Madurai Train Fire: ତାମିଲନାଡୁ ମଦୁରାଇ ରେଳ ଷ୍ଟେସନରେ (Madurai Train Fire) ନିକଟରେ ଏକ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ତ ଘଟିଛି ।  ପୁନାଲୁର- ମଦୁରାଇ ଏକ୍କପ୍ରେସରେ ନିଆଁ ଲାଗି ୧୦ ଯାତ୍ରୀଙ୍କ ( 10 dead) ଜୀବନ ଯାଇଥିବା ବେଳେ ୨୦ ରୁ (20 injured) ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତୀ କରାଯାଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ, କିଛି ଯାତ୍ରୀମାନେ ଟ୍ରେନରେ ଗ୍ୟାସ ସିଲିଣ୍ତର ନେଇ ଟ୍ରେନରେ ଚଢିଥିଲେ। ସେହି ସିଲିଣ୍ତରଟି ବିସ୍ଫୋରଣ ହୋଇଥିଲା। ଫଳର ବଡ଼ ଧରଣର ଅଗ୍ନିକାଣ୍ତ ଘଟିଥିଲା । ଏଥିରେ, ୧୦ ଜଣ  ଯାତ୍ରୀ ଜୀବନ୍ତ ଜଳି ଯାଇଥିଲେ। ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଥିଲା।  ଲକ୍ଷ୍ନୌରୁ ରାମେଶ୍ବରମ ଯାଉଥିବା ବେଳେ ଏହି ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଥିବା ଜଣା ପଡ଼ିଛି । କୋଚରେ ଲାଗିଥିବା  ନିଆଁ ଏତେ ଭୟଙ୍କର ଥିଲା ଯେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ଲିଭାଇବା ପାଇଁ ବହୁ ସଂଘର୍ଷ କରିବାକୁ ପଡୁଥିଲା। ରେଳବାଇ ମୃତକଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛି। ଟ୍ରେନ ଅଗ୍ନିକାଣ୍ତରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । 


COMMERCIAL BREAK
SCROLL TO CONTINUE READING

 




କ'ଣ ଥିଲା ପୂରା ଘଟଣାକ୍ରମ?


ତାମିଲନାଡୁର ମଦୁରାଇ ରେଳ ଷ୍ଟେସନ ନିକଟ ଲକ୍ଷ୍ନୌରୁ ରାମେଶ୍ୱରମ ଅଭିମୁଖେ ଯାଉଥିବା ପୁନାଲୁର- ମଦୁରାଇ ଏକ୍କପ୍ରେସର ବଗିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଟ୍ରେନରେ ଯାତ୍ରା କରୁଥିବା କିଛି ଯାତ୍ରୀ ବେଆଇନ ଭାବେ ସିଲିଣ୍ତର ଧରି ଟ୍ରେନରେ ଚଢିଥିଲେ। ଏବଂ ଟ୍ରେନରେ କଫି ପ୍ରସ୍ତୁତ କରିବା ସମୟରେ ବିସ୍ଫୋରଣ ହୋଇଥିଲା। ଫଳରେ ଗୋଟିଏ ବଗି ଜଳି ଥିଲା।  ଫଳରେ ୧୦ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ, ସମସ୍ତ ମୃତକ ୟୁପିର ହୋଇଥିବା ଜଣାପଡିଛି।  ଏହି ବଗିରେ ୬୩ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଦକ୍ଷିଣ ରେଳବାଇ କହିଛି ଯେ, ଶନିବାର ସକାଳ ୫ଟା୧୫ ରେ ଅଗ୍ନିକାଣ୍ଡ ଘଟିଛି ଏବଂ ଅଧ ଘଣ୍ଟା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ  କର୍ମଚାରୀମାନେ ସକାଳ ୭ଟା୧୫ ସୁଦ୍ଧା ନିଆଁକୁ ଆୟତ୍ତ କରିଛନ୍ତି।