଲିକ ହୁଆଙ୍ଗଙ୍କ ଅବହେଳା ଯୋଗୁଁ ଡକ୍ଟର ଲିନ ତଳେ ପଡ଼ିଯାଇ ଆହତ ହୋଇଥିଲେ। ଏହି ଘଟଣା ପରେ ଶୁଆ ମାଲିକଙ୍କ ଉପରେ ୭୪ ଲକ୍ଷ ଟଙ୍କାର ଜରିମାନା ଲଗାଯିବା ଦେବା ସହିତ ଜଜ୍ ତାଙ୍କୁ ୨ ମାସର ଜେଲ ଦଣ୍ଡ ମଧ୍ୟ ଶୁଣାଇଛନ୍ତି। ଅନ୍ୟପଟେ ଶୁଆ ମାଲିକ ହୁଆଙ୍ଗ କହିଛନ୍ତି ଯେ ସେ କୋର୍ଟ ନିଷ୍ପତ୍ତିକୁ ଗ୍ରହଣ କରୁଛନ୍ତି। ହେଲେ ବର୍ତ୍ତମାନ ସେ ଏହି ମାମଲାରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବାକୁ ଯୋଜନା କରିଛନ୍ତି।