ନୂଆଦିଲ୍ଲୀ( ଜୀ ଓଡ଼ିଶା): ଭାରତୀୟ ବଜାରରେ ଏକ ପ୍ରମୁଖ ଭୁଜିଆ ବ୍ରାଣ୍ଡ ତଥା ରେଷ୍ଟୁରାଣ୍ଟ ଶୃଙ୍ଖଳ ଭାବେ ପରିଚିତ ‘ହଲ୍‍ଦିରାମ୍‍ସ’ (Haldiram's) ବିକ୍ରି ହେବ। ଏ ଖବର ପୁଣିଥରେ ବଜାରରେ ହଲ୍‍ଚଲ ସୃଷ୍ଟି କରୁଛି। କେତେବେଳେ ଟାଟା ଏହାର ଅଂଶଧନ କିଣିବ ବୋଲି ଚର୍ଚ୍ଚା ହେଉଥିବାବେଳେ ଜେନେରାଲ୍‍ ଆଟ୍‍ଲାଣ୍ଟିକ୍‍ ମଧ୍ୟ କଥାବାର୍ତ୍ତାରେ ଥିବା ନ୍ୟୁଜ୍ ଏଜେନ୍ସୀ ରଏଟର ପ୍ରକାଶ କରିଛି। 


COMMERCIAL BREAK
SCROLL TO CONTINUE READING

ଏହି ଖବର ଅନୁସାରେ ଟାଟା ହଲ୍‍ଦିରାମ୍‍ସର ମାଲିକାନା ହାସଲ କଲାଭଳି ଶେୟାର (Share) କିଣିବାକୁ ଚାହୁଁଛି। ଅର୍ଥାତ୍‍ ଏହି ଅଂଶଧନ ୫୧ ପ୍ରତିଶତରୁ ଅଧିକ ହେବା ଦରକାର। ହେଲେ ହଲ୍‍ଦିରାମ୍ସ ଏହି ଡିଲ୍‍ ରେ ଅଧିକ ଲାଭ ଚାହୁଁଛି। ସେଥିଲାଗି ସମ୍ପତ୍ତିର ମୂଲ୍ୟାୟନ ୧୦୦୦ କୋଟି ଡଲାର ବୋଲି ଜଣାଇଛି। ଏହାକୁ କିନ୍ତୁ ଟାଟା (TATA) ସହଜରେ ଗ୍ରହଣ କରିପାରୁ ନାହିଁ। ଅପରପକ୍ଷେ ହଲ୍‍ଦିରାମ୍ସ ବଜାରରେ ଟାଟାର ବିକଳ୍ପ ଖୋଜୁଛି। ଏପରିକି ମାତ୍ର ୧୦ ପ୍ରତିଶତ ଅଂଶଧନ  ବିକ୍ରି କରିବାକୁ ଚାହୁଁଥିବା ଜଣାପଡ଼ିଛି। ସେଥିଲାଗି ମଧ୍ୟ ଜେନେରାଲ୍‍ ଆଟ୍‍ଲାଣ୍ଟିକ୍‍  ସହ କଥାବାର୍ତ୍ତା ଚାଲିଥିବା ସୂଚନା ମିଳିଛି। ହଲ୍‍ଦିରାମ୍‍ସ ଏକ ପାରିବାରିକ ବ୍ରାଣ୍ଡ ଭାବେ  ଜଣାଶୁଣା। ଏହି ବ୍ରାଣ୍ଡ ବିଭିନ୍ନ ପ୍ରକାର ଭୁଜିଆ ବଜାରରେ ବିକ୍ରି କରେ। ଏହା ସହ ୧୫୦ଟି ରେଷ୍ଟୁରାଣ୍ଟ ଦେଶରେ ଚଳାଏ।  ନିଜ ବ୍ୟବସାୟରେ ଅନ୍ୟ ବ୍ୟବସାୟୀଙ୍କୁ ଭର୍ତ୍ତି କରିବାର ଇଚ୍ଛା ହଲ୍‍ଦୀରାମ୍‍ସର ଆଜିକାର କଥା ନୁହେଁ। ୨୦୧୯ରା ମଧ୍‍ୟ ସମାନ ଚର୍ଚ୍ଚା ଶୁଣିବାକୁ ମିଳିଥିଳ। ସେତେବେଳେ କେଲଗ୍ସ ଏହି ଅଂଶଧନ କିଣିବା ଲାଗି ରାଜି ହୋଇଥିଲା। ହେଲା ଏହି ଡିଲ୍‍  ସଫଳ ହୋଇପାରି ନଥିଲା। 


ଯେହେତୁ ହଲ୍‍ଦୀରାମ୍ସର  ବଜାର ଅଂଶଧନ ପ୍ରାୟ ୧୩ ପ୍ରତିଶତ ଏବଂ ଏହା ଟାଟାର କନ୍‍ଜୁମର ବଜାରକୁ ଏକ ବିଶାଳ ବଜାରରେ ପରିଣତ କରିବାର ଶକ୍ତି ରଖିଛି ଏଣୁଟାଟା ଏହି ଅଂଶଧନ କିଣିବାକୁ ଅଧିକ ଆଗ୍ରହ ରହିଛି। ହେଲେ ମାଲିକାନା ଭଳି ଅଂଶଧନ ଆବଶ୍ୟକ ବୋଲି ଜଣାଇଥିଲେ ମଧ୍ୟ ହଲ୍‍ଦିରାମ୍‍ସ ଅଧିକ ମୂଲ୍ୟାଙ୍କନ କରିଥିବାରୁ  ଏହି ଡିଲ୍‍ ସମ୍ପୂର୍ଣ୍ଣ ହୋଇପାରିବ କି ନା ତାହା ନେଇ ଆଶଙ୍କା ସୃଷ୍ଟି ହୋଇଛି।  ହଲ୍‍ଦିରାମ୍‍ସକୁ ହାସଲ କଲେ ଟାଟା ରିଲାଏନ୍ସ ଭଳି ଉପଭୋକ୍ତା ବଜାରରେ ନିଜର ନାଁ ସ୍ଥାପନ କରିପାରିବ।


Also Read- କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର


Also Read- Brass City: ଭାରତର ପିତ୍ତଳ ସହର ବିଷୟରେ ଖାସ କଥା, ଆମେରିକା ୟୁରୋପକୁ ଯାଇଥାଏ ସାମଗ୍ରୀ