Tata Nexon EV Fire: ଇଲେକ୍ଟ୍ରିକ୍ କାର ଭଳି ଗାଡ଼ିରେ ଅଗ୍ନିକାଣ୍ଡ ହେବା ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସୁଛି। ନିଆଁ ଲାଗିବା ଖବର ସାମ୍ନାକୁ ଆସିବା ପରେ ଏହାର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦେଶର ଜଣାଶୁଣା ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସ ଏହାର "ନିକ୍ସନ୍ ଇଭି ଟୁ" ଇଲେକ୍ଟ୍ରିକ୍ କାର ବଜାରରେ ଲଞ୍ଚ କରିସାରିଛି। କିଛି ଦିନ ପୂର୍ବରୁ ଟାଟା ପୁଞ୍ଚ୍ ଫାୟାର (Tata Punch Fire) ଏବଂ ଟାଟା ନିକ୍ସନ୍ ଇଭି (Tata Nexon EV) ଭଳି ଗାଡ଼ିରେ ନିଆଁ ଲାଗିଥିବାର ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ପୁଣି ଥରେ ଟାଟା ନିକ୍ସନ୍ ଗାଡ଼ିରେ ପୁଣି ଥରେ ଅଗ୍ନିକାଣ୍ଡ ହୋଇଥିବାର ଘଟଣା ସାମ୍ନାକୁ ଆସିଛି। ଯାହାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି। 


COMMERCIAL BREAK
SCROLL TO CONTINUE READING

ରିପୋର୍ଟ ଅନୁସାରେ ବୈଦ୍ୟୁତିକ ଯାନ (Electric Vehicles) ମାମଲାରେ ଦେଶରେ ସବୁଠାରୁ ଲୋକପ୍ରିୟ ଗାଡ଼ି ତାଲିକାରେ ଟାଟା ନିକ୍ସନ୍ ଇଭି ରହିଛି। ହେଲେ ଗତ ୧୬ ତାରିଖରେ ପୁଣେ ଠାରେ ଏହି ଗାଡ଼ିରେ ନିଆଁ ଲାଗିଯାଇଥିବାର ଖବର ଆସିଥିଲା। ଏହି କାରଣରୁ ଗାଡ଼ି ଭିତିରେ ରହିଥିବା ଲୋକଙ୍କୁ ବାହାରକୁ ବାହାର କରିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ଗାଡ଼ି ଭିତରେ ରହିଥିବା ଲୋକେ ବହୁତ କଷ୍ଟରେ ନିଜର ଜୀବନ ରକ୍ଷା କରିଥିଲେ।


ଭାଇରାଲ୍ ହେଲା ଅଗ୍ନିକାଣ୍ଡର ଭିଡ଼ିଓ
ଟାଟା ନିକ୍ସନ୍ ଇଭି ଗାଡ଼ିରେ ଅଗ୍ନିକାଣ୍ଡ ହେବାର ଭିଡ଼ିଓ ଇନଷ୍ଟାଗ୍ରାମ ଦ୍ୱାରା ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ନିକ୍ସନ୍ ଇଭି ବୋନେଟ୍ ଖୋଲା ରହିଛି। ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଲୋକେ ନିଆଁ ଲିଭାଉଛନ୍ତି। ଖବର ଅନୁଯାୟୀ, ଏହି ଘଟଣା ମହାରାଷ୍ଟ୍ର (Maharashtra) ପୁଣେ (Pune) ଠାରେ ଘଟିଥିବାର କୁହାଯାଉଛି।


 



ଏହା ଜାଣିବାକୁ ମିଳିଛି ଯେ ଏହି ନିକ୍ସନ୍ ଇଭି ହେଉଛି ଏକ୍ସଜେଡ୍ ପ୍ଲସ ମଡେଲ୍ କାର (Nexon EV XZ+ Model Car)। ଏହି ଗାଡ଼ି ପୁଣେ ଠାରେ ପଞ୍ଜୀକୃତ ହୋଇଛି। ଗତ ବର୍ଷ ଜୁଲାଇ ମାସରେ କାର ପଞ୍ଜୀକୃତ ହୋଇଥିଲା। ଏଭଳି ପରିସ୍ଥିତିରେ କାର ଏକ ବର୍ଷ ପୁରୁଣା ନୁହେଁ। ଏପରି ସ୍ଥିତିରେ ଗାଡ଼ିରେ ନିଆଁ ଲାଗିବାକୁ ନେଇ ପ୍ରଶ୍ନ ଉଠିଛି।


ପ୍ରତିକ୍ରିୟା ରଖିନାହିଁ ଟାଟା ମୋଟର୍ସ 
ଟାଟା ନିକ୍ସନ୍ ଇଭି ଭଳି ଗାଡ଼ିରେ କେଉଁ କାରଣରୁ ଅଗ୍ନିକାଣ୍ଡ ହୋଇଛି ବର୍ତ୍ତମାନ ପର୍ଯ୍ୟନ୍ତ ସେ ସମ୍ପର୍କରେ କିଛି ଜଣାପଡିନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟାଟା ମୋଟର୍ସ (Tata Motors) ଏହାର ସର୍ବୋତ୍ତମ ବିକ୍ରି ହେଉଥିବା ବୈଦ୍ୟୁତିକ କାର ଟାଟା ନିକ୍ସନ୍ ଇଭି ଗାଡ଼ିରେ ନିଆଁ ଲାଗିବା ଉପରେ କୌଣସି ପ୍ରତିକ୍ରିୟା ରଖିନାହିଁ।