Aisr India, ନୂଆଦିଲ୍ଲୀ: ବିମାନ ସେବା କ୍ଷେତ୍ରରେ ଏକ ବଡଧରଣର ସଂସ୍କାର ଆସିବାକୁ ଯାଉଛି। ଖୁବଶୀଘ୍ର ଟାଟା ଗ୍ରୁପର ଏୟାର ଇଣ୍ଡିଆ ଲିଃରେ ଚାରୋଟି ଏୟାର ଲାଇନ ବ୍ରାଣ୍ଡ ବିଲୟ ହେବ। ଏୟାର ଇଣ୍ଡିଆରେ Vistara, Air India Express ଓ Air Asia India ମିଶିଯିବ। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି। 


COMMERCIAL BREAK
SCROLL TO CONTINUE READING

ଭାରତର ଏକ ବୃହତ୍ତ ବିମାନ ସେବା ଯୋଗାଉଥିବା କମ୍ପାନୀ ହେଉଛି, ଭିସ୍ତାରା। ସିଙ୍ଗାପୁର ଏୟାର ଲାଇନ ଲିଃର ସହବନ୍ଧିତାରେ ଭିସ୍ତାରା, ଦକ୍ଷିଣ ଏସିଆ ରାଷ୍ଟ୍ରରେ ସେବା ଯୋଗାଉଛି। ଏଥିରେ Singapore Airlines ବଡ ପରିମାଣର ପୁଞ୍ଜି ନିବେଶ କରିଛି। ଟାଟା ଗ୍ରୁପରେ ସିଙ୍ଗାପୁର ଏୟାରଲାଇନ ବିଲୟ ହେବା ନେଇ ଚର୍ଚ୍ଚା ହେଉଛି। ତେବେ ଏହି ପ୍ରସଙ୍ଗରେ ଟାଟା ଗ୍ରୁପ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। କିନ୍ତୁ ଟାଟା ଓ ସିଙ୍ଗାପୁର ଏୟାର ଏସିଆ ସହ ଆଲୋଚନା ଚାଲୁଥିବା ସିଙ୍ଗାପୁର ଏୟାରଲାଇନ ସ୍ପଷ୍ଟ କରିଛି। ସିଙ୍ଗାପୁର ଏୟାରଲାଇନ ଇଣ୍ଡିଆ ବ୍ୟତୀତ Air India Express ଓ Air Asia Indiaକୁ ମଧ୍ୟ ଟାଟା ଗ୍ରୁପର ଏୟାର ଇଣ୍ଡିଆରେ ବିଲୟ କରାଯିବ। 


Also Read: Tiger Entered in Kuno Forest: ଭାରତ ଆସିବାର ଦୁଇ ମାସ ନ ପୁରୁଣୁ ବିପଦରେ ଚିତାଙ୍କ ଜୀବନ


Air India ବର୍ତ୍ତମାନ ଟାଟା ଗ୍ରୁପର ଅଧିନରେ ଅଛି। ପୂର୍ଣ୍ଣ ସେବା ଯୋଗାଇବା ପାଇଁ କମ୍ପାନୀ, ଅତିରିକ୍ତ ୩୦୦ଟି ପତଳା ବିମାନ ଅର୍ଡର କରିଛି। ଗତ ମାସରେ ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, କାମ୍ପବେଲ ୱିଲସନ କହିଥିଲେ ଯେ, ଗତ ପାଞ୍ଚ ବର୍ଷରେ କମ୍ପାନୀର ଯେଉଁ ୧୧୩ଟି ବିମାନ ଉଡୁଥିଲା ଏବେ ତାହାର ତିନିଗୁଣା ବିମାନ ଉଡିବ। ଏଥିରେ ଉଭୟ narrow ଓ wide-body aircraftକୁ ସାମିଲ କରାଯିବ। ଏଥି ପାଇଁ ପ୍ରାୟ ୫୦୦ କୋଟି ଡଲାର ଖର୍ଚ୍ଚ ହେଉଥିବା ବେଳେ ଅନୁନ୍ୟ ଶହେ କୋଟି ଡଲାର ଅର୍ଥ ଯୋଗାଡ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।


ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବରରେ ମୋଦି ସରକାର, ଏୟାର ଏସିଆର ନିଲାମ କରିଥିଲା। ପ୍ରାୟ ୨୪୦ କୋଟି ଡଲାରରେ ଟାଟା ଗ୍ରୁପ ଏହାକୁ ଅଧିଗ୍ରହଣ କରିଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହୋଇଥିବା ସବୁଠାରୁ ବଡ ଧରଣର ଘରୋଇକରଣ ଥିଲା। ତେବେ କମ୍ପାନୀ ବାରମ୍ବାର କ୍ଷତିରେ ଚାଲୁଥିବାରୁ ସରକାର ଏୟାର ଏସିଆକୁ ବିକ୍ରି କରିଥିବା କହିଥିଲେ। ଏବେ ଚର୍ଚ୍ଚା ହେଉଛି ଯେ, ୨୦୨୩ ଶେଷ ସୁଦ୍ଧା Air India, Vistara, Air India Express ଓ AirAsia Indiaକୁ ଟାଟା ଗ୍ରୁପ ଏକତ୍ର କରିବ ବୋଲି ଆଲୋଚନା ହେଉଛି।