Sim Card Closed: ସାଇବର ଅପରାଧ ଓ ଅନଲାଇନ ଠକେଇକୁ ରୋକିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ଟେଲିକମ କମ୍ପାନୀ। ଠକେଇରେ ବ୍ୟବହୃତ ସିମ କାର୍ଡକୁ ବନ୍ଦ କରିଦେବ ଟେଲିକମ କମ୍ପାନୀ। ସାଇବର୍‌ ଅପରାଧକୁ ରୋକିବା ଲାଗି ସରକାର ଆରମ୍ଭ କରିଥିବା ଅଭିଯାନର ଅଂଶସ୍ବରୂପ ଏହି ପଦକ୍ଷେପ ଗ୍ରହଣ କରାଯିବ। ଗତବର୍ଷ ଟେଲିକମ୍ କମ୍ପାନିଗୁଡ଼ିକ ୨ ଲକ୍ଷ ସିମ୍ ବନ୍ଦ କରିଥିଲେ। ହରିୟାଣାର ଏକ ଅଞ୍ଚଳରେ ୩୭,୦୦୦ ସିମ୍ ବନ୍ଦ କରାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ଏ ସମ୍ପର୍କରେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଠକେଇ ଲାଗି ଗୋଟିଏ ଫୋନ୍‌ରେ ୧୦୦୦ ପର୍ଯ୍ୟନ୍ତ ସିମ୍ ବ୍ୟବହାର କରାଯାଇଛି। ୨୮, ୨୨୦ଟି ମୋବାଇଲ୍ ହାଣ୍ଡ୍‌ସେଟ୍‌କୁ ଅଚଳ କରିବା ଏବଂ ୨୦ ଲକ୍ଷ ମୋବାଇଲ୍ ନମ୍ବର ପୁନଃ ଯାଞ୍ଚ କରିବା ଲାଗି ଟେଲିକମ୍ କମ୍ପାନିଗୁଡ଼ିକୁ ଟେଲିକମ୍ ବିଭାଗ ଚଳିତ ମାସ ୯ ତାରିଖରେ ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ଦେଖାଯାଇଥାଏ ଯେ ଏଭଳି ମାମଲାରେ ମାତ୍ର ୧୦ ପ୍ରତିଶତ ମୋବାଇଲ୍‌ ନମ୍ବରର ପୁନଃ ଯାଞ୍ଚ ସମ୍ଭବ ହୋଇଥାଏ ଏବଂ ଅବଶିଷ୍ଟ ନମ୍ବରଗୁଡ଼ିକୁ ଅଚଳ କରାଯାଏ। ସେହି ହିସାବରେ ଦେଖିଲେ ୧୮ ଲକ୍ଷ ମୋବାଇଲ୍ ନମ୍ବର ବନ୍ଦ ହେବାକୁ ଯାଉଛି। ପନ୍ଦର ଦିନ ଭିତରେ ପୁନଃ ଯାଞ୍ଚ ଅବଧି ଶେଷ ହେବା ପରେ ସିମ୍ ଅଚଳ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।