Valentine Day: ପ୍ରେମ ଶାଶ୍ବତ । ପ୍ରେମ ମାନେନା ବୟସ,ଜାତି,ସୀମା ସରହଦ । ଏହା ସର୍ବଦା ସଦ୍ୟ ନୂତନ। ପ୍ରକୃତିର ସିନା ଛଅ ଋତୁ, ହେଲେ ସେଥ୍‌ରେ ପ୍ରେମର ଋତୁ ମିଶିଲା ପରେ ହୋଇଯାଏ ସାତ ଋତୁ। ପ୍ରେମ ସଫଳ ବା ବିଫଳ ହୋଇପାରେ, ମାତ୍ର ଏହାର ଅନୁଭବ ନିଶ୍ଚିତ ଭାବେ ଅନନ୍ୟ । ପ୍ରାପ୍ତି ଓ ଅପ୍ରାପ୍ତିର ଦୋ’ଛକିରେ ସବୁବେଳେ ମନ ଖୋଜୁଥାଏ ସାଥୀଟିଏ । ସାମାଜିକ ଆକଟ ଯୋଗୁଁ ପ୍ରେମ କେବେ ଯନ୍ତ୍ରଣାଦାୟକ ହୋଇଉଠେ ତ କେବେ ପୁଣି ବସନ୍ତର ମଳୟ ସ୍ପର୍ଶରେ ଶିହରି ଉଠେ। 


COMMERCIAL BREAK
SCROLL TO CONTINUE READING

ବର୍ଷକର ଅପେକ୍ଷା ପରେ ଆସିଛି ପ୍ରେମୀ ଯୁଗଳଙ୍କ ପାଇଁ ଏହି ମାସ । ଯାହାକୁ ଅଧିକ ଲୋକେ ପ୍ରେମ ଋତୁ ବୋଲି କହିଥାନ୍ତି ।  ଏ ନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି। ଫେବୃୟାରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ ହେଉଥିବାବେଳେ ୭ ତାରିଖ ଠାରୁ ଆରମ୍ଭ ହେଉଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମ ସପ୍ତାହ। ଏନେଇ ଥାଇଲାଣ୍ତ ସରକାର ବିଶେଷ ପ୍ରସ୍ତୁତି ଚଳାଇଛନ୍ତି । ଭାଲେଣ୍ଟାଇନ୍ସ ଡେ’ ପୂର୍ବରୁ ଏଥର ଥାଇଲ୍ୟାଣ୍ଡ ସରକାର ମାଗଣାରେ ୯.୫ କୋଟି କଣ୍ଡୋମ ବଣ୍ଟନ କରିବାକୁ ଯାଉଛନ୍ତି। ରାଜ୍ୟରେ ଯେପରି ଏଚଆଇଭି ରୋଗୀଙ୍କ ସଂଖ୍ୟା ନ ବଢିବ ସେନେଇ  ସରକାର ଏଭଳି ନିଷ୍ପତି ନେଇଛନ୍ତି । 


ମସାଜ ପାର୍ଲର ଏବଂ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ଥାଇଲ୍ୟାଣ୍ଡରେ ଫେବୃଆରୀ ୧ ରୁ କଣ୍ଡୋମ ବଣ୍ଟନ ପାଇଁ ଏକ ଅଭିଯାନ ଆରମ୍ଭ ହୋଇଛି। ଥାଇଲ୍ୟାଣ୍ଡ ସରକାରଙ୍କ ମୁଖପାତ୍ର କହିଛନ୍ତି ଯେ, ଏହି କଣ୍ଡୋମ ଗୁଡିକ କୌଣସି ଫାର୍ମାସି କିମ୍ବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ମାଗଣାରେ ନିଆଯାଇପାରିବ। ଥାଇଲ୍ୟାଣ୍ଡରେ ଯେଉଁମାନଙ୍କର ସର୍ବଭାରତୀୟ ସ୍ୱାସ୍ଥ୍ୟସେବା କାର୍ଡ (universal healthcare card) ଅଛି ସେମାନେ ଗୋଟିଏ ବର୍ଷ ପାଇଁ ପ୍ରତି ସପ୍ତାହରେ ୧୦ ଟି କଣ୍ଡୋମ ନେଇପାରିବେ ।


Also Read : Crime News: ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା ବନ୍ଧୁତା, ପରେ ହୋଟେଲରେ ଦୁଷ୍କର୍ମ କରି ଝିଅର ମା'ପାଖକୁ ଅଭିଯୁକ୍ତ ପଠାଇଲା ଅଶ୍ଲୀଳ ଫଟୋ



ଥାଇଲ୍ୟାଣ୍ଡ ସରକାର କଣ୍ଡୋମ କାହିଁକି ବଣ୍ଟନ କରୁଛନ୍ତି?


ଥାଇଲ୍ୟାଣ୍ଡର ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟାଳୟ (NHSO) କହିଛି ଯେ, ଅବାଞ୍ଛିତ ଗର୍ଭଧାରଣକୁ ରୋକିବା, ଯୌନ ସଂକ୍ରମଣ ବ୍ୟାପିବା ଏବଂ କର୍କଟ, ଏଚ୍.ଆଇ.ଭି, ସିଫିଲିସ୍ ଏବଂ ଅନ୍ୟାନ୍ୟ ଗୁରୁତର ରୋଗକୁ ରୋକିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମାଗଣା କଣ୍ଡୋମ ପାଇବାକୁ,ଏକ ଆବେଦନ ମାଧ୍ୟମରେ ପଞ୍ଜୀକରଣ କରିବାକୁ ପଡିବ ।


ଯେଉଁମାନଙ୍କର ସ୍ମାର୍ଟଫୋନ୍ ନାହିଁ, ସେମାନେ ସିଧାସଳଖ ଦୋକାନକୁ ଯାଆନ୍ତି । ସେମାନଙ୍କର ଆଇଡି କାର୍ଡ ଦେଖାନ୍ତି ଏବଂ ବିନା ମୂଲ୍ୟରେ କଣ୍ଡୋମ କିଣନ୍ତି । ୟୁନିଭର୍ସାଲ୍ ହେଲଥ କେୟାର କାର୍ଡ ଥିବା ଲୋକଙ୍କୁ ବର୍ଷସାରା ପ୍ରତି ସପ୍ତାହରେ ମାଗଣା କଣ୍ଡୋମ ଦିଆଯିବ । ତେବେ,ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଗତ କିଛି ବର୍ଷ ହେଲା ଥାଇଲ୍ୟାଣ୍ଡରେ ଏସଟିଡି  ଓ ସିଫିଲ୍ସ (sexually transmitted disease and Syphilis) ଭଳି ଯୌନ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି କାରଣରୁ ଥାଇଲ୍ୟାଣ୍ଡ ସରକାର ଏଭଳି ପଦକ୍ଷେପ ନେଉଛନ୍ତି।