India vs West Indies 4th T20 Result: ଆମେରିକା ଫ୍ଲୋରିଡ଼ା ଠାରେ ଅନୁଷ୍ଠିତ ହୋଇଥିବା ଚତୁର୍ଥ ଟି-୨୦ ମୁକାବିଲାରେ ବାଜିମାତ କରିଛି ଭାରତ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଭାରତୀୟ ଦଳ ଟି-୨୦ ସିରିଜ୍ ର ଚତୁର୍ଥ ମ୍ୟାଚ୍ ରେ ୱେଷ୍ଟ ଇଣ୍ଡିଜ୍ କୁ ୯ ୱିକେଟ୍ ରେ ପରାସ୍ତ କରିଛି। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ପାଇଁ ୧୭୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଟିମ ଇଣ୍ଡିଆ ୧୭ ଓଭରରେ ଗୋଟିଏ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ୧୭୯ ରନ୍ ସ୍କୋର କରିଥିଲା। ଭାରତୀୟ ଦଳ ପକ୍ଷରୁ ଯଶସ୍ୱୀ ଜୈସ୍ୱାଲ ୮୪ ରନ ସ୍କୋର କରିବା ପରେ ଅପରାଜିତ ରହିଥିଲେ।


COMMERCIAL BREAK
SCROLL TO CONTINUE READING

ଆର୍ଶଦୀପ ନେଇଥିଲେ ୩ ୱିକେଟ୍ 
ଫ୍ଲୋରିଡା ସ୍ଥିତ ଲାଉଡେରହିଲ (Lauderhill Cricket Stadium Florida) ଠାରେ ଅନୁଷ୍ଠିତ ହୋଇଥିବା ଚତୁର୍ଥ ଟି-୨୦ ମୁକାବିଲାରେ (India vs West Indies 4th T20 Match) ୱେଷ୍ଟ ଇଣ୍ଡିଜ୍ ଅଧିନାୟକ ରୋଭମାନ ପାୱେଲ (West Indies Captain Rovman Powell) ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୱେଷ୍ଟଇଣ୍ଡିଜ୍ (West Indies Team) ୨୦ ଓଭରରେ ୮ ୱିକେଟ୍ ହରାଇ ୧୭୮ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଶିମରୋନ୍ ହେଟମିୟର (Shimron Hetmyer) ୩୯ ବଲ ଖେଳି ୩ ଚୌକା ଏବଂ ୪ ଛକା ସହାୟତାରେ ୬୧ ରନ ସ୍କୋର କରିଥିଲେ। ତାଙ୍କ ବ୍ୟତୀତ ଶାଇ ହୋପ୍ (Shai Hope) ୨୯ ବଲ ଖେଳି ୩ ଚୌକା ଏବଂ ୨ ଛକା ସହାୟତାରେ ୪୫ ରନ୍ ସ୍କୋର କରିଥିଲେ। ଭାରତୀୟ ଦଳ ପାଇଁ ଅର୍ଶଦୀପ ସିଂହ (Arshdeep Singh) ସର୍ବାଧିକ ୩ ୱିକେଟ୍ ନେଇଥିଲେ। ଅନ୍ୟପଟେ କୁଲଦୀପ ଯାଦବ (Kuldeep Yadav) ୨ ୱିକେଟ୍ ଦଖଲ କରିଥିଲେ।


୧୬୫ ରନ ଯୋଡ଼ିଥିଲେ ଶୁଭମନ ଗିଲ-ଯଶସ୍ୱୀ ଜୈସ୍ୱାଲ
୧୭୯ ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳ (Team India) ପକ୍ଷରୁ ଶୁଭମାନ ଗିଲ (Shubman Gill) ଏବଂ ଯଶସ୍ୱୀ ଜୈସ୍ୱାଲ (Yashasvi Jaiswal) ମଜବୁତ ପାଳି ଆରମ୍ଭ କରିଥିଲେ। ମିଳିତ ଭାବେ ଉଭୟେ ୧୬୫ ରନ୍ ର ଏକ ଓପନିଂ ଭାଗିଦାରୀ କରିଥିଲେ। ଗିଲ ୪୭ ବଲ ଖେଳି ୩ ଚୌକା ଏବଂ ୫ ଛକା ସହୟତାରେ ୭୭ ରନ୍ ସଂଗ୍ରହ କରିଥିଲେ। ଭାରତୀୟ ଦଳକୁ ପ୍ରଥମ ଝଟକା ଦଳୀୟ ପାଳିର ୧୬ ତମ ଓଭରରେ ମିଳିଥିଲା। ଯେତେବେଳେ ରୋମାରିଓ ଶେଫର୍ଡ (Romario Shepherd) ତୃତୀୟ ବଲରେ ଶାଇ ହୋପଙ୍କ ହାତରେ ଗିଲଙ୍କୁ ଧରିଥିଲେ। ଅନ୍ୟପଟେ ଯଶସ୍ୱୀ ଜୈସ୍ୱାଲ ୫୧ ବଲ୍ ର ଅପରାଜିତ ଇନିଂସ୍ ରେ ୧୧ ଚୌକା ଏବଂ ୩ ଛକା ମାରିଥିଲେ। ଅନ୍ୟପଟେ ୭ ରନ୍ ସ୍କୋର କରିବା ପରେ ତିଳକ ବର୍ମା (Tilak Varma) ଅପରାଜିତ ଫେରିଥିଲେ।


ଦ୍ୱିତୀୟ ଟି-୨୦ ମୁକାବିଲାରେ ଚମତ୍କାର ବ୍ୟାଟିଂ ଦେଖାଇଲେ ଯଶସ୍ୱୀ ଜୈସ୍ୱାଲ
ନିଜ କ୍ୟାରିୟର୍ ର ଦ୍ୱିତୀୟ ଟି-୨୦ ମୁକାବିଲାରେ ଯଶସ୍ୱୀ ଜୈସ୍ୱାଲ ଚମତ୍କାର ପ୍ରଦର୍ଶନ କରିଥିଲେ। ବର୍ତ୍ତମାନର ଗସ୍ତରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଯଶସ୍ୱୀ ଏହା ପୂର୍ବରୁ ୮ ଅଗଷ୍ଟରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍ ରେ ମାତ୍ର ଗୋଟିଏ ରନ୍ ସ୍କୋର କରିଥିଲେ। ବର୍ତ୍ତମାନ ଏବେ ସେ ନିଜର ଚମତ୍କାରୀ ବ୍ୟାଟିଂ କୌଶଳ ଦେଖାଇଛନ୍ତି।